- Videos
- Odisha
- ବୁର୍ଲାରେ ପ୍ଲାନେଟୋରିୟମ ଓ ସାଇନ୍ସ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ବୁର୍ଲାରେ ପ୍ଲାନେଟୋରିୟମ ଓ ସାଇନ୍ସ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- Published: Friday, 22 September 2017
- , Updated: 22 September 2017, 02:29 PM IST

ସମ୍ୱଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଜମାଦାରପାଲି ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟରରେ ଯାଇ ନବୀନ ଏମସିଏଲ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରୁ ଯାଇ ବୁର୍ଲାରେ ନିର୍ମିତ ପ୍ଲାନେଟୋରିୟମ ଓ ସାଇନ୍ସ ପାର୍କର ଉଦଘାଟନ କରିଥିଲେ। ସେହିଭଳି ଭିମସାର ପରିସରରେ ଅନ୍ୟ କିଛି ପ୍ରକଳ୍ପର ଉଦଘାଟନ କରିବା ପରେ VSSUT ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସମ୍ବଲପୁରରେ ୧୦ଟି ନୂଆ ସିଟିବସ୍ ସେବାର ଉଦଘାଟନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜୋର ଧରିଛି ରାଜନୀତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ବିଜେପି ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ପୋଲିସ ଗିରଫ କରିଥିଲା। ଜୟନାରାୟଣଙ୍କ ସହ ବିଜେପିର ୪୫ ଓ କଂଗ୍ରେସର ୨ ଜଣଙ୍କୁ ଆଗୁଆ ଗିରଫ କରାଯାଇଥିଲା ତେବେ ଏପରି ଗିରଫଦାରୀର ତୀବ୍ର ପ୍ରତିବାଦ କରିଛି ବିଜେପି।