ସତର୍କ ନହେଲେ ଆଗକୁ ସର୍ବନାଶ: ଓଡ଼ିଶାରେ ବର୍ଷକୁ ମରିବେ ୪୨ ହଜାରରୁ ଅଧିକ ଲୋକ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମାଡି ଆସୁଛି ବିପଦ। ଭୟାବହ ହୋଇପାରେ ପରିସ୍ଥିତି । ପୃଥିବୀ ଉତ୍ତପ୍ତ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱରୁ ତାପମାତ୍ରା ଲଗାତର ବଢ଼ୁଛି। ଯଦି ପୃଥିବୀର ତାତିକୁ କମା ନ ଯିବ, ତେବେ ଜୀବନ ଉପରେ ତା’ର ସିଧାସଳଖ ପ୍ରଭାବକୁ ରୋକାଯାଇ ପାରିବ ନାହିଁ। ଏକବିଂଶ ଶତାବ୍ଦୀ ଶେଷ ବେଳକୁ ଦେଶର ସବୁଠାରୁ ଉତ୍ତପ୍ତ ଅଞ୍ଚଳ ପାଲଟିବ ଓଡ଼ିଶା। ପରିବେଶ ସୁରକ୍ଷା ପ୍ରତି ଯଦି ଆମେ ସଜାଗ ନହେବା ତେବେ ଏଭଳି ସ୍ଥିତି ସୃଷ୍ଟି […]

c-987

Tapas Behera
  • Published: Monday, 04 November 2019
  • , Updated: 04 November 2019, 07:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମାଡି ଆସୁଛି ବିପଦ। ଭୟାବହ ହୋଇପାରେ ପରିସ୍ଥିତି । ପୃଥିବୀ ଉତ୍ତପ୍ତ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱରୁ ତାପମାତ୍ରା ଲଗାତର ବଢ଼ୁଛି। ଯଦି ପୃଥିବୀର ତାତିକୁ କମା ନ ଯିବ, ତେବେ ଜୀବନ ଉପରେ ତା’ର ସିଧାସଳଖ ପ୍ରଭାବକୁ ରୋକାଯାଇ ପାରିବ ନାହିଁ। ଏକବିଂଶ ଶତାବ୍ଦୀ ଶେଷ ବେଳକୁ ଦେଶର ସବୁଠାରୁ ଉତ୍ତପ୍ତ ଅଞ୍ଚଳ ପାଲଟିବ ଓଡ଼ିଶା। ପରିବେଶ ସୁରକ୍ଷା ପ୍ରତି ଯଦି ଆମେ ସଜାଗ ନହେବା ତେବେ ଏଭଳି ସ୍ଥିତି ସୃଷ୍ଟି ହେବ ବୋଲି ସୂଚନା ଦେଇଛି ଟାଟା ସେଣ୍ଟର ଫର ଡେଭଲେପମେଣ୍ଟ ବା TCD। ସଂସ୍ଥା ପକ୍ଷରୁ କରାଯାଥିବା ଗବେଷଣାରୁ ଏହି ତଥ୍ୟ ସାମନାକୁ ଆସିଛି । ୨୧୦୦ ମସିହା ବେଳକୁ ଅତ୍ୟଧିକ ତାପମାତ୍ରାରୁ ବାର୍ଷିକ ୪୨,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି । ଉତ୍ତପ୍ତ ଦିନ ସଂଖ୍ୟା ମଧ୍ୟ ବାର୍ଷିକ ୩୦ ଗୁଣା ବଢିଯିବା ଆଶଙ୍କା ପ୍ରକାଶ ପାଇଛି। ମୁଖ୍ୟତଃ ଗ୍ରୀନ୍‌ ହାଉସ୍‌ ପ୍ରଭାବ ଯୋଗୁ ଏଭଳି ପରିସ୍ଥିତି ଉପୁଜିପାରେ।

କେବଳ ଗ୍ରୀଷ୍ମ ନୁହଁ ବରଂ ବର୍ଷର ଅର୍ଧାଧିକ ଦିନ ତତଲା କଡେଇରେ ସିଝିବ ସାରା ଓଡିଶା। ପ୍ରବଳ ଝାଞ୍ଚି ସାଙ୍ଗକୁ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ବର୍ଷର ଅର୍ଦ୍ଧାଧିକ ଦିନରେ ଏଭଳି ପାଣିପାଗର ସାମ୍ନା କରିବାକୁ ଯାଉଛନ୍ତି ରାଜ୍ୟବାସୀ  ଏବେ ବର୍ଷକୁ ଯେତିକି ଅତ୍ୟଧିକ ଗରମ ଦିନ ରହୁଛି ୨୧ଶହ ମସିହା ବେଳକୁ ତାହା ୩୦ ଗୁଣା ହୋଇଯିବ। ଅର୍ଥାତ୍ ୨୦୧୦ରେ ଓଡିଶାରେ ଅତ୍ୟଧିକ ଉତ୍ତପ୍ତ ଦିନ ସଂଖ୍ୟା ୧.୬୨ ଥିବା ବେଳେ ୨୧ଶହ ମସିହା ବେଳକୁ ଏହା ବାର୍ଷିକ ୪୮.୦୫ ଦିନକୁ ବୃଦ୍ଧି ପାଇବ।  କ୍ଲାଇମେଟ ଇମ୍ପ୍ୟା ଲାବ୍ ଓ ଟାଟା ସେଣ୍ଟର ଫର ଡେଭଲେପମେଣ୍ଟ ଟିସିଡି ପକ୍ଷରୁ  ପ୍ରକାଶିତ ରିପୋର୍ଟରେ ଏଭଳି ଆଶଙ୍କା କରାଯାଇଛି। ସେହିପରି ୨୧ଶହ ମସିହା ବେଳକୁ ବାର୍ଷିକ ୪୨ ହଜାରରୁ ଅଧିକ ଲୋକ ଅତ୍ୟଧିକ ଉତ୍ତାପଜନିତ କାରଣକୁ ନେଇ ମୃତ୍ୟୁମୁଖରେ ପଡିବେ ବୋଲି କୁହାଯାଇଛି।

କେବଳ ଓଡିଶା ନୁହଁ ଦିଲ୍ଲୀ ଓ ହରିୟାଣାରେ ମଧ୍ୟ ସମାନ ସ୍ଥିତି ଦେଖାଯିବ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ବଢିଚାଲିଥିବାରୁ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଆଗାମୀ ଦିନରେ ଏହା ଓଡ଼ିଶା ସମେତ ଅନ୍ୟ ୬ଟି ରାଜ୍ୟରେ  ବହୁଲୋକଙ୍କ ମୃତ୍ୟୁର କାରଣ ହେବ। ଏହି ତାଳିକାରେ ଉତ୍ତରପ୍ରଦେଶ, ବିହାର,ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟ ଅଛନ୍ତି।  ରିପୋର୍ଟ ଅନୁସାରେ ୨୦୧୦ ରୁ  ୨୦୧୮ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଭାରତରେ ୬୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହାର ୯୦ ପ୍ରତିଶତ ମୃତ୍ୟୁ  ଓଡିଶା,ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ହୋଇଥିଲା।

ଓଡିଶା ସରକାରଙ୍କ ତଥ୍ୟ ଅନୁସାରେ ୧୯୯୮ରେ ରାଜ୍ୟରେ ଗ୍ରୀଷ୍ମପ୍ରବାହରୁ  ୨୦୪୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୦୫ରେ ୨୩୬ ଜଣ ପ୍ରାଣ ହରାଇଥିଲେ।  ସେହିପରି ୨୦୧୦ରେ ୧୦୪, ୨୦୧୨ରେ ୮୩ ,୨୦୧୮ରେ ୧୮ ଏବଂ ୨୦୧୯ରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

Related story