ରାଉରକେଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ରାଉରକେଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରଳ୍ପର ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ରାଉରକେଲାର ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହାପରେ ସେ ହେଲିକପ୍ଟର ଯୋଗେ କୁତ୍ରା ବ୍ଲକର ବିହାବନ୍ଧକୁ ଯାଇଥିଲେ।  ସେଠାରେ ସେ ବିହାବନ୍ଧ ହକି ଷ୍ଟାଡିୟମ, ଆଇଟିଆଇ କୁତ୍ରା ଓ ଆଇଟିଆଇ କୋଇଡ଼ାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।  ଏହାପରେ ସେଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ।  କୁତ୍ରାରୁ […]

Rakesh Mallick
  • Published: Sunday, 22 October 2017
  • , Updated: 22 October 2017, 02:50 PM IST

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ରାଉରକେଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରଳ୍ପର ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ରାଉରକେଲାର ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହାପରେ ସେ ହେଲିକପ୍ଟର ଯୋଗେ କୁତ୍ରା ବ୍ଲକର ବିହାବନ୍ଧକୁ ଯାଇଥିଲେ।  ସେଠାରେ ସେ ବିହାବନ୍ଧ ହକି ଷ୍ଟାଡିୟମ, ଆଇଟିଆଇ କୁତ୍ରା ଓ ଆଇଟିଆଇ କୋଇଡ଼ାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।  ଏହାପରେ ସେଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ।  କୁତ୍ରାରୁ ରାଉରକେଲା ଫେରି ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଥିଲା।  ମୁଖ୍ୟମନ୍ତ୍ରୀ ଗସ୍ତକୁ ବିରୋଧ କରୁଥିବା କଂଗ୍ରେସ ଓ ବିଜେପିର ୪୫ ଜଣ କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ।

Related story