ପୁରୀ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ନବୀନ

ପୁରୀ(ଓଡ଼ିଶା ରିପୋର୍ଟର): ଭିଣୋଇଙ୍କ ଦେହାନ୍ତ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଯାଇପାରିନଥିଲେ। କିନ୍ତୁ ଭୁବନେଶ୍ୱରରେ ରହି ଶ୍ରୀମନ୍ଦିରରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାମକୁ ନିୟମିତ ଅନୁଧ୍ୟାନ କରୁଥିଲେ। ତଥାପି ଶ୍ରୀମନ୍ଦିରର ବାସ୍ତବ ଚିତ୍ର ଦେଖିବା ପାଇଁ ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ର ଯାଇ ସୌନ୍ଦର୍ଯ୍ୟକରଣ କାମର ତଦାରଖ କରିଥିଲେ। ବ୍ୟାଟେରି ଚାଳିତ ଗାଡ଼ିରେ ବସି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେଉଥିବା କାମକୁ ଦେଖିଥିଲେ। ପରେ ନବୀନ ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ଯାଇ […]

Naveen-at-Puri

Manoranjan Sial
  • Published: Thursday, 16 January 2020
  • , Updated: 16 January 2020, 06:31 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଭିଣୋଇଙ୍କ ଦେହାନ୍ତ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଯାଇପାରିନଥିଲେ। କିନ୍ତୁ ଭୁବନେଶ୍ୱରରେ ରହି ଶ୍ରୀମନ୍ଦିରରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାମକୁ ନିୟମିତ ଅନୁଧ୍ୟାନ କରୁଥିଲେ। ତଥାପି ଶ୍ରୀମନ୍ଦିରର ବାସ୍ତବ ଚିତ୍ର ଦେଖିବା ପାଇଁ ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ର ଯାଇ ସୌନ୍ଦର୍ଯ୍ୟକରଣ କାମର ତଦାରଖ କରିଥିଲେ। ବ୍ୟାଟେରି ଚାଳିତ ଗାଡ଼ିରେ ବସି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେଉଥିବା କାମକୁ ଦେଖିଥିଲେ। ପରେ ନବୀନ ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ।

ଶ୍ରୀମନ୍ଦିରରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ପୁରୀ ମ୍ୟୁନିସିପାଲିଟି ମାର୍କେଟରେ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ବିକାଶ ସହ ଯାତ୍ରୀଙ୍କ ସୁଗମ ଯାତାୟତ ପାଇଁ ୨.୩ କିଲୋମିଟର ବ୍ୟାପି ଶ୍ରୀସେତୁ ନିର୍ମାଣ କରାଯିବ। ଏନ୍‌ଏଚ୍‌ ୩୧୬ ଠାରୁ ଜଗନ୍ନାଥ ବଲ୍ଲଭ ପର୍ଯ୍ୟନ୍ତ ଏହି ସେତୁ ନିର୍ମାଣ କରାଯିବ। ଯାହାର ବ୍ୟୟ ଅଟକଳ ରହିଛି ୧୮୧ କୋଟି ଟଙ୍କା। ଏହା ସହ ୬ ମହଲା ବିଶିଷ୍ଟ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରର ଭିତ୍ତିପ୍ରସ୍ତର ଦିଆଯାଇଛି। ଯେଉଁଥିରେ ୧୦୦୦ କାର୍‌ ପାର୍କିଂ ବ୍ୟବସ୍ଥା, କମରସିଆଲ୍‌ ଦୋକାନ ଗୃହ ଓ ମେଡିଟେସନ କେନ୍ଦ୍ର ରହିଛି। ଏହି ପ୍ରକଳ୍ପ ପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ସହ ଜେଲ ରୋଡ୍‌ରେ ମଲ୍‌ଟି ଲେଭଲ କାର୍‌ ପାର୍କିଂ ନିର୍ମାଣ କରାଯିବ। ଯେଉଁଥିରେ ଏକ ସଙ୍ଗେ ୫୦୦ କାର୍‌ ଓ ୫୦୦ ମୋଟର ସାଇକେଲ ରହିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୯୦ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ମ୍ୟୁନିସିପାଲିଟି ମାର୍କେଟରେ ୧୦୦ଟି କାର ପାର୍କିଂ ସହ ୫୦୦ ଦୋକାନ ଗୃହ ନିର୍ମାଣ କରାଯିବ। ଏଥିପାଇଁ ୪୪.୮୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।

ସେପଟେ ଏହି ୭ଟି ପ୍ରକଳ୍ପରେ ରହିଛି ପୁରୀ ସ୍ୱର୍ଗଦ୍ୱାରର ଉନ୍ନତିକରଣ। ଯେଉଁଥିପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହା ସହ ପୁରୀ ବେଳାଭୂମିରେ ଭେଣ୍ଡିଂ ଜୋନ ଓ ସେଣ୍ଟ୍ରାଲାଇଜ କିଚେନ ମିଡ ଡେ ମିଲ ଏବଂ ଆହାର ପ୍ରକଳ୍ପ ୫୦୦୦ ବର୍ଗଫୁଟରେ ନିର୍ମାଣ କରାଯିବ। ଯେଉଁଥିରେ ୫୦୦୦୦ ଲୋକଙ୍କ ପାଇଁ ରନ୍ଧନ କାର୍ଯ୍ୟ କରାଯାଇ ପାରିବ। ସମସ୍ତ କାର୍ଯ୍ୟକୁ ତ୍ୱାରନ୍ୱିତ କରାଯାଉଛି ବୋଲି ଓଡ଼ିଶା ବ୍ରିଜ କନ୍‌ଷ୍ଟ୍ରକ୍‌ସନ ଏବଂ କର୍ପୋରେଶନ୍‌ କହିଛି।

Related story