ବାଲେଶ୍ୱର ଓ ତିର୍ତ୍ତୋଲର ପଂଚାୟତକୁ ଯିବେ ବିଜେଡି ନେତା, ଜଣାଇବେ ଧନ୍ୟବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହେବାପରେ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବିଧାନସଭାମଣ୍ଡଳୀର ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାସହିତ ନିର୍ବାଚନ ପରିଚାଳନା ପାଇଁ ଦଳର ଯେଉଁ ନେତାମାନେ ପଂଚାୟତର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ ସେମାନଙ୍କୁ ସେସବୁ ଅଂଚଳକୁ ଯାଇ ଲୋକଙ୍କୁ ଭେଟି ଧନ୍ୟବାଦ ଜଣାଇବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ଲୋକଙ୍କ ସମସ୍ୟା କ’ଣ ରହିଛି ତାହା ମଧ୍ୟ ତାଙ୍କ ଦୃଷ୍ଟିକୁ […]

naveen-patnaik

naveen-patnaik

Tapas Behera
  • Published: Thursday, 12 November 2020
  • Updated: 12 November 2020, 09:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହେବାପରେ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବିଧାନସଭାମଣ୍ଡଳୀର ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାସହିତ ନିର୍ବାଚନ ପରିଚାଳନା ପାଇଁ ଦଳର ଯେଉଁ ନେତାମାନେ ପଂଚାୟତର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ ସେମାନଙ୍କୁ ସେସବୁ ଅଂଚଳକୁ ଯାଇ ଲୋକଙ୍କୁ ଭେଟି ଧନ୍ୟବାଦ ଜଣାଇବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ଲୋକଙ୍କ ସମସ୍ୟା କ’ଣ ରହିଛି ତାହା ମଧ୍ୟ ତାଙ୍କ ଦୃଷ୍ଟିକୁ ଆଣିବାକୁ ପରାମର୍ଶ ଦେଇଛନ୍ତି।

ଆଜି ସନ୍ଧ୍ୟାରେ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ବିଜୟୀ ପ୍ରାର୍ଥୀ, ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ନେତାଗଣ ଓ ସମ୍ପୃକ୍ତ ଦୁଇ ନିର୍ବାଚନମଣ୍ଡଳୀର ଦଳୀୟ କର୍ମୀଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,  କରୋନାର କଠିନ ପରିସ୍ଥିତିରେ ପ୍ରଚାର କାର୍ଯ୍ୟ ସହଜ ନଥିଲା। କିନ୍ତୁ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଦଳର କର୍ମୀ,ନେତା ଓ ପର୍ଯ୍ୟବେକ୍ଷକମାନେ କଠିନ ପରିଶ୍ରମ କରିଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିର୍ବାଚନବେଳେ ଯେଉଁ ପ୍ରତିଶ୍ରୁତି ବିଜେଡି ଦେଇଛି ତାକୁ ପାଳନ ପାଇଁ ଉଦ୍ୟମ କରାଯିବ। ବିଜେଡି କଥାରେ ନୁହେଁ କାମରେ ବିଶ୍ୱାସ କରେ। ଯେଉଁ ଦଳୀୟ ପର୍ଯ୍ୟବେକ୍ଷକମାନେ ପଂଚାୟତ ଦାୟିତ୍ୱରେ ରହି ନିର୍ବାଚନ ପରିଚାଳନା କରୁଥିଲେ ସେମାନେ ସେସବୁ ଅଂଚଳକୁ ଯାଇ ବୁଲନ୍ତୁ, ସେଠାର ଲୋକଙ୍କୁ ଭେଟି ତାଙ୍କ ତରଫରୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କର ସମସ୍ୟା କ’ଣ ଅଛି ବୁଝନ୍ତୁ। ସେମାନେ କ’ଣ ଚାହୁଁଛନ୍ତି ତାହା ବୁଝି ତାଙ୍କୁ ଜଣାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ନବନିର୍ବାଚିତ ବିଧାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ଲୋକଙ୍କ କଲ୍ୟାଣ ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା (ଟିମ୍ ତିର୍ତ୍ତୋଲ) ନେତାମାନେ ଯଥା- ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରଶାନ୍ତ ମୁଦୁଲି, ରାଜଶ୍ରୀ ମଲ୍ଲିକ, ଦେବାଶୀଷ ସାମନ୍ତରାୟଙ୍କ ସମେତ ଅନ୍ୟ ନେତାମାନେ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ। ସେହିପରି ଟିମ୍ ବାଲେଶ୍ୱର ଭାବେ ଦେବୀପ୍ରସାଦ ମିଶ୍ର, ପ୍ରତାପ ଦେବ ଓ ପ୍ରତାପ ଜେନାଙ୍କ ସହ ରବୀନ୍ଦ୍ର ଜେନା ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ଉଭୟ କାର୍ଯ୍ୟକ୍ରମରେ ନବନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ କୁମାର ଦାସ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story