ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଦାୟୀ ଡିଜିପି ଅଭୟଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ ନାର୍କୋଟିକ୍ସ ଡ୍ରଗ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ମୁଖ୍ୟ ସଚିବ ପାହ୍ୟାର ପଦବୀରେ ତାଙ୍କୁ ଏହି ନିଯୁକ୍ତି ମିଳିଛି।
ଡିଜିପି ଭାବେ ଅଭୟଙ୍କର ଆଜି ଥିଲା ଶେଷ କାର୍ଯ୍ୟ ଦିବସ। ସେ ଆଜି ଅବସରର ନେଇଥିଲେ। ତା’ପୂର୍ବରୁ ସେ କଟକ ସ୍ଥିତି ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟରେ ନୂଆ ଡିଜିପି ସୁନୀଲ ବଂଶଲଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।
ସୁନୀଲ ବଂଶଲ ହେଉଛନ୍ତି ୧୯୮୭ ବ୍ୟାଚ୍ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର। ସେ ମୟୂରଭଞ୍ଜ ଏସ୍ପି ଥିଲେ। ତେବେ ୨୭ ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନ୍ରେ ଯାଇଥିଲେ। ଓଡ଼ିଶାର ଡିଜିପି ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିଲେ। ଡିଜିପି ଭାବେ ଦାୟିତ୍ୱ ପାଇବା ପରେ ସେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।