ଚତୁର୍ଥ ପାଳିରେ ମନେ ପଡ଼ିଲା ସାମ୍ୱାଦିକଙ୍କ କଥା: ହାତ ଖୋଲିଦେଲେ ନବୀନ  

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚତୁର୍ଥ ପାଳିର ଶେଷ ବର୍ଷରେ ସାମ୍ବାଦିକଙ୍କ ପାଇଁ ହାତ ଖୋଲିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ସହ ବହୁ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଗୁଡ଼ିକ ୨୦୧୮ ଜୁନ୍‌ ପହିଲାଠାରୁ କାର୍ଯ୍ୟକାରୀ କରାଯିବ। ପ୍ରଥମ ପର୍ଯ୍ୟାୟରେ ୩୨୩୩ ଜଣ ସାମ୍ୱାଦିକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଆଜି କଣ ନିଷ୍ପତ୍ତି ହୋଇ ପଢ଼ନ୍ତୁ ୧: କାର୍ଯ୍ୟରତ ସାମ୍ୱାଦିକଙ୍କ ପାଇଁ ୪ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ […]

cm declared spacal packeg for journalist of odisha

cm declared spacal packeg for journalist of odisha

Rakesh Mallick
  • Published: Thursday, 07 June 2018
  • Updated: 07 June 2018, 03:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚତୁର୍ଥ ପାଳିର ଶେଷ ବର୍ଷରେ ସାମ୍ବାଦିକଙ୍କ ପାଇଁ ହାତ ଖୋଲିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ସହ ବହୁ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଗୁଡ଼ିକ ୨୦୧୮ ଜୁନ୍‌ ପହିଲାଠାରୁ କାର୍ଯ୍ୟକାରୀ କରାଯିବ। ପ୍ରଥମ ପର୍ଯ୍ୟାୟରେ ୩୨୩୩ ଜଣ ସାମ୍ୱାଦିକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

ଆଜି କଣ ନିଷ୍ପତ୍ତି ହୋଇ ପଢ଼ନ୍ତୁ

୧: କାର୍ଯ୍ୟରତ ସାମ୍ୱାଦିକଙ୍କ ପାଇଁ ୪ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା।

୨: ସାମ୍ୱାଦିକଙ୍କ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ସହିତ ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଯଦି କୌଣସି କ୍ଷେତ୍ରରେ ସ୍ୱାସ୍ଥ୍ୟା ଖର୍ଚ୍ଚ ୨ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତାହାହେଲେ ସ୍ୱାସ୍ଥ୍ୟଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ଅନୁମତି କ୍ରମେ ଅଧିକ ସହାୟତା ବ୍ୟବସ୍ଥା କରାଯିବ।

୩: ସାମ୍ୱାଦିକମାନଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ୩% ସୁଧ ଛାଡ଼ ହେବ। ଋଣ କରିଥିବା ସାମ୍ୱାଦିକ ତାଙ୍କର ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହା ଛାଡ଼ ପରିମାଣ ପ୍ରତିବର୍ଷ ପ୍ରଦାନ କରାଯିବ।

୪: ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାରି ଚକିଆ ଯାନ ଋଣ ଉପରେ ୩% ସୁଧ ଛାଡ଼ି ହେବ। ଋଣ କରିଥିବା ସାମ୍ୱାଦିକ ତାଙ୍କର ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହି ଛାଡ଼ ପରିମାଣ ପ୍ରତିବର୍ଷ ପ୍ରଦାନ କରାଯିବ।

୫: ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ଚକିଆ ଯାନ ଋଣ ଉପରେ ୩% ସୁଧ ଛାଡ଼ ହେବ। ଋଣ କରିଥିବା ସାମ୍ୱାଦିକ ତାଙ୍କର ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହ ଛାଡ଼ ପରିମାଣ ପ୍ରତିବର୍ଷ ପ୍ରଦାନ କରାଯିବ।

୬: ଯଦି କୌଣସି ସାମ୍ୱାଦିକ ସ୍ଥାୟୀ ଭାବେ ଅକ୍ଷମ ହୁଅନ୍ତି, ସେ କ୍ଷେତ୍ରରେ ତାଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ।

୭: କାର୍ଯ୍ୟରତ ସାମ୍ୱାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ପାଇଁ ସହାୟତା ଦିଆଯିବ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାସିକ ୧୫୦୦ ଟଙ୍କା ଏବଂ ଉଚ୍ଚ ଶିକ୍ଷା ପାଇଁ ୨୫୦୦ ଟଙ୍କା ପ୍ରଦାନ କରାଯିବ।

୮: ସାମ୍ୱାଦିକମାନଙ୍କୁ ବୃତ୍ତିଗତ ପ୍ରଶିକ୍ଷଣ ଦେବା ପାଇଁ ସରକାର ସହାୟତା ଯୋଗାଇଦେବେ। ଆଇଆଇଏମ୍‌ସି ପରି ସଂସ୍ଥା ଗୁଡ଼ିକରେ ୨୫ରୁ ୩୫ ଜଣ ସାମ୍ୱାଦିକଙ୍କୁ ରାଜ୍ୟ ଭିତରେ ୩ ଦିନିଆ ଏକ ସାପ୍ତାହିକ କିମ୍ୱା ଦୁଇ ସପ୍ତାହ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ। ରାଜ୍ୟ ସରକାର ୫ ବର୍ଷିଆ ବ୍ଲକ ପିରିୟଡ଼ ମଧ୍ୟରେ ଜଣକ ପିଛା ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବେ।

ସାମ୍ୱାଦିକମାନଙ୍କ ଜାରି କରାଯାଇଥିବା ଏହି ସବୁ ସୁବିଧା ଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos