ପ୍ରଧାନଶିକ୍ଷକ ଦେଉଥିଲେ ଯୌନ ନିର୍ଯାତନା! ଛାତରୁ ଡେଇଁ ପଡ଼ିଲେ ଛାତ୍ରୀ

ସୁନ୍ଦରଗଡ଼(ବିଜୟ ବରୁଆ): ଯୌନ ନିର୍ଯାତନା ଦେଉଥିଲେ ପ୍ରଧାନଶିକ୍ଷକ! ସେଥିପାଇଁ ହଷ୍ଟେଲ୍‌ ଛାତରୁ ଡେଇଁ ପଡ଼ିଲେ ଛାତ୍ରୀ! ଆଜି ମଧ୍ୟାହ୍ନରେ ଏପରି ହୃଦୟ ବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଲେଫ୍ରିପଡ଼ା ଥାନା ଅଞ୍ଚଳର ଏକ ସରକାରୀ ସ୍କୁଲ୍‌ରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ଦୂରଦୂରାନ୍ତରୁ ଆସୁଥିବା ବହୁ ଛାତ୍ରଛାତ୍ରୀ ରହି ପାଠ […]

Stop Rape

Manoranjan Sial
  • Published: Friday, 01 April 2022
  • , Updated: 01 April 2022, 08:22 PM IST

ସୁନ୍ଦରଗଡ଼(ବିଜୟ ବରୁଆ): ଯୌନ ନିର୍ଯାତନା ଦେଉଥିଲେ ପ୍ରଧାନଶିକ୍ଷକ! ସେଥିପାଇଁ ହଷ୍ଟେଲ୍‌ ଛାତରୁ ଡେଇଁ ପଡ଼ିଲେ ଛାତ୍ରୀ! ଆଜି ମଧ୍ୟାହ୍ନରେ ଏପରି ହୃଦୟ ବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଲେଫ୍ରିପଡ଼ା ଥାନା ଅଞ୍ଚଳର ଏକ ସରକାରୀ ସ୍କୁଲ୍‌ରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ଦୂରଦୂରାନ୍ତରୁ ଆସୁଥିବା ବହୁ ଛାତ୍ରଛାତ୍ରୀ ରହି ପାଠ ପଢ଼ୁଛନ୍ତି। ହେଲେ ପିଲାମାନଙ୍କୁ ସେଠାରେ ପାଠ ପଢ଼ିବା ପରିବର୍ତ୍ତେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି।

ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ପଟେଲଙ୍କ ନିର୍ଯାତନା ଅସହ୍ୟ ହେବାରୁ ଆଜି ଜଣେ ଦଶମ ଶ୍ରେଣୀ ଛାତ୍ରୀ ଛାତରୁ ଡେଇଁ ପଡ଼ିଥିଲେ। ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଛାତରୁ ଡେଇଁ ଆତ୍ମହତ୍ୟା କରିବା ନେଇ ଅଭିଯୋଗ ହେବା ପରେ ପୁଲିସ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଥିଲା। ଆଉ ସେହି ସମୟରେ ପିଲାମାନେ ପ୍ରଧାନଶିକ୍ଷକଙ୍କ ବିରୋଧରେ ମୁହଁ ଖୋଲିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ପଟେଲ୍‌ ଯୌନ ନିର୍ଯାତନା ଦେଉଥିବା ପିଲାମାନେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ପ୍ରଧାନଶିକ୍ଷକ ଶ୍ରୀ ପଟେଲ୍‌ଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସେପଟେ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରମାଣ ଆଧାରରେ ପ୍ରଧାନଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ନିଲମ୍ୱିତ କରିଛନ୍ତି।

Related story