ବଲାଙ୍ଗିରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ନବୀନ

ବଲାଙ୍ଗିର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ବଲାଙ୍ଗିର ମେଡିକାଲ କଲେଜ ପାଇଁ ବ୍ୟବହାର ହେବାକୁ ଥିବା ନୂଆ କୋଠାର ଲୋକାର୍ପଣ କରିବା ସହ ତେଲ ନଦୀରୁ ଜଳ ଯୋଗାଣ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ପରେ ସେ  ଏକ ସାଧାରଣ ସଭାରେ ମଧ୍ୟ ଯୋଗ ଦେଇଥିଲେ। ନବୀନଙ୍କ ଗସ୍ତବେଳେ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। […]

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 05:14 PM IST

ବଲାଙ୍ଗିର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ବଲାଙ୍ଗିର ମେଡିକାଲ କଲେଜ ପାଇଁ ବ୍ୟବହାର ହେବାକୁ ଥିବା ନୂଆ କୋଠାର ଲୋକାର୍ପଣ କରିବା ସହ ତେଲ ନଦୀରୁ ଜଳ ଯୋଗାଣ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ପରେ ସେ  ଏକ ସାଧାରଣ ସଭାରେ ମଧ୍ୟ ଯୋଗ ଦେଇଥିଲେ।

ନବୀନଙ୍କ ଗସ୍ତବେଳେ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସର୍ଯ୍ୟନାରାୟଣ ପାତ୍ର,ସାଂସଦ ଅନଙ୍ଗଉଦୟ ସିଂଦେଓ, କଳିକେଶ ସିଂଦେଓ, ବିଧାୟିକା ଟୁକୁନି ସାହୁ,ଆୟୁବ ଖାଁ ଓ ଯୋଗେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

 

Related story