ଶ୍ରୀଜଗନ୍ନାଥଙ୍କ ସବୁଠୁ ବଡ଼ ଭକ୍ତ ମୁଖ୍ୟମନ୍ତ୍ରୀ, ୨୨ବର୍ଷ ପରେ ରହସ୍ୟ ଖୋଲିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସବୁଠୁ ବଡ଼ ଭକ୍ତ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାୟ ୨୨ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଏହି ଭିନ୍ନ ଚେହେରା ସମ୍ପର୍କରେ ରହସ୍ୟ ଖୋଲିଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ। ଶ୍ରୀଜଗନ୍ନାଥ ମନ୍ଦିର ଅଞ୍ଚଳକୁ ଐତିହ୍ୟ କରିଡ଼ର ନିମନ୍ତେ ପରିକଳ୍ପନା କରାଯିବା ପଛରେ କେବଳ ମୁଖ୍ୟମନ୍ତ୍ରୀଙ୍କର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରଗାଢ଼ ଭକ୍ତି ଯୋଗୁ ସମ୍ଭବପର ହୋଇପାରିଛି ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି। ଆଜି ଲୋକସେବା ଭବନରେ ଶ୍ରୀଜଗନ୍ନାଥ ହେରିଟେଜ୍ […]

pandian

Manoranjan Sial
  • Published: Monday, 30 December 2019
  • , Updated: 30 December 2019, 08:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସବୁଠୁ ବଡ଼ ଭକ୍ତ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାୟ ୨୨ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଏହି ଭିନ୍ନ ଚେହେରା ସମ୍ପର୍କରେ ରହସ୍ୟ ଖୋଲିଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ। ଶ୍ରୀଜଗନ୍ନାଥ ମନ୍ଦିର ଅଞ୍ଚଳକୁ ଐତିହ୍ୟ କରିଡ଼ର ନିମନ୍ତେ ପରିକଳ୍ପନା କରାଯିବା ପଛରେ କେବଳ ମୁଖ୍ୟମନ୍ତ୍ରୀଙ୍କର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରଗାଢ଼ ଭକ୍ତି ଯୋଗୁ ସମ୍ଭବପର ହୋଇପାରିଛି ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି।

ଆଜି ଲୋକସେବା ଭବନରେ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡରର ଚିଠା ଆର୍କିଟେକଚରାଲ ପ୍ଲାନକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ସମୟରେ ସେଠାରେ ଥିବା ବହୁ ମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଫିସରମାନଙ୍କୁ ପ୍ରାରମ୍ଭିକ ସୂଚନା ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ନୂଆବର୍ଷରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି। ମାତ୍ର ୨୦୧୬ ଜାନୁୟାରୀରେ ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ପୁରୀ ଯିବାସମୟରେ ସେ ତାଙ୍କ ସହ ଯାଇଥିଲେ। ରାସ୍ତାର ଦୁଇ ପାଶ୍ୱର୍ରେ ଥିବା ସବୁ ହୋର୍ଡିଂ ଯେଉଁଠି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ଥାଏ, ସେସବୁୁକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ହାତ ଉଠାଇ ପ୍ରଣାମ କରୁଥାନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଯେତେବେଳେ ଶ୍ରୀମନ୍ଦିର ପରିସରରେ ମହାପ୍ରଭୁଙ୍କ ଦର୍ଶନ କଲେ ସେତେବେଳେ ସେ ଏକ ଭିନ୍ନ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାର ସୁଯୋଗ ପାଇଥିଲେ। ମହାପ୍ରଭୁଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରଗାଢ଼ ଭକ୍ତି ସମ୍ପର୍କରେ ସେ ସହଜରେ ଅନୁମେୟ କରିପାରିଥିଲେ। ସେହିଦିନ ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ବିକାଶ ପାଇଁ କ’ଣ କରାଯାଇ ପାରିବ ଜାଣିବାକୁ ଚାହିଁଥିଲେ। ସେବେଠୁ ହିଁ ପୁରୀ ସହରର ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ଓ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ଭାବେ ପୁରୀ ଶ୍ରୀମନ୍ଦିର ପାଖରେ ଥିବା ଜେଲକୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା। ଯଦିଓ ସେତେବେଳେ ଜେଲ୍ ସ୍ଥାନାନ୍ତରକୁ ତତକାଳୀନ ଜେଲ୍ ଡିଜି ବିରୋଧ କରିଥିଲେ। କିନ୍ତୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଏହା ବିକାଶ ପ୍ରକ୍ରିୟାର ଅଂଶବିଶେଷ ଥିଲା। ମହାପ୍ରଭୁଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରଗାଢ଼ ଭକ୍ତିକୁ ଦେଖି ୨୦୧୬ରୁ ହିଁ ସରକାର ପୁରୀକୁ ଐତିହ୍ୟ କରିଡ଼ର କରିବା ନିମନ୍ତେ ନିଷ୍ପତ୍ତି ନେଇସାରିଥିଲେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଉଲ୍ଲେଖଯୋଗ୍ୟ, ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ୧୯୯୭ ମସିହାରେ ତାଙ୍କ ପୁଅ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଥିଲେ। ପ୍ରଥମେ ସାଂସଦ ଓ ପରେ କେନ୍ଦ୍ରମନ୍ତ୍ରୀ ଭାବେ ପ୍ରାୟ ୨ବର୍ଷ ରହିବା ପରେ ୨୦୦୦ ମାର୍ଚ୍ଚ ମାସରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରତିବର୍ଷ ଜାନୁୟାରୀ ପହିଲାରେ ମୁଖ୍ୟମନ୍ତ୍ରୀ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ଯାଉଥିଲେ। ତେବେ ସେ ମହାପ୍ରଭୁଙ୍କର ଜଣେ ପରମଭକ୍ତ ବୋଲି ପ୍ରାୟ ୨୨ବର୍ଷ ପରେ ଆଜି ଜଣାପଡ଼ିଲା। ଅବଶ୍ୟ ଶ୍ରୀଜଗନ୍ନାଥଙ୍କ ଦାରୁଚୟନ ଅନିୟମିତତା ଅଭିଯୋଗ, ନବକଳେବର ବିଭ୍ରାଟ ଓ ରତ୍ନଭଣ୍ଡାର ଚାବି ହଜିବା ବିବାଦ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ନେଇ ବିଭିନ୍ନ ମହଲରୁ ସେତେବେଳେ ସରକାରଙ୍କୁ ସମାଲୋଚନା ହେବାକୁ ପଡ଼ିଥିଲା ।

Related story