‘ବରଗଡ଼ରେ ପ୍ରତିଷ୍ଠା ହେବ କ୍ୟାନସର ହସ୍ପିଟାଲ’

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲାବସୀଙ୍କ ପାଇଁ ଖୁସି ଖବର। ବରଗଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ୟାନ୍‌ସର ହସ୍ପିଟାଲ। ଦିନିକିଆ ବରଗଡ଼ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ଏଠାରେ କ୍ୟାନସର ହସ୍ପିଟାଲ୍‌ ପ୍ରତିଷ୍ଠା ହେଲେ ବହୁ ଗରିବ ରୋଗୀ ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରିବେ। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା ଆଜି ଲୋକାର୍ପିତ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦୦ ଶଯ୍ୟା ବିଶିଷ୍ଟ କରିବାକୁ […]

CM-Naveen-Patnaik-announces-slew-of-developmental-projects-worth-around-Rs-150-crore-for-Bargarh

Manoranjan Sial
  • Published: Tuesday, 21 January 2020
  • , Updated: 21 January 2020, 04:16 PM IST

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲାବସୀଙ୍କ ପାଇଁ ଖୁସି ଖବର। ବରଗଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ୟାନ୍‌ସର ହସ୍ପିଟାଲ। ଦିନିକିଆ ବରଗଡ଼ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ଏଠାରେ କ୍ୟାନସର ହସ୍ପିଟାଲ୍‌ ପ୍ରତିଷ୍ଠା ହେଲେ ବହୁ ଗରିବ ରୋଗୀ ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରିବେ।

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା ଆଜି ଲୋକାର୍ପିତ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦୦ ଶଯ୍ୟା ବିଶିଷ୍ଟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାଛଡ଼ା ବରଗଡ଼ରେ ଏକ ସାଇନ୍ସ ପାର୍କର ମଧ୍ୟ ଉଦ୍‌ଘଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ମୁଖ୍ୟମନ୍ତ୍ରୀ ବରଗଡ଼ ପାଇଁ ମୋଟ ୧୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟକ ରୀତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଯାଇ ମାଆ ସମଲେଶ୍ୱେରୀଙ୍କୁ ଦର୍ଶନ କରିଛନ୍ତି। ଓଡ଼ିଶାବାସୀଙ୍କ ମଙ୍ଗଳ ପାଇଁ ସେ ମା’ ସମଲେଶ୍ୱରୀଙ୍କଠାରେ ପ୍ରାର୍ଥନା କଲି ବୋଲି କହିଛନ୍ତି। ଏହି ଅବସରରେ ସେ କହିଛନ୍ତି, ମନ୍ଦିର ଉନ୍ନତି ପାଇଁ କଣ ଆବଶ୍ୟକ, ସେଥିପାଇଁ ସମଲେଶ୍ୱରୀ ମନ୍ଦିରକୁ ଏକ ଏକ୍ସପର୍ଟ ଟିମ୍ ପଠାଯିବ। ଏକ୍ସପର୍ଟ ଟିମର ରିପୋର୍ଟ ପରେ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଠିକ୍‌ ସେମିତି ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related story