‘ସଙ୍କଟ ଦେଇ ଗତି କରୁଛି ଦେଶ, ସ୍ୱାଧୀନତା ହରାଇଛି ଗଣମାଧ୍ୟମ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣମାଧ୍ୟମ ସରକାରଙ୍କ ଆଖି ଓ କାନ। ଗଣମାଧ୍ୟମର କଣ୍ଠରୁଦ୍ଧ କରାଗଲେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ବିପଦରେ ପଡ଼ିଯିବ । କୋଭିଡ଼ ଆଳ ଦେଖାଇ ଆମ ରାଜ୍ୟରେ ଗଣମାଧ୍ୟମକୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ବନ୍ଦ କରି ଦିଆଯାଇଛି। ଏପରି ସ୍ଥିତିରେ ସମଗ୍ର ଦେଶରେ ଗଣମାଧ୍ୟମର ସ୍ୱାଧୀନତା ବିଶ୍ୱର ୧୪୨ ନମ୍ୱର ସ୍ଥାନରେ ପହଞ୍ଚିଛି ।  ଦେଶର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ନିଜର ସ୍ୱାଧିନତାକୁ ହରାଇଛି। ଗଣମାଧ୍ୟମର କଣ୍ଠରୁଦ୍ଧ ପାଇଁ ସୁଚିନ୍ତିତ ଯୋଜନା କରୁଛି ଶାସକ […]

meeting

meeting

Niharika Rout
  • Published: Monday, 11 April 2022
  • Updated: 11 April 2022, 01:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣମାଧ୍ୟମ ସରକାରଙ୍କ ଆଖି ଓ କାନ। ଗଣମାଧ୍ୟମର କଣ୍ଠରୁଦ୍ଧ କରାଗଲେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ବିପଦରେ ପଡ଼ିଯିବ । କୋଭିଡ଼ ଆଳ ଦେଖାଇ ଆମ ରାଜ୍ୟରେ ଗଣମାଧ୍ୟମକୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ବନ୍ଦ କରି ଦିଆଯାଇଛି। ଏପରି ସ୍ଥିତିରେ ସମଗ୍ର ଦେଶରେ ଗଣମାଧ୍ୟମର ସ୍ୱାଧୀନତା ବିଶ୍ୱର ୧୪୨ ନମ୍ୱର ସ୍ଥାନରେ ପହଞ୍ଚିଛି ।  ଦେଶର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ନିଜର ସ୍ୱାଧିନତାକୁ ହରାଇଛି। ଗଣମାଧ୍ୟମର କଣ୍ଠରୁଦ୍ଧ ପାଇଁ ସୁଚିନ୍ତିତ ଯୋଜନା କରୁଛି ଶାସକ ଶ୍ରେଣୀ। ଭୁବନେଶ୍ୱର ଲୋହିଆ ଏକାଡେ଼ମୀଠାରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ର ଉଦ୍‌ଯାପନୀ ସମାରୋହରେ ଏପରି ସାଂଘାତିକ ତଥ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି ଏହାର ଜାତୀୟ ଉପସଭାପତି ପି.ଭି. କାଦିରମନ ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ର ଜାତୀୟ ପରିଷଦ ବୈଠକ ଉଦ୍‌ଯାପିତ ହୋଇଯାଇଛି। ଫରୱାର୍ଡ଼ ବ୍ଲକ୍‌ର ଜାତୀୟ ଉପସଭାପତି ପି.ଭି. କାଦିରମନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦୁଇଦିନିଆ ବୈଠକରେ ଦେଶବାସୀଙ୍କ ସମସ୍ୟା ସଂକ୍ରାନ୍ତରେ ବିସ୍ତାର ଭାବେ ଆଲୋଚନା କରାଯାଇଥିଲା।

ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ସମଗ୍ର ଦେଶ ସଙ୍କଟମୟ ସମୟ ଦେଇ ଗତି କରୁଛି। ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବେକାରୀ ସମସ୍ୟା ଉତ୍କଟତର ରୂପ ନେଲାଣି। ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାର ଅଭାବ ସାରା ଦେଶରେ ପରିଲକ୍ଷିତ ହେଉଛି। କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତ୍ତି ଫଳରେ କ୍ଷୁଦ୍ର ବ୍ୟବସାୟୀ ଓ ଆମିନିର୍ଭରଶୀଳ ଯୁବବର୍ଗ ସେମାନଙ୍କ ବ୍ୟବସାୟ ହରାଇବାରେ ଲାଗିଛନ୍ତି। କୃଷକ ଓ ଶ୍ରମିକ ଶ୍ରେଣୀଙ୍କୁ ଯୋଜନାବଦ୍ଧ ଭାବରେ କ୍ଷତି ପହଞ୍ଚାଇବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଉଛି।

ପାର୍ଟି ସଙ୍ଗଠନକୁ ମଜବୁତ୍ ଓ ଲୋକାଭିମୁଖୀ କରିବା ପାଇଁ ସୁଭାଷବାଦୀ ବିଚାରଧାରା ଆଧାରରେ ପାର୍ଟିର ପତାକା ଓ ପାର୍ଟିର ସମ୍ୱିଧାନରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଦୀର୍ଘ ୭୦ ବର୍ଷ ପରେ ପୁଣିଥରେ ନେତାଜୀଙ୍କ ଜନ୍ମମାଟିରେ ନେତାଜୀଙ୍କ ଦଳ ଫରୱାର୍ଡ଼ ବ୍ଲକ୍‌ ପତାକାରେ ପରିବର୍ତନ କରାଯାଇ ସେଥିରୁ ଦା’ ହାତୁଡ଼ି ଚିହ୍ନକୁ ବାଦ ଦେଇ କେବଳ ନାଲି ପତକା ଉପରେ ଲମ୍ଫ ମାରୁଥିବା ବାଘ ଚିହ୍ନକୁ ପାର୍ଟିର ନୂତନ ପତକା ଭାବରେ ବ୍ୟବହାର କରାଯିବ । ଦଳର ଓଡ଼ିଶା ରାଜ୍ୟ ସାଧାରଣ ସଂପାଦକ ତଥା ଜାତୀୟ କମିଟିର ଅନ୍ୟତମ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପାର୍ଟି ସଂଗଠନରେ ଯୁବକମାନଙ୍କୁ ସାମିଲ କରି ଆଜାଦ୍ ହିନ୍ଦ୍ ବାହିନୀର କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବାକୁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପାର୍ଟି ନେତୃତ୍ୱମାନଙ୍କ ସର୍ବାଧିକ ବୟସ ସୀମାକୁ ୭୫ ବର୍ଷ ରଖାଯାଇଥିବା ବେଳେ ପାର୍ଟିର ସମ୍ୱିଧାନର ମୁଖବନ୍ଧରେ ପରିବର୍ତ୍ତନ କରାଯାଇ ସୁଭାଷବାଦୀ ଆଦର୍ଶକୁ ସ୍ଥାନିତ କରାଯାଇଛି। ଏପରି ସଂକଟମୟ ସ୍ଥିତିରେ କେବଳ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶ ଏବଂ ବିଚାରଧାରା ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିପାରିବ ବୋଲି ଗଣମାଧ୍ୟମକୁ ସୂଚନା ଦେବା ବେଳେ ଫରୱାର୍ଡ଼ ବ୍ଲକ୍‌ର ଜାତୀୟ ସାଧାରଣ ସଂପାଦକ ଦେବବ୍ରତ ବିଶ୍ୱାସ ପ୍ରକାଶ କରିଛନ୍ତି।

ଏହି ଦୁଇ ଦିନିଆ ଅଧିବେଶନର   ଉଦ୍‌ଯାପନୀ ସମାରୋହରେ ଫରୱାର୍ଡ଼ ବ୍ଲକର ଜାତୀୟ ସଂପାଦକ ଜି. ଦେବରାଜନ୍, ଜି.ଆର. ଶିବଶଙ୍କର, ନରେନ୍ ଚାଟ୍ଟାର୍ଜୀ, ଗୋବିନ୍ଦ ରାୟ, ବଣ୍ଡା ସୁରେନ୍ଦ୍ର ରେଡ୍ଡୀ, ଜ୍ୟୋତି ରଂଜନ ମହାପାତ୍ର, ଓଡ଼ିଶା ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ଆନ୍ଧ୍ରପ୍ରଦେଶର ସାଧାରଣ ସଂପାଦକ ସୁନ୍ଦର ରାମା ରାଜୁ, କେରଳ ରାଜ୍ୟର ସାଧାରଣ ସଂପାଦକ ମନୋଜ କୁମାରଙ୍କ ସମେତ ଶତାଧିକ ଜାତୀୟ ପରିଷଦ ସଭ୍ୟ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ  ଫରୱାର୍ଡ଼ ବ୍ଲକ୍ ରାଜ୍ୟ କାର୍ଯ୍ୟାଳୟସ୍ଥିତ ନେତାଜୀ ଭବନ ପରିସରରେ ନେତାଜୀଙ୍କ ଏକ ପ୍ରତିମୂର୍ତ୍ତିକୁ ଜାତୀୟ ସାଧାରଣ ସଂପାଦକ ଦେବବ୍ରତ ବିଶ୍ୱାସ ଉନ୍ମୋଚନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story