ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ: ଅବହେଳା କଲେ ପୁଣି ଫେରିବ ଲକଡାଉନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ତୃତୀୟ ଲହରୀ ଆସିବାର ଆଶଙ୍କା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ୍ ପରିସ୍ଥିତିର ସମୀକ୍ଷା କରି ସମସ୍ତଙ୍କୁୂ ସତର୍କ କରାଇଛନ୍ତି। କୋଭିଡ୍ ନିୟମ ନମାନିଲେ ଓ ସେଥିରେ ଅବହେଳା ପରିଲକ୍ଷିତ ହେଲେ ରାଜ୍ୟରେ ପୁଣିଥରେ ଲକଡାଉନ୍ ଫେରିବ ବୋଲି ଚେତାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରି କହିଥିଲେ ଯେ, ଆମେରିକାଠୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା […]

Naveen Patnaik

Naveen Patnaik

Ordigital Desk
  • Published: Tuesday, 07 September 2021
  • Updated: 07 September 2021, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ତୃତୀୟ ଲହରୀ ଆସିବାର ଆଶଙ୍କା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ୍ ପରିସ୍ଥିତିର ସମୀକ୍ଷା କରି ସମସ୍ତଙ୍କୁୂ ସତର୍କ କରାଇଛନ୍ତି। କୋଭିଡ୍ ନିୟମ ନମାନିଲେ ଓ ସେଥିରେ ଅବହେଳା ପରିଲକ୍ଷିତ ହେଲେ ରାଜ୍ୟରେ ପୁଣିଥରେ ଲକଡାଉନ୍ ଫେରିବ ବୋଲି ଚେତାଇ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରି କହିଥିଲେ ଯେ, ଆମେରିକାଠୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢ଼ିବା ଚିନ୍ତାଜନକ ହୋଇଛି । ତେଣୁ ସମ୍ଭାବ୍ୟ ତୃତୀୟ ଲହରଠାରୁ ନିରାପଦ ରହିବାକୁ ହେଲେ, କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ହେବ। ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ। କୋଭିଡ୍ ଗାଇଡଲାଇନ ପାଳନ କରିବା ହେଉଛି କୋଭିଡ୍ ବିରୁଦ୍ଧରେ ଲଢ଼େଇର ସବୁଠୁ ବଡ଼ ଅସ୍ତ୍ର। ପିଲାମାନେ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି । ତେଣୁ ସେମାନଙ୍କ ପାଇଁ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ। କୋଭିଡ୍ ନିୟମ ପାଳନରେ ଅବହେଳା ଯଦି ଦୃଷ୍ଟିକୁ ଆସେ, ତେବେ ଅନୁଷ୍ଠାନର ମୁଖ୍ୟ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇବା ସହ ସ୍ୱତନ୍ତ୍ର ଟିମ୍ ଗଠନ କରି ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟମିତ ଭାବେ ଅଚାନକ ଯାଂଚ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ହାଟବଜାର, ଧର୍ମାନୁଷ୍ଠାନ, ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଆଦି ଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖିବା ସହିତ ସେଠାରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ଉପରେ ପ୍ରଶାସନ ଦୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ହାଇରିସ୍କ ଗ୍ରୁପରେ ଥିବା ସ୍ୱାସ୍ଥ୍ୟକର୍ମୀ, ସ୍କୁଲ ଯାଉଥିବା ପିଲା, ଗର୍ଭବତୀ ମହିଳା, ସରକାରୀ କର୍ମଚାରୀ ଓ ପୁଲିସଙ୍କ ନିୟମିତ ଭାବେ ଟେଷ୍ଟିଂ ଜାରି ରଖିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଡେଲଟା ଭାରିଏଣ୍ଟ ଅଧିକ ସଂକ୍ରମଣ କରୁଥିବାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରି ନିୟମିତ ଭାବେ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସବୁ ଲୋକେ ଯେପରି ଦୁଇଟି ଡୋଜ୍ ଟିକା ନେବେ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଛି। କେରଳରେ ଓନାମ ପର୍ବ ପାଳନ ପରେ ସଂକ୍ରମଣ ବୃଦ୍ଧିର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ପାର୍ବଣ ସମୟରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧ କରିବାକୁ ନିବେଦନ କରିବା ସହ ଏହା ଦ୍ୱାରା ଭବିଷ୍ୟତରେ ଲକଡାଉନକୁ ଏଡ଼ାଇ ପାରିବ ଓ ଲୋକଙ୍କ ଆର୍ଥିକ ଅବସ୍ଥାରେ କୌଣସି କ୍ଷତି ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏବେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲକଡାଉନ୍ କୋହଳ କରାଯାଇଛି । କିନ୍ତୁ ତା’ର ଅର୍ଥ ନୁହେଁ ଯେ କୋଭିଡ୍ ନିୟମ ପାଳନରେ ଢ଼ିଲା କରିବା। ସାମୁହିକ ସ୍ୱାର୍ଥ ଦୃଷ୍ଟିରେ ରାଜ୍ୟ ସରକାର ପୁଣିଥରେ ଲକଡାଉନ୍ ପାଇର୍ ବାଧ୍ୟ ହେବେ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।

ଏହି ବୈଠକରେ ମୁଖ୍ୟସଚିବ, ପୁଲିସ ଡିଜି, ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story