ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଏଣିକି ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗର ପୋର୍ଟାଲ ପରିବର୍ତ୍ତେ ଗୋଟିଏ ମାତ୍ର ପୋର୍ଟାଲ ମାଧ୍ୟମରେ ସରକାରୀ ଛାତ୍ରବୃତ୍ତି ପାଇପାରିବେ । ସେହିପରି ଆନ୍ତଃଜାତି ବିବାହ କରୁଥିବା ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଅନଲାଇନ୍ ପୋର୍ଟାଲ ‘ସୁମଙ୍ଗଳ’ ମାଧ୍ୟମରେ ୬୦ଦିନ ମଧ୍ୟରେ ସରକାରୀ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସରକାରୀ ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି।
ଏହି ଛାତ୍ରବୃତ୍ତି ପୋର୍ଟାଲ www.scholarship.odisha.gov.inରେ
ସେହିପରି ଆନ୍ତଃଜାତି ବିବାହ ଦ୍ୱାରା ସାମାଜିକ ଏକତା ବଢ଼ିବା ସହ ଜାତିଗତ ବାଛବିଚାର ହ୍ରାସ ପାଇବ । ସମାଜରେ ସମାନତା ଓ ଶାନ୍ତିପୂର୍ଣ୍ଣ ସହବସ୍ଥାନ ବୃଦ୍ଧି ପାଏ। ସୁମଙ୍ଗଳ ପୋର୍ଟାଲ www.sumangal.odisha.gov.in ରେ ଆବେଦନ କରି ଆନ୍ତଃଜାତି ବିବାହ କରିଥିବା ଯୋଗ୍ୟ ହିତାଧିକାରୀମାନେ ୬୦ଦିନ ମଧ୍ୟରେ ପ୍ରୋତ୍ସାହନ ରାଶି ଆକାରରେ ଅଢ଼େଇ ଲକ୍ଷ ଟଙ୍କା ପାଇପାରିବେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।