ଜିଲ୍ଲାପାଳଙ୍କୁ ଅନୁମତି: ବନ୍ଦ କରିପାରିବେ କୋଭିଡ୍ କେୟାର ସେଣ୍ଟର ଓ ହୋମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେଉଁ ଜିଲ୍ଲାଗୁଡ଼ିକରେ କୋଭିଡ୍ ସ୍ଥିତିରେ ଉନ୍ନତି ଆସିଛି, ସେଠାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି), କୋଭିଡ୍ କେୟାର ସେଣ୍ଟର ଓ କୋଭିଡ୍ କେୟାର ହୋମକୁ ବନ୍ଦ କରିବାକୁ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ଦେଇଛନ୍ତି। ଏହାସହିତ ଆସନ୍ତା ସପ୍ତାହରେ ଭୁବନେଶ୍ୱର ଓ କଟକ ସହରରେ କୋଭିଡ୍ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଭିଡିଓ କନ୍ସଫରେନ୍ସିଂ ମାଧ୍ୟମରେ […]

naveen1

naveen1

Tapas Behera
  • Published: Wednesday, 09 September 2020
  • Updated: 09 September 2020, 07:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେଉଁ ଜିଲ୍ଲାଗୁଡ଼ିକରେ କୋଭିଡ୍ ସ୍ଥିତିରେ ଉନ୍ନତି ଆସିଛି, ସେଠାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି), କୋଭିଡ୍ କେୟାର ସେଣ୍ଟର ଓ କୋଭିଡ୍ କେୟାର ହୋମକୁ ବନ୍ଦ କରିବାକୁ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ଦେଇଛନ୍ତି। ଏହାସହିତ ଆସନ୍ତା ସପ୍ତାହରେ ଭୁବନେଶ୍ୱର ଓ କଟକ ସହରରେ କୋଭିଡ୍ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଭିଡିଓ କନ୍ସଫରେନ୍ସିଂ ମାଧ୍ୟମରେ ରାଜ୍ୟର କୋଭିଡ୍ ପରିସ୍ଥିତିର ସମୀକ୍ଷା କରିବାବେଳେ ବିଭିନ୍ନ ସରକାରୀ କର୍ମଚାରୀମାନେ ସଂକ୍ରମିତ ହେଉଥିବାକୁ ନେଇ ଉଦବେଗ ପ୍ରକାଶ କରିବା ସହ ସରକାରୀ ଅଫିସରେ କୋଭିଡ୍ ନିୟମାବଳୀକୁ ଅଧିକ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। କଟକ ଓ ଭୁବନେଶ୍ୱର ମହାନଗର ପ୍ରଶାସନ ସମେତ ଯାଜପୁର, ବରଗଡ଼,ଖୋର୍ଦ୍ଧା ଓ ଜିଳ୍ଲାପାଳମାନଙ୍କୁ ବ୍ରହ୍ମପୁର ମଡେଲ ଅନୁସରଣ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗଞ୍ଜାମ, ସୁନ୍ଦରଗଡ଼, ଗଜପତି ଓ କୋରାପୁଟରେ କୋଭିଡ୍ ସ୍ଥିତିରେ ଉନ୍ନତି ଆସୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଖୋର୍ଦ୍ଧା ଓ କଟକ ଜିଲ୍ଲାର ପର୍ଯ୍ୟବେକ୍ଷକ, ଭୁବନେଶ୍ୱର ଓ କଟକ ମହାନଗର ନିଗମର କମିଶନର ସେମାନଙ୍କ ଅଂଚଳରେ କୋଭିଡ୍ ପରିସ୍ଥିତିରେ ଉନ୍ନତି ଆସୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ତେବେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପଜେଟିଭ ସଂଖ୍ୟା ଅଧିକ ଥିବାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସଚେତନତା କାର୍ଯ୍ୟକ୍ରମ ଓ କୋଭିଡ୍ ନିୟମାବଳୀର କଡ଼ାକଡ଼ି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ୱରରେ ଗୁରୁତର ରୋଗୀମାନଙ୍କ ପାଇଁ ଅଧିକ ଆଇସିୟୁ ବେଡ୍ ବ୍ୟବସ୍ଥା ଓ ଏହି ଦୁଇ ସହରରେ ଅଧିକ ଆମ୍ବୁଲାନ୍ସ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

କୋଭିଡକୁ ନିୟନ୍ତ୍ରଣ କରିବାରେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଓ ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଛୋଟ ଓ ଉଠାଦୋକାନୀମାନେ କୋଭିଡ୍ ନିୟମକୁ ଉଲ୍ଲଘଂନ କରୁଥିବାରୁ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି।  କିଛି ଲୋକଙ୍କ ତ୍ରୁଟି ଯୋଗୁ ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ କଦାପି ବରଦାସ୍ତ କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି। ପୁଲିସ, ସ୍ୱାସ୍ଥ୍ୟ ବିଭାଗ ଓ ପୌର ସଂସ୍ଥା ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ହଟସ୍ପଟ ଜିଲ୍ଲାଗୁଡ଼ିକ ଅଧିକ ଡାକ୍ତର ଓ ପ୍ରଶାସନିକ ଅଧିକାରୀଙ୍କୁ ପଠାଯିବ ବୋଲି କହିଥିବାବେଳେ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟରେ ଏବେ କୋଭିଡ୍ ଆରୋଗ୍ୟ ହାର ୭୭.୮% ଓ ମୃତ୍ୟୁ ହାର ୦.୪୩% ରହିଛି ବୋଲି କହିଥିଲେ। ଗୁରୁତର ରୋଗୀଙ୍କ ପାଇଁ ଷ୍ଟେପଡାଉନ ଆଇସିୟୁ ସୁବିଧା କରାଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଆଜିସୁଦ୍ଧା ୩୨୧୩୨ଜଣ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି। କେବଳ ଦେବଗଡ଼ ଜିଲ୍ଲାରେ ୧୦୬ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ୨୦୦ରୁ ୭୧୫୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁଥିବାବେଳେ ଏବେ ଜିଲ୍ଲାପାଳମାନେ ଚାହିଁଲେ କୋଭିଡ୍ କେୟାର ସେଣ୍ଟର ଓ ହୋମ ବନ୍ଦ କରିପାରିବେ ବୋଲି ଅନୁମତି ଦେବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story