ମୁଖ୍ୟମନ୍ତ୍ରୀଙ୍କୁ ଭୟ ଘାରିଛି, ଗୁରୁପ୍ରିୟା ଲୋକାର୍ପଣ ପୂର୍ବରୁ ୫ କଂଗ୍ରେସ କର୍ମୀଙ୍କୁ ଉଠାଇ ଆଣିଲା ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଲୋକାର୍ପଣ ହେବ ମାଲକାନ୍‌ଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ। ଏହା ପୂର୍ବରୁ ଆଜି ୫ ଜଣ କଂଗ୍ରେସ କର୍ମୀଙ୍କୁ ଉଠାଇ ଆଣିଛି ପୁଲିସ୍। ମାଲକାନ୍‌ଗିରି ଜିଲ୍ଲା କଂଗ୍ରେସ ଅଫିସ୍‌ରୁ ସେମାନଙ୍କୁ ଉଠାଇ ଅଣାଯାଇଛି। ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଲି ଲୋକାର୍ପଣ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଭାଗୀୟ ସଚିବ ନଳିନୀ ପ୍ରଧାନ ଆଜି ମାଲକାନଗିରି ଯାଇ […]

cm inaugurates gurupriya bridge tomorrow

cm inaugurates gurupriya bridge tomorrow

Rakesh Mallick
  • Published: Wednesday, 25 July 2018
  • Updated: 25 July 2018, 10:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଲୋକାର୍ପଣ ହେବ ମାଲକାନ୍‌ଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ। ଏହା ପୂର୍ବରୁ ଆଜି ୫ ଜଣ କଂଗ୍ରେସ କର୍ମୀଙ୍କୁ ଉଠାଇ ଆଣିଛି ପୁଲିସ୍। ମାଲକାନ୍‌ଗିରି ଜିଲ୍ଲା କଂଗ୍ରେସ ଅଫିସ୍‌ରୁ ସେମାନଙ୍କୁ ଉଠାଇ ଅଣାଯାଇଛି।

ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଲି ଲୋକାର୍ପଣ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଭାଗୀୟ ସଚିବ ନଳିନୀ ପ୍ରଧାନ ଆଜି ମାଲକାନଗିରି ଯାଇ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଓ ଏସ୍‌ପି ମଧ୍ୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ମାଓ ପ୍ରଭାବିତ ବିଚ୍ଛିନ୍ନାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ୬ ବାଟାଲିୟନ୍ ସୁରକ୍ଷା ବାହିନୀ ଓ ବ୍ଲାକ୍ କ୍ୟାଟ୍ କମାଣ୍ଡୋ ମୁତୟନ କରାଯାଇଥିବା ଏସ୍‌ପି କହିଛନ୍ତି।

ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି-“୪୭୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଗୁରୁପ୍ରିୟା ସେତୁ। ଏହି ସେତୁ ଆସନ୍ତାକାଲି ଲୋକାର୍ପଣ ହେଲେ ବିଚ୍ଛିନ୍ନାଞ୍ଚଳର ପ୍ରାୟ ୩୦ ହଜାର ଲୋକ ଯିବା ଆସିବା କରିପାରିବେ। ଏହାଛଡ଼ା ଏହି ଦୁର୍ଗମ ଅଞ୍ଚଳରେ ବିକାଶ କାର୍ଯ୍ୟ ସମ୍ଭବ ହୋଇପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos