ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଜ୍ୟର ଖାଲି ପଡ଼ିଥିବା ୪ ରାଜ୍ୟସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରାର୍ଥୀ ଘୋଷଣା କରିଛନ୍ତି। ସୁବାସ ସିଂ, ମୁନା ଖାଁ, ସୁଜିତ୍ କୁମାର ଓ ମମତା ମହନ୍ତଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ କରିଛି। ରାଜ୍ୟ ପ୍ରାର୍ଥୀ ଘୋଷଣା ପରେ ମୁନା ଖାଁ କହିଛନ୍ତି,“ ମୋ ପରିଶ୍ରମର ଫଳ ମୋତେ ମିଳିଛି। ମୋତେ ରାଜ୍ୟସଭା ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ” […]

777777777777777777700000000000000

Tapaswini Nayak
  • Published: Saturday, 07 March 2020
  • , Updated: 07 March 2020, 03:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଜ୍ୟର ଖାଲି ପଡ଼ିଥିବା ୪ ରାଜ୍ୟସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରାର୍ଥୀ ଘୋଷଣା କରିଛନ୍ତି। ସୁବାସ ସିଂ, ମୁନା ଖାଁ, ସୁଜିତ୍ କୁମାର ଓ ମମତା ମହନ୍ତଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ କରିଛି।

ରାଜ୍ୟ ପ୍ରାର୍ଥୀ ଘୋଷଣା ପରେ ମୁନା ଖାଁ କହିଛନ୍ତି,“ ମୋ ପରିଶ୍ରମର ଫଳ ମୋତେ ମିଳିଛି। ମୋତେ ରାଜ୍ୟସଭା ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ”

ସେହିପରି ରାଜ୍ୟସଭା ପ୍ରାର୍ଥୀ ସୁବାସ ସିଂ କହିଛନ୍ତି ,“ ମୋତେ ଯେତେବେଳେ ବି ଯାହା ଦାୟିତ୍ୱ ମିଳିଛି ତୁଲାଇଛି। ଏ ଦାୟିତ୍ୱ ମଧ୍ୟ ଭଲ ଭାବେ ତୁଲାଇବି। ରାଜ୍ୟସଭା ପ୍ରାର୍ଥୀ କରିଥିବାରୁ  ମୁଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ କୃତଜ୍ଞ।”

ରାଜ୍ୟସଭା ପ୍ରାର୍ଥୀ ସୁଜିତ୍ କୁମାର କହିଛନ୍ତି,“ ମୁଖ୍ୟମନ୍ତ୍ରୀ ମୋତେ ରାଜ୍ୟସଭା ପ୍ରାର୍ଥୀ କରିବା, ମୋ ପାଇଁ ସରପ୍ରାଇଜ୍। ମୁଖ୍ୟମନ୍ତ୍ରୀ ମୋତେ ଯୋଗ୍ୟ ଭାବିଥିବାରୁ ମୁଁ ତାଙ୍କଠାରେ କୃତଜ୍ଞ। ଆଦିବାସୀ ଅଞ୍ଚଳର ବିକାଶ ଲାଗି ମୁଁ ଉଦ୍ୟମ କରିବି। ଆଦିବାସୀ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ଲାଗି ପ୍ରାଧାନ୍ୟ ଦେବି।”

ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ କହିଛନ୍ତି,“ ମୋତେ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାଙ୍କୁ ଅଗ୍ରାଧିକାର ଦିଅନ୍ତି। ମୋ ଦାୟିତ୍ୱ  ମୁଁ ସୁଚାରୁ ରୂପେ ତୁଲାଇବି।”

୨୦୧୯ ନିର୍ବାଚନରେ ହାରିଥିବା ପ୍ରାର୍ଥୀଙ୍କୁ ନବୀନ ରାଜ୍ୟସଭା ଟିକେଟ୍ ଦେଇନାହାନ୍ତି। ରେସ୍‌ସରେ ଥିବା ଅନଙ୍ଗ ଉଦୟ ସିଂହଦେଓ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁଭାଶିନୀ ଜେନାଙ୍କୁ ନେଇ ଚର୍ଚ୍ଚା ହେଉଥିଲା। ସେପଟେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ମିଳିଛି କ୍ୟାବିନେଟ୍ ପାହ୍ୟା।  ସୁବାସ ସିଂଙ୍କ ପାଖରେ ଥିବା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ପଦବୀକୁ ଚ୍ୟାଉ ପଟ୍ଟନାୟକଙ୍କୁ ଦିଆଯାଇଛି।

ରାଜ୍ୟସଭା ନିର୍ବାଚନ ପାଇଁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୭ଟି ରାଜ୍ୟର ୫୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। ଖାଲି ହେଉଥିବା ୫୫ଟି ଆସନ ମଧ୍ୟରୁ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ରହିଛି। ଆସନ୍ତା ୨୬ ତାରିଖରେ ହେବ ନିର୍ବାଚନ।

Related story