‘ସଫା କୁର୍ତ୍ତା ପିନ୍ଧିଲେ କ’ଣ ହେବ? ମନ ଅପରିଷ୍କାର!’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ମେଘନାଦ ପାଚେରୀ ଚୌହଦିରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଜାରି ରହିଛି। ସିଂହଦ୍ୱାର ସମ୍ମୁଖରେ ଥିବା ଦ୍ୱାଦଶ ଶତାବ୍ଦୀର ଏମାର ମଠକୁ ଭଙ୍ଗାଯାଉଛି। ଯାହାକୁ ନେଇ ଲୋକମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏବେ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ଧର୍ମନିରପେକ୍ଷ ଶାସନତନ୍ତ୍ର ଯେଉଁଟା ଅଛି, ଯେତେବେଳେ ଏହା ଧାର୍ମିକ ଆଧ୍ୟାତ୍ମିକ ସଂସ୍ଥାର ଉପେକ୍ଷା କରେ ସେତେବେଳେ ସମାଜ ଦୃଷ୍ଟିରେ ବି ସେହି ସ୍ଥାନ ବିକଶିତ ହୋଇପାରେନି।

ଧର୍ମନିରପେକ୍ଷ ଶାସନତନ୍ତ୍ର ଓଡ଼ିଶାରେ ହେଉ କି ଭାରତର ଅନ୍ୟ କୌଣସି ପ୍ରାନ୍ତରରେ ହେଉ ଧାର୍ମିକ ଆଧ୍ୟାତ୍ମିକ ସଂସ୍ଥାକୁ ବିକାଶ ନାଁରେ ହାତରେ ନିଏ। ଆପଣ ତୀର୍ଥକୁ ଧରିନିଅନ୍ତୁ। ଶାସନତନ୍ତ୍ର ପାଖରେ ଧାର୍ମିକ ଆଧ୍ୟାତ୍ମିକ ଦୃଷ୍ଟିକୋଣ ନଥାଏ, ଆଧୁନିକ ଦୃଷ୍ଟିକୋଣ ଥାଏ। ତେଣୁ ବିକାଶ ନାଁରେ ସେ ସ୍ଥାନ ଦିଶାହୀନ ହୋଇଯାଏ। ତେଣୁ ଏହାର ଅର୍ଥ ହେଲା ଧର୍ମନିରପେକ୍ଷ ଶାସନତନ୍ତ୍ର ଉପେକ୍ଷା କଲେ ଅସୁବିଧା, ହାତରେ ନେଲେ ଅସୁବିଧା। ତେଣୁ ଏ ଯେଉଁ ଧାର୍ମିକ ଏବଂ ଆଧ୍ୟାତ୍ମିକ ସଂସ୍ଥା ରହିଛି ଏହାର ବାସ୍ତବିକତା ହେଉଛି ସତ୍ତା ଉପଯୋଗିତା କାୟମ ରହୁ।

ଡାଲିରେ ଲୁଣ ସମାନ ଯେଉଁ ବିକାଶ ହେଉଛି ସସବୁ ଚାଲୁ। ତପସ୍ୟା ସ୍ଥଳକୁ ପର୍ଯ୍ୟଟନର କେନ୍ଦ୍ର କରିଦେବା ହେଉଛି ଏମାନଙ୍କ ବିକାଶ।

କିନ୍ତୁ ପ୍ରଶ୍ନ ଉଠୁଚି କି ଯେଉଁସବୁ ମହାନ ଭାବର ସ୍ଥାନ ଭଙ୍ଗାଯାଉଛି ତା ଦ୍ୱାରା ଶାସନତନ୍ତ୍ର ଦେଖାଇଦେଲା ଯେ ନିଜ ଅଞ୍ଚଳ ପ୍ରତି ଆମର କିଛି ଆନ୍ତରିକତା ନାହିଁ। ପୁରୀକୁ ଭବ୍ୟ କରିବା ପାଇଁ ଆମେ ଆମ ସ୍ଥାନର ସମ୍ଭାର କରୁଛୁ। ଶାସନତନ୍ତ୍ର ଏକ ନମୁନା ପ୍ରସ୍ତୁତ କଲା।

ଏବେ ଲୋକମାନେ ଅଭିଯୋଗ ଆଣୁଛନ୍ତି ଯେ ଶଙ୍କରାଚାର୍ଯ୍ୟ ମୁହଁ ଖୋଲୁ ନାହାନ୍ତି। ଏବେ ମୋ କଥାରେ କ’ଣଟା ବାକି ରହିଗଲା? ଧର୍ମନିରପେକ୍ଷ ଶାସନତନ୍ତ୍ରର ଏତିକି କ୍ଷମତା ନାହିଁ ଯେ ଆମ ପରି ବ୍ୟକ୍ତି ଯେଉଁମାନଙ୍କୁ ଧର୍ମ ଏବଂ ପରମ୍ପରା ବିଷୟରେ ଜ୍ଞାନ ଅଛି ସେମାନଙ୍କଠୁ ପରାମର୍ଶ ନେଇ ପାରିବ।

ଚାରି ପାଞ୍ଚ ବର୍ଷ ପୂର୍ବେ ରଥ ଉପରେ ଚଢ଼ିବା ନେଇ ଏକ ନିବେଦନ ପତ୍ର ଆସିଲା। ପରେ ମତେ ରଥ ଉପରେ କାହିଁକି ଚଢ଼ାଯାଉଛି ବୋଲି ପ୍ରଶ୍ନ କରାଗଲା। ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ମତେ ଆଦେଶ ପତ୍ର ପଠାଗଲା ଯେ ରଥ ଉପରେ ଚଢ଼ିବା ପାଇଁ ମୋର ଅଧିକାର ନଥିଲା। ଗୋଟେ ସରକାରୀ କର୍ମଚାରୀଙ୍କ ପକ୍ଷରୁ ଶଂକରାଚାର୍ଯ୍ୟଙ୍କୁ ଆଦେଶ ପତ୍ର ମିଳିବା ଏକ ଅତ୍ୟନ୍ତ ନିନ୍ଦନୀୟ ବିଷୟ। ଶାସନତନ୍ତ୍ର ମତେ ଏଥିପାଇଁ ଦଣ୍ଡଦେବାର ବିଚାର କରିଥିଲା।

କିଛି ବର୍ଷ ପୂର୍ବେ ଶଙ୍କରାଚାର୍ଯ୍ୟଙ୍କ ମଠକୁ ବି ପ୍ରଶାସନ ଅକ୍ତିଆରରେ କରିନେଇଥିଲା। ଆଜି ମୋ ପାଖରେ ଗୋଟେ ମିଟରର ଯାଗା ନାହିଁ।  କିନ୍ତୁ ସେ ବିଷୟରେ ପୁରୀବାସୀ କେବେ ଚିନ୍ତା କଲେନାହିଁ। ଏ ଯେଉଁ ଭଙ୍ଗାରୁଜା ହେଉଛି ପୂର୍ବରୁ ମଧ୍ୟ ଏମିତି ଭଙ୍ଗାରୁଜା ହୋଇଥିଲା। ସେତେବେଳେ କୌଣସି ପୁରୀବାସୀ ସ୍ୱର ଉଠାଇଲେନି ଯେ ପୁରୀ ଶଂକରାଚାର୍ଯ୍ୟଙ୍କୁ ଯାଗା ଛଡ଼ାଯାଉ।

ମୁଖ୍ୟମନ୍ତ୍ରୀ ମନ ଦୁଃଖ କରିଥିଲେ। ଶଂକରାଚାର୍ଯ୍ୟଙ୍କ ଭାବନାକୁ ସମ୍ମାନ ଦେଇ କିଛି ଜମି ଛାଡ଼ିବାକୁ କହିଥିଲେ। କାନୁନ ମନ୍ତ୍ରୀ ଲାଗିଲେ, ସେକ୍ରେଟାରୀ ଲାଗିଲେ, କିନ୍ତୁ ଏପର୍ଯ୍ୟନ୍ତ ପାଖାପାଖି ଅଢ଼େଇ ବର୍ଷ ହୋଇଗଲାଣି ଜମି ମିଳିଲା ନାହିଁ। ଏଇଟା କେବଳ ଏକ ମିଛ ଆଶ୍ୱାସନା ଥିଲା। କାରଣ ବି ମୁଁ ବୁଝିପାରିଲି। ଆଉ ସେଇଟା ହେଉଛି, ନିକଟରେ ନିର୍ବାଚନ ଚାଲିଥିଲା କାଳେ ମୁଁ ସେଥିରେ ମୁଁହ ଖୋଲି ଦେବି ସେଥିପାଇଁ ମତେ ଏ ମିଛ ଆଶ୍ୱାସନା ମିଳିଲା। ଆଗକୁ ଚାରି ବର୍ଷ ହେଉ କି ପାଞ୍ଚ ବର୍ଷ ହେଉ ଏମିତି ଲଟକି ରହିବାକୁ ପଡ଼ିପାରେ। ସେଥିପାଇଁ ମୁଁ ପୁରୀ , ଓଡ଼ିଶାବାସୀ ଏବଂ ସାରା ଭାରତବାସୀଙ୍କୁ କହିବାକୁ ଚାହୁଁଛି ଯେ ଶାସନତନ୍ତ୍ର ଦ୍ୱାରା ପୁରୀ ଶଂଙ୍କରାଚାର୍ଯ୍ୟ ସହ ବି କମ୍‌ ଖେଳ ହେଉନି।

ଆଉ ଏକ କଥା ମୁଁ କହିରଖୁଛି ଯେ, ଧୋତି କୁର୍ତ୍ତା ସଫା ପିନ୍ଧିଦେବାଟା ବଢ଼ିଆ କିନ୍ତୁ ମନ ଅପରିଷ୍କାର ରଖିଲେ କିଛି ହେବନି। ପୁରୀର ଯେଉଁ ବିକାଶ ହେଉଛି ସେକଥା, ଜନତା, ଯାତ୍ରୀ, ପର୍ଯ୍ୟଟକ, ଦୋକାନୀ ଏବଂ ମଠ ମନ୍ଦିରର ମହନ୍ତ ଜାଣନ୍ତୁ। କାରଣ ଏଥିରେ ସେମାନଙ୍କର ଫାଇଦା ଅଛି।

କିନ୍ତୁ ପୁରୀ ମନ୍ଦିର ଭିତରେ ଯେଉଁ ଅଭ୍ୟନ୍ତରୀଣ ବିସଙ୍ଗତି ରହିଛି ତା’ର ଶୋଧନ ପ୍ରକଳ୍ପ କରାଯାଉ ନାହିଁ। ଏବଂ ଜଗନ୍ନାଥ ମନ୍ଦିରର କୌଣସି ସମ୍ବିଧାନ ନାହିଁ ଯାହାଦ୍ୱାରା ମନ୍ଦିର ଚାଲିବ। ଲକ୍ଷ୍ମଣ ପଣ୍ଡା ଲୋକଙ୍କୁ ଯେଉଁ ନିୟମ କହିଲେ କ’ଣ ସେ ଜାଣିନଥିଲେ ଯେ ଶଂଙ୍କରାଚାର୍ଯ୍ୟ କିଏ। ଶଂକରାଚାର୍ଯ୍ୟ ମାର୍ଗଦର୍ଶକ ଥିଲେ କିନ୍ତୁ ସେ ତାଙ୍କ ନାଁ ନେଲେ ନାହିଁ। ବିଦ୍ୱେଷ ପୂର୍ବକ ଯେଉଁ ସମ୍ବିଧାନ କରାଗଲା ସେହି  ଅନୁସାରେ ଶ୍ରୀମନ୍ଦିରର ସଞ୍ଚାଳିତ ହେଉଛି।

ଯାହାର ଉଦାହରଣ ହେଉଛି କେଉଁ ସମିତି କିମ୍ବା ମୁଖ୍ୟମନ୍ତ୍ରୀ ଏମିତି ଅଛନ୍ତି ଯହାକୁ ଜଣାଅଛି ଯେ ଶ୍ରୀମନ୍ଦିରରେ ଯାହା ଚାଲିଛି ସେଥିରେ ଅନ୍ଧ ପରମ୍ପରା କେତେ ଶାସ୍ତ୍ରୀୟ ପରମ୍ପରା କେତେ। ସ୍କନ୍ଦ ପୁରାଣ ଅନୁଯାୟୀ ରଥଯାତ୍ରା ଦିନ ଯଦି ସୂର୍ଯ୍ୟାସ୍ତ ପୂର୍ବରୁ ୩ ରଥ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନପହଞ୍ଚିଛି ତେବେ ହଜାର ମଶାଲ୍‌  ଜଳାଇ ସେଦିନ ରଥକୁ ନେଇ ପହଞ୍ଚାଇବା ଦରକାର ଏହଂ ରତ୍ନବେଦୀ ଉପରେ ଜଗନ୍ନାଥ ପ୍ରତିଷ୍ଠିତ ହେବାକଥା। ଶାସ୍ତ୍ର ଏଇଟା କହୁଛି କିନ୍ତୁ ପରମ୍ପରା କହୁଛି ରଥ ଅଟକାଇଦିଅ।  ତେବେ କେଉଁ ପରମ୍ପରା ଅନ୍ଧ କେଉଁଟା ସଠିକ୍‌ ତାର ନିର୍ଣ୍ଣୟ କେମିତି ହେବ? ଜାଣିଶୁଣି ଆଧ୍ୟାତ୍ମିକ ମାର୍ଗଦର୍ଶନଠୁ ଏହି ସଂସ୍ଥାକୁ ଦୂରେଇ ରଖାଗଲା। ମୁଁ ଏଠି ପୁଣି କହୁଛି ଖାଲି ଧୋତି କୁର୍ତ୍ତା ସଫା ପିନ୍ଧିଦେଲେ କ’ଣ ହେବ ଆଜ୍ଞା? ମନ ତ ଅପରିଷ୍କାର।