ଗଜପତିରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଭେଟିଦେଲେ ୮୨୦ କୋଟିର ପ୍ରକଳ୍ପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଜିଲ୍ଲାଗୁଡ଼ିକୁ ମାରାଥନ୍ ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହାସହିତ ୮୨୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଲ୍‌ଥ କାର୍ଡ଼ ଦ୍ୱାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ […]

CMO

Ordigital Desk
  • Published: Monday, 04 October 2021
  • , Updated: 04 October 2021, 10:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଜିଲ୍ଲାଗୁଡ଼ିକୁ ମାରାଥନ୍ ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହାସହିତ ୮୨୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି।

https://twitter.com/Naveen_Odisha/status/1444969267795947523?s=20

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ପ୍ରାୟ ୯୦ ପ୍ରତିଶତ ଲୋକଙ୍କୁ ଏହି ସ୍ମାର୍ଟ କାର୍ଡ ସୁବିଧା ମିଳିବ ବୋଲି କହିଛନ୍ତି । ଜିଲ୍ଲାର ପ୍ରାୟ ୧.୩୫ଲକ୍ଷ ଲୋକଙ୍କୁ ଏହି ସୁବିଧା ମିଳିବ। ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାର ବରପୁତ୍ରମାନଙ୍କୁ ମନେପକାଇବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜିଲ୍ଲା ପାଇଁ ରାସ୍ତାଘାଣ, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ମେଗା ପାଇପ ପାଣିର ପ୍ରକଳ୍ପର ଉଦଘାଟନ କରିଥିଲେ। ଏହାସହିତ ମହେନ୍ଦ୍ରଗିରି ତୀର୍ଥର ବିକାଶ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଜପତି ଜିଲ୍ଲାରେ ୭୯୬ କୋଟି ଟଙ୍କାର ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୨୩.୪୨କୋଟି ଟଙ୍କାର ରାସ୍ତା, ପୋଲ, ସ୍ୱାସ୍ଥ୍ୟ ସେବା ଓ ପରିଛନ୍ନତା ଆଦି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଅଗଷ୍ଟ ୨୦ତାରିଖରେ ମୁଖ୍ୟମନ୍ତ୍ରୀ ଏହି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ମାଲକାନଗିରି ଜିଲ୍ଲାରୁ କରିଥିଲେ । ଏହାପରେ ସୁନ୍ଦରଗଡ଼, ବଲାଙ୍ଗିର ଓ ଆଜି ଗଜପତିରେ କରିଥିବାବେଳେ ୭ତାରିଖରେ ପୁରୀ ଓ ୯ ତାରିଖରେ ଦେବଗଡ଼ ଜିଲ୍ଲାରେ ଏହି ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି ।

https://twitter.com/Naveen_Odisha/status/1444969255187845121?s=20

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି କାର୍ଡ ବଣ୍ଟନର ଶୁଭାରମ୍ଭ ହେବାପରେ ବିଜେଡିର ମନ୍ତ୍ରୀ ଓ ନେତାମାନେ ଜିଲ୍ଲାର ପ୍ରତ୍ୟେକ ପଂଚାୟତକୁ ଯାଇ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ କରୁଛନ୍ତି । ଏହି କାର୍ଯ୍ୟ ପ୍ରାୟ ୩ଦିନ ଧରି ଜିଲ୍ଲାରେ ଚାଲିବ ବୋଲି ଜଣାପଡ଼ିଛି ।

Related story