କଲବଲ କରୁଛି ତାତି, କାଲିଠୁ କଲେଜ କ୍ଲାସ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ  କଲେଜ ଯିବେ ନାହିଁ ଛାତ୍ରଛାତ୍ରୀ। କାଲିଠାରୁ ମେ’ ୨ ତାରିଖ ଯାଏ କଲେଜ ଓ ୟୁନିଭର୍ସିଟିରେ କ୍ଲାସ ରୁମ୍‌ରେ ପଠା ପଢ଼ାହେବ ନାହିଁ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କାଲିଠାରୁ ୟୁଜି/ପିଜି କ୍ଲାସକୁ ବନ୍ଦ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ପକ୍ଷରୁ ଏହି ନିଷ୍ପତ୍ତି ନିଆ ଯାଇଛି। ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ  ଦୃଷ୍ଟିରେ ଦେଖି […]

collage

Tapaswini Nayak
  • Published: Tuesday, 26 April 2022
  • , Updated: 26 April 2022, 03:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ  କଲେଜ ଯିବେ ନାହିଁ ଛାତ୍ରଛାତ୍ରୀ। କାଲିଠାରୁ ମେ’ ୨ ତାରିଖ ଯାଏ କଲେଜ ଓ ୟୁନିଭର୍ସିଟିରେ କ୍ଲାସ ରୁମ୍‌ରେ ପଠା ପଢ଼ାହେବ ନାହିଁ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କାଲିଠାରୁ ୟୁଜି/ପିଜି କ୍ଲାସକୁ ବନ୍ଦ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ପକ୍ଷରୁ ଏହି ନିଷ୍ପତ୍ତି ନିଆ ଯାଇଛି।

ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ  ଦୃଷ୍ଟିରେ ଦେଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ।

ରାଜ୍ୟରେ ଆଉ ୪ରୁ ୫ ଦିନ ପ୍ରଚଣ୍ଡ ତାତି ଲାଗି ରହିବ। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର  ଆଜି ଏହି ସୂଚନା ଦେଇଛନ୍ତି।  ସେ କହିଛନ୍ତି, ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୧ରୁ ୨ ଡିଗ୍ରୀ ବଢ଼ିପାରେ। ମାତ୍ର ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ହିଟ୍ ୱେଭର ସମ୍ଭାବନା ନାହିଁ। ଏହି ସମୟରେ ଘଡ଼ଘଡ଼ି ସହ ଯେଉଁ ବର୍ଷା ହୋଇଥାଏ, ତାହା ମଧ୍ୟ କମ୍ ରହିଛି।

ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆଗାମୀ ୫ ଦିନ ଯାଏ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଇଏମ୍‌ଡି ଡିଜି  ସୂଚନା ଦେଇଛନ୍ତି।

Related story