ବିଧାନସଭା ଆସିଲେନି ମୁଖ୍ୟମନ୍ତ୍ରୀ, ଗୃହରେ ଉପସ୍ଥାପିତ ହେଲା ୭ଟି ବିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହକୁ ନଆସି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ସାମିଲ ହୋଇଥିଲେ। ପ୍ରଥମ ଦିନର ପ୍ରଥମାର୍ଦ୍ଧରେ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକପ୍ରସ୍ତାବ ଓ ଦ୍ୱିତୀୟାର୍ଦ୍ଧରେ ବିଭିନ୍ନ ରିପୋର୍ଟ ଓ ୭ଟି ବିଲ୍ ଗୃହରେ ଉପସ୍ଥାପିତ ହୋଇଛି। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଗୃହ ଭିତରୁ ପ୍ରବେଶ ପାଇଁ ଅନୁମତି  ମିଳିନଥିବାବେଳେ ବିଧାନସଭା […]

6nm

6nm

Tapas Behera
  • Published: Tuesday, 29 September 2020
  • Updated: 29 September 2020, 06:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହକୁ ନଆସି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ସାମିଲ ହୋଇଥିଲେ। ପ୍ରଥମ ଦିନର ପ୍ରଥମାର୍ଦ୍ଧରେ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକପ୍ରସ୍ତାବ ଓ ଦ୍ୱିତୀୟାର୍ଦ୍ଧରେ ବିଭିନ୍ନ ରିପୋର୍ଟ ଓ ୭ଟି ବିଲ୍ ଗୃହରେ ଉପସ୍ଥାପିତ ହୋଇଛି। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଗୃହ ଭିତରୁ ପ୍ରବେଶ ପାଇଁ ଅନୁମତି  ମିଳିନଥିବାବେଳେ ବିଧାନସଭା ପରିସରରେ ଥିବା ନୂଆ କନଫରେନ୍ସ ହଲରେ ଟିଭି ପରଦାରେ ଗୃହ କାର୍ଯ୍ୟ ଦେଖିବାର ସୁଯୋଗ ଦିଆଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ୧୧ଟାରେ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ଆଗତ ଓ ଦିବଂଗତ ସଦସ୍ୟମାନଙ୍କ ସ୍ମୃତିଚାରଣ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଯଦିଓ ଅଧିବେଶନର ପ୍ରଥମଦିନରେ ଶୋକ ପ୍ରସ୍ତାବ ପାରିତ ହେବାପରେ ଗୃହକୁ ଦିନକ ପାଇଁ ମୁଲତବୀ ରଖିବାର ପରମ୍ପରା ରହିଛି, ମାତ୍ର କରୋନା କଟକଣା ଯୋଗୁ ଚଳିତ ଅଧିବେଶନରେ ବାଚସ୍ପତି ଦିନକ ପରିବର୍ତ୍ତେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ମୁଲତବୀ ରଖିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ସାମିଲ ହୋଇଥିବାବେଳେ ବିଧାୟକ ପ୍ରଫୁଲ୍ଲ ସାମଲ, ବଦ୍ରିନାରାୟଣ ପାତ୍ର, ଶଶୀଭୂଷଣ ବେହେରା, ନିତ୍ୟାନନ୍ଦ ସାହୁ, ଉଷା ଦେବୀ ଓ ସାବିତ୍ରୀ ଅଗ୍ରୱାଲ ଲୋକସେବା ଭବନରୁ ଏବଂ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଢେଙ୍କାନାଳ, ବିଜେପି ବିଧାୟକ ବିଷ୍ଣୁ ସେଠୀ ଭଦ୍ରକରୁ ଓ ରାଜେନ୍ଦ୍ର ଢ଼ୋଲକିଆ ନୂଆପଡ଼ାରୁ ଭିସି ମାଧ୍ୟମରେ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଓ ବାଚସ୍ପତି ଶ୍ରୀ ପାତ୍ର ଗୃହରେ ଉପସ୍ଥିତ  ରହିଥିଲେ।

ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ରିପୋର୍ଟ ଆଗତ କରାଯିବା ପରେ ମନ୍ତ୍ରୀ ନବକିଶୋର ଦାସ, ପ୍ରତାପ ଜେନା, ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ ଓ ଅରୁଣ ସାହୁ ନିଜ ନିଜ ବିଭାଗର ବିଲ୍ ଉପସ୍ଥାପନ କରିଥିଲେ। ଆଜି ଗୃହରେ ଆଗତ ହୋଇଥିବା ବିଲଗୁଡ଼ିକ ମଧ୍ୟରେ ସଂକ୍ରାମକ ରୋଗ(ଓଡ଼ିଶା ସଂଶୋଧନ) ବିଲ, ନ୍ୟାୟାଳୟ ଫି’(ଓଡ଼ିଶା ସଂଶୋଧନ) ବିଲ୍ , ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍ , ଶିଳ୍ପ ବିବାଦ(ଓଡ଼ିଶା ସଂଶୋଧନ) ବିଲ୍ , ଓଡ଼ିଶା ପୌର ବିଧି(ସଂଶୋଧନ) ବିଲ, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ, ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଗୃହରେ ଉପସ୍ଥାପନ କରି ଏହାକୁ ପାରିତ ନିମନ୍ତେ ଗୃହର ଅନୁମୋଦନ ଲୋଡ଼ିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story