ଘାରୁଛି କରୋନା ଭୟ: ଆରମ୍ଭ ହେଲା ଜୀବାଣୁ ମୁକ୍ତ ଭୁବନେଶ୍ୱର ଅଭିଯାନ

ଭୁବନେଶ୍ୱର (ଶୁଭ୍ରାଂଶୁ  ଶେଖର): ସାବୁନ ହ୍ୟାଣ୍ଡ ୱାଶରେ ହାତ ଧୋଇ ମଣିଷ କରୋନା ସହିତ ଲଢୁଛି। ଏବେ ରାସ୍ତା ଘାଟକୁ ବିଶୁଦ୍ଧି କରଣ ପାଇଁ ଆରମ୍ଭ ହୋଇଛି ପ୍ରୟାସ। କରୋନା ମୁକାବିଲା କରିବାକୁ ଯାଇ ଭୁବନେଶ୍ୱର ମହାନଗର ନିଗମ ( ବିଏମସି) ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରରେ ଆରମ୍ଭ ହୋଇଛି ସାନିଟାଇଜେସନ ପ୍ରକ୍ରିୟା। ଆଜି ପ୍ରାଥମିକ ପର୍ଯ୍ୟାୟରେ ଏହି ସାନିଟାଇଜେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ଶିଶଶୁଭବନ ଛକରୁ ରାଜମହଲ ଯାଏ ଅଗ୍ନିଶମ ବାହିନୀ ଟିମ ଏହି ବିଶୁଦ୍ଧି କରଣ […]

n9087

Tapas Behera
  • Published: Tuesday, 31 March 2020
  • , Updated: 31 March 2020, 03:59 PM IST

ଭୁବନେଶ୍ୱର (ଶୁଭ୍ରାଂଶୁ  ଶେଖର): ସାବୁନ ହ୍ୟାଣ୍ଡ ୱାଶରେ ହାତ ଧୋଇ ମଣିଷ କରୋନା ସହିତ ଲଢୁଛି। ଏବେ ରାସ୍ତା ଘାଟକୁ ବିଶୁଦ୍ଧି କରଣ ପାଇଁ ଆରମ୍ଭ ହୋଇଛି ପ୍ରୟାସ। କରୋନା ମୁକାବିଲା କରିବାକୁ ଯାଇ ଭୁବନେଶ୍ୱର ମହାନଗର ନିଗମ ( ବିଏମସି) ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରରେ ଆରମ୍ଭ ହୋଇଛି ସାନିଟାଇଜେସନ ପ୍ରକ୍ରିୟା। ଆଜି ପ୍ରାଥମିକ ପର୍ଯ୍ୟାୟରେ ଏହି ସାନିଟାଇଜେସନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଶିଶଶୁଭବନ ଛକରୁ ରାଜମହଲ ଯାଏ ଅଗ୍ନିଶମ ବାହିନୀ ଟିମ ଏହି ବିଶୁଦ୍ଧି କରଣ କରିଛି। ଆଗାମୀ ଦିନରେ ରାଜଧାନୀର ଅନେକ ଅଂଚଳ ସାନିଟାଇଜେସନ ହେବ ବୋଲି ଭୁବନେଶ୍ୱର ଡେପୁଟି ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ କହିଛନ୍ତି। ସୂଚନାଯୋଗ୍ୟ, ଚାଇନା, ଇଟାଲୀ,  ଆମେରିକା ଓ ସାଉଥ କୋରିଆରେ କରୋନା ମୁକାବିଲା କରିବାକୁ ଯାଇ ରାସ୍ତା ଘାଟ ସାନିଟାଇଜେସନ କରାଯାଇଥିଲା।

Related story