ପ୍ରବାସୀ ଫେରିପାରନ୍ତି, ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଉଗ୍ରରୂପ ଧାରଣ କରୁଥିବାରୁ ଦେଶର ବିଭିନ୍ନ ସହରରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଓ ୧୪୪ ଧାରା ଜାରି କରାଯାଇଛି। ଏପରି ସ୍ଥିତିରେ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିପାରନ୍ତି। ସେଥିପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍‌ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ ହେଲାଣି। ପ୍ରବାସୀ ଫେରିପାରନ୍ତି। ଡାଟାବେସ୍‌ ସହ ପୂର୍ବ ପ୍ରୋଟୋକଲ୍‌ ଲାଗୁ କର। […]

migrate

migrate

Manoranjan Sial
  • Published: Tuesday, 20 April 2021
  • Updated: 20 April 2021, 07:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଉଗ୍ରରୂପ ଧାରଣ କରୁଥିବାରୁ ଦେଶର ବିଭିନ୍ନ ସହରରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଓ ୧୪୪ ଧାରା ଜାରି କରାଯାଇଛି। ଏପରି ସ୍ଥିତିରେ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିପାରନ୍ତି। ସେଥିପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କୋଭିଡ୍‌ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ ହେଲାଣି। ପ୍ରବାସୀ ଫେରିପାରନ୍ତି। ଡାଟାବେସ୍‌ ସହ ପୂର୍ବ ପ୍ରୋଟୋକଲ୍‌ ଲାଗୁ କର। ଫେରନ୍ତା ସମସ୍ତ ପ୍ରବାସୀଙ୍କ କ୍ୱାରେଣ୍ଟାଇନ୍‌ ଓ ଟେଷ୍ଟିଂ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସେପଟେ ଅକ୍ସିଜେନ ବ୍ୟବସ୍ଥା ଥାଇ କୋଭିଡ୍‌ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ୬ ସୂତ୍ରୀ ଫର୍ମୁଲା ଘୋଷଣା କରି କହିଛନ୍ତି, ଯଦିଓ ଏବେ ଅକ୍ସିଜେନ କି ଶଯ୍ୟାର ଅଭାବ ଦେଖା ଦେଇନାହିଁ, ତେବେ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ମୂଲ୍ୟବାନ ଜୀବନ ରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅଧିକାଂଶ ବେଡ ପାଇଁ ଅକ୍ସିଜେନ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଔଷଧର କୌଣସି ଅଭାବ ନ ଥିଲେ ମଧ୍ୟ ଆଗାମୀ ଦିନରେ ଆବଶ୍ୟକତା ବୃଦ୍ଧି ପାଇବ। ଏଥିପ୍ରତି ମଧ୍ୟ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟରେ କରୋନାର ପୁଣି କରାଳ ରୂପ ଧାରଣ କରିଛି। ଏପ୍ରିଲ୍ ପହିଲାରେ ଚିହ୍ନଟ ହୋଇଥିଲେ ୩୯୪ କରୋନା ଆକ୍ରାନ୍ତ। ଆଜି ରାଜ୍ୟରେ ୪୭୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦ ଦିନରେ ଦୈନିକ ସଂକ୍ରମଣ ପ୍ରାୟ ୧୨ ଗୁଣା ବଢ଼ିଛି। ରେଡ୍‌ଜୋନ୍‌ରେ ରାଜ୍ୟର ୧୦ ଜିଲ୍ଲା ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ ଓ ପୁରୀ ସମେତ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲା ରହିଛି। ଖାଲି ସେତିକି ନୁୁହେଁ, କେବଳ ଏପ୍ରିଲ୍‌ରେ କରୋନା ନେଲାଣି ୩୨ ଜୀବନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos