ନବୀନ ଖେଳିଲେ ମହିଳା କାର୍ଡ଼!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହିଳା ଭୋଟ୍‌ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ ନବୀନ ପଟ୍ଟନାୟକଙ୍କ ନୂଆ ଚାଲ୍‌। ଖେଳିଲେ ମହିଳା କାର୍ଡ! ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବଢ଼ାଇଲେ ମହିଳାଙ୍କ ଚିକିତ୍ସା ସହାୟତା ରାଶି। ଏହି ଯୋଜନାରେ ମହିଳାଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ। ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ଘୋଷଣା କରି ୭୦ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ ସହାୟତା କଥା କହିଥିଲେ। ବିଜୁ କୃଷକ କଲ୍ୟାଣ […]

cn naveen patnik

cn naveen patnik

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 07:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହିଳା ଭୋଟ୍‌ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ ନବୀନ ପଟ୍ଟନାୟକଙ୍କ ନୂଆ ଚାଲ୍‌। ଖେଳିଲେ ମହିଳା କାର୍ଡ! ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବଢ଼ାଇଲେ ମହିଳାଙ୍କ ଚିକିତ୍ସା ସହାୟତା ରାଶି। ଏହି ଯୋଜନାରେ ମହିଳାଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ। ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ଘୋଷଣା କରି ୭୦ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ ସହାୟତା କଥା କହିଥିଲେ। ବିଜୁ କୃଷକ କଲ୍ୟାଣ ଯୋଜନା ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ମହିଳା ହିତାଧିକାରୀମାନେ ଏହି ସୁବିଧା ପାଇବେ। ଆଜି ସଚିବାଳୟରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମର ସମୀକ୍ଷା ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମହିଳା ମମତା ପଡ଼ିଆମୀଙ୍କ ଅନୁରୋଧ କ୍ରମେ ହିଁ ଚିକିତ୍ସା ସହାୟତା ରାଶି ବୃଦ୍ଧି କରିଥିବା ନବୀନ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରକୃତରେ ମମତାଙ୍କ ଅନୁରୋଧ ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ସହାୟତା ରାଶି ବଢ଼ାଇଲେ, ନା ପୂର୍ବରୁ ବିଧିବଦ୍ଧ ଯୋଜନା ହୋଇଥିଲା। ଆଉ ମମତାଙ୍କୁ ଆଳ କରି ପରେ ଘୋଷଣା କରିଦିଆଗଲା। ସେପଟେ ଘୋଷଣା ପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ‘ଓଡ଼ିଶା ଫର୍ ଓ୍ୱିମେନ୍’ ଶୀର୍ଷକରେ ମହିଳାଙ୍କ ପାଇଁ ତମାମ ଯୋଜନା କଥା ବଖାଣିଛନ୍ତି। ଚର୍ଚ୍ଚା ହେଉଛି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କକୁ ଅଧିକ ମଜଭୁତ୍ ଓ ସୁରକ୍ଷିତ ରଖିବା ପାଇଁ ନବୀନ ଚଳାଇଛନ୍ତି ଏହି ଗୋଟି। ଏପଟେ କିନ୍ତୁ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଅତି ବିପର୍ଯ୍ୟସ୍ତ। ଗର୍ଭବତୀଙ୍କୁ ଖଟିଆରେ ବୋହି ନେବାଠୁ ରାସ୍ତା କଡ଼ରେ ପ୍ରସବ ଯେମିତି ନିତିଦିନିଆ ଘଟଣା ପାଲଟିଛି। ଆଜିର ଘୋଷଣା ପରେ ଯୋଜନା ପାଇଁ ବଜେଟ୍‌ରେ ଅର୍ଥ ବରାଦ ହୋଇଛି କି ବୋଲି ପ୍ରଶ୍ନ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ।

ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି-“ବହୁ ଯୋଜନା ଘୋଷଣା କରାଯାଉଛି। ସେମିତି ଇଏ ଗୋଟିଏ ଯୋଜନା। କିନ୍ତୁ ପ୍ରତିଦିନ ରାସ୍ତାରେ, ବସ୍‌ରେ ଓ ଅଟୋରେ ମହିଳାମାନେ ପ୍ରସବ କରୁଛନ୍ତି। ହେଲେ ଏଥିପାଇଁ ବଜେଟରେ ବ୍ୟୟବରାଦ ହୋଇଛି ତ?”

ବିଜେପି ସାଧାରଣ ସଂପଦାକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ରାଜ୍ୟ ସରକାରଙ୍କ ବଜେଟ୍‌ରେ ପଇସା ନାହିଁ। କିନ୍ତୁ ଯୋଜନା ପରେ ଯୋଜନା ଘୋଷଣା କରିଚାଲିଛନ୍ତି। ନିର୍ବାଚନକୁ ଆଖିଆଗରେ ରଖି ଲୋକଙ୍କୁ ଠକିବା ପାଇଁ ଏମିତି କରାଯାଉଛି।”

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି-“ମହିଳାଙ୍କ ପ୍ରତି ସମ୍ମାନ, ସୁରକ୍ଷା ଓ ଦାୟିତ୍ୱ ଆମର ରହିଛି। ଏହାକୁ ସମ୍ପାଦନ କରିବା ପାଇଁ ରାଜ୍ୟ ସରକାର ଲାଗି ପଡ଼ିଛନ୍ତି।”

ଗୋଟିଏ ପଟେ କେନ୍ଦ୍ରର ‘ଆୟୁଷ୍ମାନ ଭାରତ’ ଯୋଜନାକୁ ରାଜ୍ୟ ନା କରିଥିବା ବେଳେ ଏପଟେ ନିଜସ୍ୱ ସ୍କିମ ଘୋଷଣା କରି ବାଃ ବାଃ ନେବାକୁ ପ୍ରୟାସ କରୁଛନ୍ତି। ହେଲେ ବାସ୍ତବରେ ହିତାଧିକାରୀ ଯୋଜନାରୁ କେତେ ଫାଇଦା ପାଇବେ ତା’ ଉପରେ ସମସ୍ତଙ୍କର ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story