ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ସାବୁନ ହ୍ୟାଣ୍ଡ ୱାଶରେ ହାତ ଧୋଇ ମଣିଷ କରୋନା ସହିତ ଲଢୁଛି। ଏବେ ରାସ୍ତା ଘାଟକୁ ବିଶୁଦ୍ଧି କରଣ ପାଇଁ ଆରମ୍ଭ ହୋଇଛି ପ୍ରୟାସ। କରୋନା ମୁକାବିଲା କରିବାକୁ ଯାଇ ଭୁବନେଶ୍ୱର ମହାନଗର ନିଗମ ( ବିଏମସି) ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରରେ ଆରମ୍ଭ ହୋଇଛି ସାନିଟାଇଜେସନ ପ୍ରକ୍ରିୟା। ଆଜି ପ୍ରାଥମିକ ପର୍ଯ୍ୟାୟରେ ଏହି ସାନିଟାଇଜେସନ ପ୍ରକ୍ରିୟା ଆରମ୍ଭ ହୋଇଛି।
ଶିଶଶୁଭବନ ଛକରୁ ରାଜମହଲ ଯାଏ ଅଗ୍ନିଶମ ବାହିନୀ ଟିମ ଏହି ବିଶୁଦ୍ଧି କରଣ କରିଛି। ଆଗାମୀ ଦିନରେ ରାଜଧାନୀର ଅନେକ ଅଂଚଳ ସାନିଟାଇଜେସନ ହେବ ବୋଲି ଭୁବନେଶ୍ୱର ଡେପୁଟି ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ କହିଛନ୍ତି। ସୂଚନାଯୋଗ୍ୟ, ଚାଇନା, ଇଟାଲୀ, ଆମେରିକା ଓ ସାଉଥ କୋରିଆରେ କରୋନା ମୁକାବିଲା କରିବାକୁ ଯାଇ ରାସ୍ତା ଘାଟ ସାନିଟାଇଜେସନ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।