ସାରା ରାଜ୍ୟରେ ଦିନ ୨ଟାରୁ ବନ୍ଦ ରହିବ ଦୋକାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ ରହିବ। ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ। ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛି ମହାସଂଘ। ଏନେଇ ମହାସଂଘ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ନେଇ ସୂଚନା ଦେଲେ ରାଜ୍ୟ ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା। ଅମାନିଆଙ୍କ ପାଇଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। […]

shop

shop

Manoranjan Sial
  • Published: Friday, 30 April 2021
  • Updated: 30 April 2021, 06:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ ରହିବ। ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ। ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛି ମହାସଂଘ। ଏନେଇ ମହାସଂଘ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ନେଇ ସୂଚନା ଦେଲେ ରାଜ୍ୟ ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା।

ଅମାନିଆଙ୍କ ପାଇଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୦୦ ଅତିକ୍ରମ କରିଛି। ଆଜି ଚିହ୍ନଟ ହୋଇଥିବା ୮୬୮୧ କରୋନା ସଂକ୍ରମିତଙ୍କ ଭିତରୁ ୩୭୩୩ ଜଣ ଲୋକାଲ୍‌ କେସ୍‌ ହୋଇଥିବା ବେଳେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ୪୯୪୮।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୪୫, କଟକରୁ  ୫୭୦, ପୁରୀରୁ ୫୧୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବଲାଙ୍ଗିରରୁ ୪୫୯,  ବରଗଡ଼ରୁ ୪୨୩, ଅନୁଗୋଳରୁ  ୪୧୯, ଝାରସୁଗୁଡ଼ାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡ଼ାରୁ ୩୦୪, ଷ୍ଟେଟ୍ ପୁଲ୍‌ରୁ  ୨୭୭, ମୟୂରଭଞ୍ଜରୁ ୨୨୦, ଗଞ୍ଜାମରୁ ୧୯୮, କଳାହାଣ୍ଡିରୁ ୧୯୫, ନୟାଗଡ଼ରୁ ୧୬୦, ବାଲେଶ୍ୱରରୁ ୧୫୫, ରାୟଗଡ଼ାରୁ ୧୫୧, କେନ୍ଦୁଝରରୁ ୧୪୮, ଗଜପତିରୁ ୧୨୫, କୋରାପୁଟରୁ ୧୧୩, ଭଦ୍ରକରୁ ୧୦୩ ଓ ଦେବଗଡ଼ରୁ ୧୦୨, ସୁବର୍ଣ୍ଣପୁରରୁ ୯୮, କେନ୍ଦ୍ରାପଡ଼ାରୁ ୮୫, ବୌଦ୍ଧରୁ ୫୭, କନ୍ଧମାଳରୁ ୫୪, ମାଲକାନଗିରିରୁ ୩୪, ଢେଙ୍କାନାଳରୁ ୩୩, ଜଗତସିଂହପୁରରୁ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos