ମୋଦିଙ୍କ ସମ୍ୱର୍ଦ୍ଧିତ ସଭାକୁ ଆସି ବାଟବଣା ସୁଜାତା; ଘରେ ଛାଡ଼ିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ବାଲେଶ୍ୱର: ବାଲେଶ୍ୱରରୁ ଉଦ୍ଧାର ହୋଇଛନ୍ତି ନିଖୋଜ ଆଜାଦ ହିଦ୍‌ ଫୌଜର ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ବୋହୂ ସୁଜାତା। ଭୁଲ୍‌ରେ ବାଲେଶ୍ୱର ଯାଉଥିବା ଟ୍ରେନ୍‌ରେ ଚଢ଼ି ଯାଇଥିଲେ। ଅର୍ଥାଭାବରୁ ନିଜ ଘର ଜୟପୁରକୁ ଫେରି ପାଉନାହାନ୍ତି। ଯଥାଶୀଘ୍ର ତାଙ୍କୁ ତାଙ୍କ ଘରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସମ୍ୱର୍ଦ୍ଧିତ ହେବା ପାଇଁ ସ୍ୱାମୀ ସୁରେନ୍ଦ୍ର ପଣ୍ଡାଙ୍କ ସହ ଭୁବନେଶ୍ୱର ଆସିଥିଲେ ସୁଜାତା। […]

balasore-station

Rakesh Mallick
  • Published: Tuesday, 18 April 2017
  • , Updated: 18 April 2017, 08:14 PM IST

ବାଲେଶ୍ୱର: ବାଲେଶ୍ୱରରୁ ଉଦ୍ଧାର ହୋଇଛନ୍ତି ନିଖୋଜ ଆଜାଦ ହିଦ୍‌ ଫୌଜର ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ବୋହୂ ସୁଜାତା। ଭୁଲ୍‌ରେ ବାଲେଶ୍ୱର ଯାଉଥିବା ଟ୍ରେନ୍‌ରେ ଚଢ଼ି ଯାଇଥିଲେ। ଅର୍ଥାଭାବରୁ ନିଜ ଘର ଜୟପୁରକୁ ଫେରି ପାଉନାହାନ୍ତି। ଯଥାଶୀଘ୍ର ତାଙ୍କୁ ତାଙ୍କ ଘରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି।

ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସମ୍ୱର୍ଦ୍ଧିତ ହେବା ପାଇଁ ସ୍ୱାମୀ ସୁରେନ୍ଦ୍ର ପଣ୍ଡାଙ୍କ ସହ ଭୁବନେଶ୍ୱର ଆସିଥିଲେ ସୁଜାତା। ତେବେ ଘରକୁ ଫେରିବା ସମୟରେ ଉଭୟ ଭିନ୍ନଭିନ୍ନ ଟ୍ରେନ୍‌ରେ ଚଢ଼ି ଯାଇଥିଲେ। ଭୁଲ୍‌ରେ ସୁଜାତା ଉତ୍କଳ ଏକ୍ସପ୍ରେସରେ ଚଢ଼ି ବାଲେଶ୍ୱରରେ ଓହ୍ଲାଇଥିଲେ। ସେଠାରୁ ଜଣେ ଯୁବକ ସୁଜାତାଙ୍କୁ ନେଇ ଆର୍‌ପିଏଫ୍‌ଙ୍କ ଜିମା ଦେଇଥିଲେ।

Related story