ଯୁବ ଓ ଛାତ୍ର କମିଟିକୁ ନେଇ ବିଦ୍ରୋହ: ନବୀନଙ୍କ ଆଡ଼କୁ ଉଠିଲା ଅଙ୍ଗୁଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା ନେତାମାନଙ୍କୁ ଅଣଦେଖା କରାଯିବା ପରେ ଏବେ ଛାତ୍ର ଓ ଯୁବ ବିଜେଡିରେ ବିଦ୍ରୋହ ଦେଖାଦେଇଛି । ଦଳର ନବଗଠିତ ଯୁବ ଓ ଛାତ୍ର କମିଟିକୁ ନାପସନ୍ଦ କରି  ପୁରୀ ଜିଲ୍ଲାର  କିଛି ଯୁବନେତା ଗତକାଲି ଇସ୍ତଫା ଦେଇଥିବାବେଳେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ଯୁବନେତାମାନେ ଆଜି ପ୍ରତିବାଦର ସ୍ୱର ଶାଣିତ କରିଛନ୍ତି। କିଛି ଅନଭିଜ୍ଞ ଓ ଅପାରଗ ନେତାମାନଙ୍କ ଯୋଗୁ ଏଭଳି ବିଶୃଙ୍ଖଳା ସୃଷ୍ଟି ହୋଇଥିବା ଦର୍ଶାଇ ସିଧାସଳଖ […]

pranab-das

pranab-das

Manoranjan Sial
  • Published: Saturday, 26 September 2020
  • Updated: 26 September 2020, 10:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା ନେତାମାନଙ୍କୁ ଅଣଦେଖା କରାଯିବା ପରେ ଏବେ ଛାତ୍ର ଓ ଯୁବ ବିଜେଡିରେ ବିଦ୍ରୋହ ଦେଖାଦେଇଛି । ଦଳର ନବଗଠିତ ଯୁବ ଓ ଛାତ୍ର କମିଟିକୁ ନାପସନ୍ଦ କରି  ପୁରୀ ଜିଲ୍ଲାର  କିଛି ଯୁବନେତା ଗତକାଲି ଇସ୍ତଫା ଦେଇଥିବାବେଳେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ଯୁବନେତାମାନେ ଆଜି ପ୍ରତିବାଦର ସ୍ୱର ଶାଣିତ କରିଛନ୍ତି। କିଛି ଅନଭିଜ୍ଞ ଓ ଅପାରଗ ନେତାମାନଙ୍କ ଯୋଗୁ ଏଭଳି ବିଶୃଙ୍ଖଳା ସୃଷ୍ଟି ହୋଇଥିବା ଦର୍ଶାଇ ସିଧାସଳଖ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭୂମିକା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ବି ପଛାଇ ନାହାନ୍ତି। ଯେଉଁମାନେ ଏହି କମିଟି ଗଠନ କରିଛନ୍ତି ସେମାନଙ୍କର ଦକ୍ଷତା ଓ ଦଳ ପ୍ରତି କ’ଣ ଅବଦାନ ରହିଛି ବୋଲି ଅସନ୍ତୁଷ୍ଟ ଯୁବ ବିଜେଡି ନେତାମାନେ ପ୍ରଶ୍ନ କରିଛନ୍ତି।

ଭୁବନେଶ୍ୱର ଜିଲ୍ଲା ଛାତ୍ର ବିଜେଡିର ପୂର୍ବତନ ସଭାପତି ତଥା ବର୍ତ୍ତମାନର ଯୁବ ବିଜେଡି ସାଧାରଣ ସମ୍ପାଦକ କଳ୍ପତରୁ ଓଝା ଆଜି ସୋସିଆଲ ମିଡିଆ ମାଧ୍ୟମରେ କେଉଁ ଆଧାରରେ ଯୁବ ଓ ଛାତ୍ର କର୍ମକର୍ତ୍ତା ଚୟନ କରାଯାଇଛି , ଦଳ ଭିତରେ ଅଭିଜ୍ଞତା ଓ ସାନ-ବଡ଼ର ତାରତମ୍ୟ ଅଛି ନା ନାହିଁ କି ଏବଂ ଏବେ ଦଳର ଯୁବ ଓ ଛାତ୍ର ସଭାପତି କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହିତ ଦଳର ଯୁବବ୍ୟାପାର ଦାୟିତ୍ୱରେ ଥିବା ବିଧାୟକ ପ୍ରଣବ ବଳବନ୍ତରାୟ ତାଙ୍କଠୁ ବି ବିଜେଡିରେ କମ୍ ଦିନର ସଦସ୍ୟ ବୋଲି କହିବାକୁ ପଛାଇ ନାହାନ୍ତି। ତାଙ୍କର ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ଭୁବନେଶ୍ୱରର କେତେଜଣ ସ୍ଥାନୀୟ ଛାତ୍ରନେତାଙ୍କ ସହ ସମ୍ପର୍କ ଅଛି ବୋଲି ଜାଣିବାକୁ ଚାହିଁଛନ୍ତି । ଏପରିକି ନୂତନ ଭାବେ ଗଢ଼ା ଯାଇଥିବା ଦଳର ଯୁବ ଓ ଛାତ୍ର କମିଟି ବାବଦରେ ବିଜେଡି ସୁପ୍ରିମୋ ଅବଗତ ଥିବା ନେଇ ସେ ସନ୍ଦେହ ବ୍ୟକ୍ତ କରିବାକୁ ପଛାଇ ନାହାନ୍ତି।  ସେ ଦଳ ପାଇଁ ଲଢ଼େଇ କରି ଜେଲ୍ ଯିବାଠୁ ଆରମ୍ଭ କରି ନିଜର ଯୌବନକୁ ନଷ୍ଟ କରିଥିବା କଥା କହିବା ସହ ବିଜେଡି କାହାରି ପୈତୃକ ସମ୍ପତ୍ତି ନୁହେଁ ଯେ ଯିଏ ଯେମିତି ଚାହିଁବ ଚୟନ କରିବ ବୋଲି ସେ କହିଛନ୍ତି। ଦଳରେ ପୁରୁଣା କର୍ମୀଙ୍କୁ ଉଚିତ୍ ସମ୍ମାନ ମିଳୁ। ବରିଷ୍ଠ ଯୁବ ଓ ଛାତ୍ରନେତାମାନଙ୍କୁ ଉପେକ୍ଷା କରାଯାଉଛି। ଆଗାମୀଦିନରେ ରାଜ୍ୟର କୋଣଅନୁକୋଣରେ ଯୁବଛାତ୍ର ନେତାମାନଙ୍କର ପ୍ରତିବାଦ ସ୍ୱର ଉଠିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ନିରବତାକୁ ଦୁର୍ବଳତା ବୋଲି କେହି ଭାବନ୍ତୁ ନାହିଁ ଓ ସେ ଚାଟୁକାର ନୁହଁନ୍ତି କି କାହାରିକୁ ଭୟ କରନ୍ତି  ନାହିଁ ତଥା ୨୦୦୪ରୁ ଏପର୍ଯ୍ୟନ୍ତ ଦଳ ପାଇଁ କଠିନ ପରିଶ୍ରମ କରିବାର ମୂଲ୍ୟ କ’ଣ ମିଳିଲା ବୋଲି ପ୍ରଶ୍ନ କରିଛନ୍ତି। ଦଳରେ ଚାଟୁକାରିତା କେତେଦିନ ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି?

ସେହିପରି ଛାତ୍ର ବିଜେଡିର ପୂର୍ବତନ ସାଧାରଣ ସମ୍ପାଦକ ରାକେଶ ମହାନ୍ତି ମଧ୍ୟ ସୋସିଆଲ ମିଡିଆରେ ଦଳର ଛାତ୍ର ଓ ଯୁବ ବ୍ୟାପାର ଦାୟିତ୍ୱରେ ଥିବା ବିଧାୟକ ପ୍ରଣବ ବଳବନ୍ତରାୟ ଓ ବ୍ୟୋମକେଶ ରାୟଙ୍କ ଦକ୍ଷତା ଉପରେ ସିଧାସଳଖ ଅଙ୍ଗୁଳି ଉଠାଇଛନ୍ତି। ପିତା ଓ ମାମୁଁଙ୍କ ଆସନରୁ ବିଧାୟକ ହୋଇଥିବାରୁ ଛାତ୍ର ରାଜନୀତିରେ କିଭଳି ସଂଘର୍ଷ କରିବାକୁ ହୁଏ ତାହା ଏହି ଦୁଇ ନେତା ଜାଣନ୍ତି ନାହିଁ କିମ୍ବା ସେମାନେ କେବେ ଛାତ୍ର ସଂସଦ ନିର୍ବାଚନ ଲଢ଼ିନାହାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଦଳ ପାଇଁ ଲଢ଼େଇ ଓ କାର୍ଯ୍ୟ କରି ଯେଉଁମାନଙ୍କ ନାଁରେ କେସ୍ ହୋଇଛି ଓ ଜେଲ ଯାଇଛନ୍ତି ସେଭଳି ନେତାମାନଙ୍କୁ ଅଣଦେଖା କରାଯାଉଛି । ମହେଶ ପ୍ରସାଦ,କଳ୍ପତରୁ ଓଝା, ରାଣାପ୍ରତାପ ପାତ୍ରଙ୍କ ଭଳି ଛାତ୍ରନେତାମାନେ ଏବେ ଅଲୋଡ଼ା ପାଲଟିଛନ୍ତି।

ଏଠି ଆଲବମ କୁଇନଙ୍କୁ ଯୁବ ମହାସଚିବ କରାଯାଉଛି। ସୁନ୍ଦରୀ ଯୁବତୀଙ୍କ କେଉଁ ଦକ୍ଷତା ଦେଖି ଦଳର ଯୁବ ଓ ଛାତ୍ର ସଂଗଠନରେ ସାମିଲ କରାଯାଇଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ମାଙ୍କଡ଼ ହାତରେ ଶାଳଗ୍ରାମ ଓ ଏଭଳି ମନମୁଖୀ ନିଷ୍ପତ୍ତି ବିରୁଦ୍ଧରେ ସାରା ରାଜ୍ୟରେ ପ୍ରତିବାଦ ସ୍ୱର ଉଠିଲାଣି ବୋଲି ସେ ସତର୍କ କରାଇ ଦେଇଛନ୍ତି। ସେହିପରି ଅନ୍ୟ ଏକ ଘଟଣାକ୍ରମରେ କଟକର ଭବାନୀ ପ୍ରସାଦ ଦାସଙ୍କୁ ଉଭୟ ଛାତ୍ର ଓ ଯୁବ ବିଜେଡିର ଉପସଭାପତି ଭାବେ ସାମିଲ କରାଯାଇଛି। ବାଲିଚୋରର ଅଭିଯୋଗ ଥିବା ନେତାଙ୍କୁ ଜିଲ୍ଲା ସଭାପତି କରାଯାଇଛି ।ଯାହାକି ବିଜେଡି ନେତାଙ୍କ ଅନଭିଜ୍ଞତା ଓ ଅପାରଗତାକୁ ପଦାରେ ପକାଇଛି। ଉଲ୍ଲେଖଯୋଗ୍ୟ, ଯୁବ ଓ ଛାତ୍ର କମିଟି ଗଠନରେ ଅଣଦେଖା କରାଯାଇଥିବା ପ୍ରତିବାଦରେ ପୁରୀ ଜିଲ୍ଲାର ୧୦ରୁ ଉର୍ଦ୍ଧ୍ୱ ଯୁବ ଓ ଛାତ୍ର ନେତା(ପୂର୍ବରୁ ସାଂଗଠନିକ ପଦପଦବୀଧାରୀ) ଦଳରୁ ଇସ୍ତଫା ଦେଇଛନ୍ତି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେଡି ନେତାମାନେ କ୍ଷମତା ଓ ଅର୍ଥ ଲାଳସାରେ ଏବେ ନିଜର ଆତ୍ମ ସ୍ୱାଭିମାନ ସହ ଏଭଳି ସାଲିସ୍ କରିଛନ୍ତି ଯେ ସବୁ ଭୁଲକୁ ମଥାପାତି ସହିଯାଉଛନ୍ତି। ଦଳର ଯୁବ ଓ ଛାତ୍ରନେତାମାନେ ନିଜର ସ୍ୱାଭିମାନ ଓ ହକ୍ ପାଇଁ ସ୍ୱର ଉଠାଇଛନ୍ତି, ଯଦି ବିଜେଡିର ପୁରୁଖା ଓ ବରିଷ୍ଠ ନେତାମାନଙ୍କ ମଧ୍ୟରେ ସଦବୁଦ୍ଧି ଉଦୟ ହୁଅନ୍ତା ତା’ହେଲେ ମାତ୍ର ୮-୧୦ବର୍ଷ ପୂର୍ବରୁ ଦଳରେ ମିଶିଥିବା ନେତାମାନେ କ୍ଷମତାଶାଳୀ ହୋଇ ଏଭଳି ମନମୁଖୀ ନିଷ୍ପତ୍ତି ନିଅନ୍ତେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story