କେନ୍ଦ୍ର ଚେତାଇବା ପରେ ଚେତିଲେ ରାଜ୍ୟ ସରକାର: କହିଲେ- ଶିମିଳିପାଳ ନିଆଁ ନିୟନ୍ତ୍ରଣାଧୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ପ୍ରାୟ ୭ଦିନ ଧରି ଦେଶର ପ୍ରମୁଖ ସଂରକ୍ଷିତ ଜୈବମଣ୍ଡଳ ଶିମିଳିପାଳରେ ନିଆଁ ଲାଗି ଶହଶହ ଏକର ଜଳିବା ଘଟଣାକୁ ନେଇ କେନ୍ଦ୍ର ସରକାର ଉଦବେଗ ବ୍ୟକ୍ତ କରିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡ ଘଟଣାର ଉଚ୍ଚସ୍ତରୀୟ ସମୀକ୍ଷା କରିଥିବାବେଳେ ସେଠାରେ ନିଆଁ ନିୟନ୍ତ୍ରଣାଧୀନ ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଶିମିଳିପାଳ ଅଗ୍ନିକାଣ୍ଡଜନିତ […]

naveen patnik

naveen patnik

Ordigital Desk
  • Published: Wednesday, 03 March 2021
  • Updated: 03 March 2021, 08:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ପ୍ରାୟ ୭ଦିନ ଧରି ଦେଶର ପ୍ରମୁଖ ସଂରକ୍ଷିତ ଜୈବମଣ୍ଡଳ ଶିମିଳିପାଳରେ ନିଆଁ ଲାଗି ଶହଶହ ଏକର ଜଳିବା ଘଟଣାକୁ ନେଇ କେନ୍ଦ୍ର ସରକାର ଉଦବେଗ ବ୍ୟକ୍ତ କରିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡ ଘଟଣାର ଉଚ୍ଚସ୍ତରୀୟ ସମୀକ୍ଷା କରିଥିବାବେଳେ ସେଠାରେ ନିଆଁ ନିୟନ୍ତ୍ରଣାଧୀନ ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଶିମିଳିପାଳ ଅଗ୍ନିକାଣ୍ଡଜନିତ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ପ୍ରତିଷେଧକମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶିମିଳିପାଳ କେବଳ ଓଡ଼ିଶା ବା ଭାରତର ନୁହେଁ ଏହା ସମଗ୍ର ବିଶ୍ୱର ଏକ ଅମୂଲ୍ୟ ସମ୍ପଦ। ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଶିମିଳିପାଳରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ରହିଛି ଓ ଏଥିରେ କୌଣସି ଜୀବନ ହାନି ଘଟିନାହିଁ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏସଓପି ଜାରି କରାଯାଇଛି ଓ ବଡ଼ବଡ଼ ଗଛଗୁଡ଼ିକର କିଛି କ୍ଷତି ହୋଇନାର୍ହି। ଅଗ୍ନିକାଣ୍ଡ ସମ୍ପର୍କରେ ପ୍ରତି ସନ୍ଧ୍ୟାରେ ରାଜ୍ୟ ସରକାର ଓ ଜିଲ୍ଲାପାଳଙ୍କୁ ଅବଗତ କରିବା ନିମନ୍ତେ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପିସିସିଏଫ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ଶ୍ରୀମତୀ ଶର୍ମା କହିଛନ୍ତି।

ଅନ୍ୟପକ୍ଷରେ, ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣାକୁ ନେଇ ଉଦବେଗ ବ୍ୟକ୍ତ କରି ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ମୟୂରଭଞ୍ଜ ରାଜକୁମାରୀ ଅକ୍ଷତା ଭଞ୍ଜଦେଓ ମଧ୍ୟ ଟ୍ୱିଟ୍ ମାଧ୍ୟମରେ ଶିମିଳିପାଳରେ ଲାଗିଥିବା ନିଆଁକୁ ଲିଭାଇବା ଦିଗରେ ପ୍ରଶାସନିକସ୍ତରରେ ଅବହେଳାକୁ ନେଇ କ୍ଷୋଭ ବ୍ୟକ୍ତ କରିବା ସହ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏକ ସପ୍ତାହ ମଧ୍ୟରେ ଶିମିଳିପାଳରୁ ୫୦କିଲୋ ହାତୀ ଦାନ୍ତ ଜବତ ହୋଇଛି। ଜଙ୍ଗଲ ମଧ୍ୟରେ ବେଆଇନ ଖନନ ଓ କାଠମାଫିଆ ସକ୍ରିୟ ରହିଥିବାବେଳେ ଜାତୀୟ ଗଣମାଧ୍ୟମ ଏହି ଖବରକୁ ସମ୍ପୂର୍ଣ୍ଣ ବ୍ଲାକଆଉଟ କରିଛି ବୋଲି କହି କ୍ଷୋଭ ବ୍ୟକ୍ତ କରିଥିଲେ।

ଅବଶ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଟ୍ୱିଟ୍ ପରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଶ୍ରୀ ଜାଭେଦକର ତୁରନ୍ତ ନିଆଁ ଲିଭାଇବାକୁ ପଦକ୍ଷେପ ନେବାକୁ ମନ୍ତ୍ରଣାଳୟର ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଚନ୍ତି ଯେ, କେଉଁ ପରିସ୍ଥିତିରେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଲା ତା’ର ତଦନ୍ତ କରି ଗୁରୁବାର ସୁଦ୍ଧା ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ ପିସିସିଏଫ(ବନ୍ୟଜନ୍ତୁ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ବେତନଟୀ, ରାସଗୋବିନ୍ଦପୁର ଓ ମୋରଡ଼ା ଫରେଷ୍ଟ ରେଞ୍ଜକୁ ବ୍ୟାପି ସାରିଲାଣି। ଏବେ ସେଠାରେ ନିଆଁ ଲିଭାଇବା ପାଇଁ ୨୫୦ଜଣ ଫରେଷ୍ଟ ଗାର୍ଡଙ୍କ ସମେତ ପ୍ରାୟ ଏକ ହଜାର ଲୋକ ନିୟୋଜିତ ଅଛନ୍ତି। ଶିମିଳିପାଳ ଜଙ୍ଗଲ ୨୭୫୦ବର୍ଗ କିମି ଅଂଚଳରେ ପରିବ୍ୟାପ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story