‘ମେକ୍ ଇନ୍ ଓଡ଼ିଶା’ ପାଇଁ ୩୦ ରାଷ୍ଟ୍ରଦୂତଙ୍କ ସହ ବୈଠକ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା-୩ ଓ ପୁଞ୍ଜିନିବେଶକ ସମ୍ମିଳନୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ବୈଠକ କରିଛନ୍ତି । ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକ୍କି) ସହଯୋଗରେ ଆଜି ନୂଆଦିଲ୍ଲୀରେ ୩୦ଟି ଦେଶର ରାଷ୍ଟ୍ରଦୂତ ଓ ୫୦ଟି ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ବୈଠକ କରି ଭୁବନେଶ୍ୱରରେ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶାର […]

naveen

naveen

Ordigital Desk
  • Published: Wednesday, 31 August 2022
  • Updated: 31 August 2022, 09:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା-୩ ଓ ପୁଞ୍ଜିନିବେଶକ ସମ୍ମିଳନୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ବୈଠକ କରିଛନ୍ତି । ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକ୍କି) ସହଯୋଗରେ ଆଜି ନୂଆଦିଲ୍ଲୀରେ ୩୦ଟି ଦେଶର ରାଷ୍ଟ୍ରଦୂତ ଓ ୫୦ଟି ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ବୈଠକ କରି ଭୁବନେଶ୍ୱରରେ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ’ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଓଡ଼ିଶାର ଦ୍ରୁତ ଅର୍ଥନୀତିକ ଅଭିବୃଦ୍ଧି, ଦୀର୍ଘ ଦେଢ଼ଦଶନ୍ଧି ଧରି ଜାତୀୟ ହାରଠୁ ଓଡ଼ିଶାର ଅଭିବୃଦ୍ଧି ହାର କ୍ରମାଗତ ଅଧିକ ରହିବା ଓ ପୂର୍ବଭାରତର ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଉଭା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଅବଗତ କରିବା ସହ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆଗ୍ରହ କରିଛନ୍ତି । ତେବେ ଭାରତ ସରକାରଙ୍କ କୌଣସି ଅଧିକାରୀ ଏହି ପ୍ରସ୍ତୁତି ବୈଠକରେ ସାମିଲ ହୋଇନଥିବା ଜଣାପଡ଼ିଛି।

ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ଓ ପୁଞ୍ଜିନିବେଶ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ରାଜ୍ୟରେ ପ୍ରାକୃତିକ ସମ୍ପଦର ସୁଯୋଗ ଓ ରଣନୀତିକ ଅବସ୍ଥାନ ଯୋଗୁ ପୂର୍ବଭାରତର ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଓଡ଼ିଶା ଦ୍ରୁତ ଗତିରେ ଉଭା ହୋଇଛି । ଗତ ୨୦ବର୍ଷ ମଧ୍ୟରେ ରାଜ୍ୟ ସରକାର ନିଜର ପ୍ରଗତିଶୀଳ ନୀତି, ଦକ୍ଷ ପ୍ରଶାସନ ଓ ବୈଷୟିକ ହସ୍ତକ୍ଷେପ ମାଧ୍ୟମରେ ଏହି ପ୍ରାକୃତିକ ସମ୍ବଳଗୁଡ଼ିକର ଉପଯୋଗ ଉପରେ ଧ୍ୟାନ ଦେଇ ଆସୁଛନ୍ତି । ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମେକ୍ ଇନ୍ କନକ୍ଲେଭ-୨୨ ଅନୁଷ୍ଠିତ ହେବ । ଏଥିରେ ଯୋଗ ଦେବାକୁ ସେ ସମସ୍ତଙ୍କୁ ଆମନ୍ତ୍ରଣ ଜଣାଇବା ସହ ଏହି କନକ୍ଲେଭରେ ଓଡ଼ିଶାର ଭାଗିଦାରୀ ହେବାକୁ ଅନୁରୋଧ କରିଛନ୍ତି । ଏହି କନକ୍ଲେଭ ସ୍ଥଳୀରେ ଆନ୍ତର୍ଜାତିକ ପାଭିଲିୟନ୍ ମଧ୍ୟ ସ୍ଥାପିତ ହେବ ଓ ଏଠାରେ ନିଜର ଷ୍ଟଲ୍ ବା ଅଫିସ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏଥିପାଇଁ ସମସ୍ତ ଆବଶ୍ୟକ ସହଯୋଗ ରାଜ୍ୟ ସରକାର ଯୋଗାଇ ଦେବେ ବୋଲି କହିଛନ୍ତି।

ସେହିପରି ମୁଖ୍ୟ ସଚିବ ସୁରେଶ ମହାପାତ୍ର ନିଜର ଉଦଘାଟନୀ ସମ୍ବୋଧନରେ କହିଥିଲେ ଯେ, ୨୦୧୬ ମସିହାରୁ ଏହି ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ ହେଉଛି । ୨୦୧୬ କନକ୍ଲେଭରେ ମୋଟ ୧୮୫୦୦ଜଣ ଆସିଥିବାବେଳେ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୧୨୦ଟି ପ୍ରସ୍ତାବ ମିଳିଥିଲା । ସେହିପରି ୨୦୧୮ କନକ୍ଲେଭକୁ ୪୫୦୦୦ଜଣଙ୍କ ଆଗମନ ହୋଇଥିବାବେଳେ ୪ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିଲା । ଚଳିତବର୍ଷର କନକ୍ଲେଭକୁ ଅଧିକ ସଫଳ କରିବା ନିମନ୍ତେ ଶ୍ରୀ ମହାପାତ୍ର ବିଦେଶୀ ରାଷ୍ଟ୍ରଦୂତମାନଙ୍କର ସହଯୋଗ ଲୋଡ଼ିଥିଲେ । ସମସ୍ତେ ଓଡ଼ିଶାର ଅଭିବୃଦ୍ଧିରେ ଭାଗିଦାରୀ ହୁଅନ୍ତୁ ବୋଲି ସରକାର ଚାହୁଁଥିବା ଶ୍ରୀ ମହାପାତ୍ର କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଶିଳ୍ପ ନିର୍ଦ୍ଦେଶକ ସିଦ୍ଦିକ ଆଲମ, ଷ୍ଟାଟଅପ୍ ଓଡ଼ିଶା କାର୍ଯ୍ୟକାରୀ ଅଧ୍ୟକ୍ଷ ଓମକାର ରାୟ, ଫିକ୍କି ଡିଜି ଅରୁଣ ଚାୱଲାଙ୍କ ସମେତ ନୂଆଦିଲ୍ଲୀସ୍ଥିତ ଆବାସିକ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ନୂଆଦିଲ୍ଲୀରେ ମେକ ଇନ୍ ଓଡ଼ିଶା-୨ର ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ସାକ୍ଷାତ କରିବା ସମୟରେ ତତକାଳୀନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଭାରତ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ । ଚଳିତଥର ପ୍ରସ୍ତୁତି ବୈଠକରେ ଭାରତ ସରକାରଙ୍କ କେହି ଅଧିକାରୀ ଉପସ୍ଥିତ ନଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story