ହ୍ୱିଲ୍‌ ଚେୟାର ପାରା ଫେନ୍ସିଂ’ର ସ୍ୱର୍ଣ୍ଣ ବିଜେତା ବି. ରମେଶ ରାଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ୱର୍ଦ୍ଧନା

ଭୁବନେଶ୍ୱର: ଜାତୀୟ ‘ହ୍ୱିଲ୍‌ ଚେୟାର ପାରା ଫେନ୍ସିଂ’ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ବି. ରମେଶ ରାଓଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି। ରମେଶଙ୍କ ଘର ଗଞ୍ଜାମ ଜିଲ୍ଲା ଛତ୍ରପୁରରେ। ଗତ ଅକ୍ଟୋବର ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ହରିୟାଣାରେ ଜାତୀୟ ପାରା ଆଥଲେଟ ଚମ୍ପିଅନସିପ ଅନୁଷ୍ଠିତ ହୋଇଥିଲା। ଏଥିରେ ରମେଶ ‘ହ୍ୱିଲ୍ ଚେୟାର ପାରା ଫେନ୍ସିଂ’ ପ୍ରତିଯୋଗିତାରେ ଇଣ୍ଡିଭିଜୁଆଲ କ୍ୟାଟାଗୋରିରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଚ ପଦକ […]

cm

Rakesh Mallick
  • Published: Thursday, 02 November 2017
  • , Updated: 02 November 2017, 09:24 AM IST

ଭୁବନେଶ୍ୱର: ଜାତୀୟ ‘ହ୍ୱିଲ୍‌ ଚେୟାର ପାରା ଫେନ୍ସିଂ’ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ବି. ରମେଶ ରାଓଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି। ରମେଶଙ୍କ ଘର ଗଞ୍ଜାମ ଜିଲ୍ଲା ଛତ୍ରପୁରରେ।

ଗତ ଅକ୍ଟୋବର ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ହରିୟାଣାରେ ଜାତୀୟ ପାରା ଆଥଲେଟ ଚମ୍ପିଅନସିପ ଅନୁଷ୍ଠିତ ହୋଇଥିଲା। ଏଥିରେ ରମେଶ ‘ହ୍ୱିଲ୍ ଚେୟାର ପାରା ଫେନ୍ସିଂ’ ପ୍ରତିଯୋଗିତାରେ ଇଣ୍ଡିଭିଜୁଆଲ କ୍ୟାଟାଗୋରିରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଚ ପଦକ ସହିତ ଦଳ ଗତ କ୍ୟାଟେଗୋରିରେ ୨ ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଆସନ୍ତା ୫ ତାରିଖରେ ଇଟାଲିର ରୋମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପାରା ଆଥଲେଟ୍ ଚମ୍ପିଅନସିପରେ ସେ ଭାଗନେବେ।  ଏଥିପାଇଁ  ତାଙ୍କୁ  ସମସ୍ତ ସାହାଯ୍ୟ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ ବୋଲି କ୍ରୀଡ଼ା ମନ୍ତ୍ରୀ ସୂଚନା ଦେଇଛନ୍ତି।  ତେବେ ଜାତୀୟ ସ୍ତରରେ ଏହି ସଫଳତା ପାଇଁ ରାଜ୍ୟ କ୍ରୀଡ଼ା ନୀତି ଅନୁଯାୟୀ ତାଙ୍କୁ ୧ ଲକ୍ଷ ୧୦ ହଜାର ଟଙ୍କା ସରକାରଙ୍କ ପକ୍ଷରୁ ଦିଆଯିବ।

Related story