ଉଠିଲା କଟକଣା; କାଲିଠୁ ପୁଣି ସ୍ୱାଭାବିକ ହେବ ରେଭେନ୍ସା ବିଶ୍ୱବିଦ୍ୟାଳୟ

କଟକ(ଓଡ଼ିଶା ରିପୋର୍ଟର): ୩ କରୋନା ପଜିଟିଭ ଚିହ୍ନଟ ପରେ  ଗତକାଲିଠୁ  ରେଭେନ୍ସା ବିଶ୍ୱବିଦ୍ୟାଳୟରେ କ୍ଲାସ ଓ ପରୀକ୍ଷା ଉପରେ ଲାଗିଥିବା କଟକଣାକୁ ଆଜି ଉଠାଇ ନିଆଯାଇଛି।  ଆସନ୍ତାକାଲିଠାରୁ ଧାର୍ଯ୍ୟ ମୁତାବକ ପୁଣି ଥରେ ପରୀକ୍ଷା ଏବଂ କ୍ଲାସ ହେବ। ରେଭେନ୍ସା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୁଦର୍ଶନ ମିଶ୍ର ଏହି  ସୂଚନା ଦେଇଛନ୍ତି । ଆସନ୍ତାକାଲିଠାରୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଏବଂ କ୍ଲାସ ପୁଣି ଥରେ ସ୍ୱାଭାବିକ ଭାବେ ଆରମ୍ଭ କରାଯିବ ।  ଉଭୟ ଅଫଲାଇନ ଏବଂ ଅନଲାଇନ […]

Ravenshaw University

Niharika Rout
  • Published: Friday, 26 March 2021
  • , Updated: 26 March 2021, 03:51 PM IST

କଟକ(ଓଡ଼ିଶା ରିପୋର୍ଟର): ୩ କରୋନା ପଜିଟିଭ ଚିହ୍ନଟ ପରେ  ଗତକାଲିଠୁ  ରେଭେନ୍ସା ବିଶ୍ୱବିଦ୍ୟାଳୟରେ କ୍ଲାସ ଓ ପରୀକ୍ଷା ଉପରେ ଲାଗିଥିବା କଟକଣାକୁ ଆଜି ଉଠାଇ ନିଆଯାଇଛି।  ଆସନ୍ତାକାଲିଠାରୁ ଧାର୍ଯ୍ୟ ମୁତାବକ ପୁଣି ଥରେ ପରୀକ୍ଷା ଏବଂ କ୍ଲାସ ହେବ। ରେଭେନ୍ସା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୁଦର୍ଶନ ମିଶ୍ର ଏହି  ସୂଚନା ଦେଇଛନ୍ତି ।

ଆସନ୍ତାକାଲିଠାରୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଏବଂ କ୍ଲାସ ପୁଣି ଥରେ ସ୍ୱାଭାବିକ ଭାବେ ଆରମ୍ଭ କରାଯିବ ।  ଉଭୟ ଅଫଲାଇନ ଏବଂ ଅନଲାଇନ କ୍ଲାସ ଚାଲିବ କହିଲେ ପରୀକ୍ଷା ନିୟନ୍ତ୍ରକ ।

ସୂଚନାଯୋଗ୍ୟ, ୨ ଅଧ୍ୟାପକ ଓ ଜଣେ ଛାତ୍ରୀ ପଜିଟିଭ ଚିହ୍ନଟ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପରୀକ୍ଷା ବାତିଲ କରାଯାଇଥିଲା। ସମସ୍ତ ହଷ୍ଟେଲଗୁଡିକୁ ସାନିଟାଇଜ କରାଯାଇଛି । ଏହାଛଡା ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । ତେବେ ମହାନଦୀ ହଷ୍ଟେଲର ଜଣେ କରୋନା ସଂକ୍ରମିତ ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକ ଘରକୁ ନେଇଯାଇଛନ୍ତି।

ଆସନ୍ତା ୧୪ ଦିନ ପାଇଁ ରେଭେନ୍ସାରେ ଅଫ୍ ଲାଇନ ପାଠ ପଢା ବନ୍ଦ ରହିବ । କିନ୍ତୁ ଅନଲାଇନ୍‌ରେ ଯେଉଁ ଭଳି ପାଠ ପଢା ଚାଲୁଥିଲା ତାହା ଚାଲିବ ବୋଲି ଗତକାଲି ରେଭେନ୍ସା କୁଳପତି ଦାୟିତ୍ୱରେ ଥିବା ଅପରାଜିତା ଚୌଧୁରୀ କହିଥିଲେ । କିନ୍ତୁ ହଠାତ୍‌ କାହିଁକି ନିଷ୍ପତ୍ତିରେ ପରିବର୍ତ୍ତନ କରାଗଲା ସେ ସମ୍ପର୍କରେ ସଠିକ ତଥ୍ୟ ମିଳିପାରିନି।

Related story