ମୁଖ୍ୟମନ୍ତ୍ରୀ କରିବେ ପତାକା ଉତ୍ତୋଳନ, ଏଥର ଦିଆଯିବନି ପୁଲିସ ମେଡାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ କଟକଣା ମଧ୍ୟରେ ରାଜଧାନୀ ଭୁବନେଶ୍ୱରସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ୧୫ତାରିଖରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ। ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ। ପରେଡ ସ୍ଥଳରେ ପୁଲିସ, କୋଭିଡ୍ ଯୋଦ୍ଧା, ସରକାରୀ କର୍ମଚାରୀ ଓ ଅନ୍ୟ ଅତିଥିମାନଙ୍କୁ ମିଶାଇ ୨୫୦ଜଣ ଲୋକ ଉପସ୍ଥିତ ରହିବେ। […]

national-flage

national-flage

Manoranjan Sial
  • Published: Tuesday, 11 August 2020
  • Updated: 11 August 2020, 10:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ କଟକଣା ମଧ୍ୟରେ ରାଜଧାନୀ ଭୁବନେଶ୍ୱରସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ୧୫ତାରିଖରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ। ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ। ପରେଡ ସ୍ଥଳରେ ପୁଲିସ, କୋଭିଡ୍ ଯୋଦ୍ଧା, ସରକାରୀ କର୍ମଚାରୀ ଓ ଅନ୍ୟ ଅତିଥିମାନଙ୍କୁ ମିଶାଇ ୨୫୦ଜଣ ଲୋକ ଉପସ୍ଥିତ ରହିବେ। ତେବେ କରୋନା ଯୋଗୁ ଚଳିତବର୍ଷ ସ୍ୱାଧୀନତା ଦିବସରେ ପୁଲିସ୍ ମେଡାଲ ପଦକ ବଣ୍ଟନ କରାଯିବ ନାହିଁ। ପୁଲିସ୍ କର୍ମଚାରୀମାନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ଦିଆଯାଉଥିବା ଏହି ମେଡାଲ୍ ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ(୨୦୨୧ ଜାନୁୟାରୀ ୨୬ରେ) ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରେଡ୍ ସ୍ଥଳରେ ୮ଟା ୫୮ମିନିଟରେ ପହଂଚିବେ। ମୁଖ୍ୟ ସଚିବ, ଗୃହ ସଚିବ, ପୁଲିସ ଡିଜି ଓ ଏନସିସି ଡେପୁଟି ଡିଜି ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବା ପରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଜାତୀୟ ପତାକା ଉତ୍ତୋଳନ କରିବେ। ପତାକା ଉତ୍ତୋଳନରେ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ ଜଣେ ମାତ୍ର ଅଧିକାରୀ ମଂଚରେ ଉପସ୍ଥିତ ରହିବେ। ସମ୍ପୃକ୍ତ ଅଧିକାରୀ ପୂର୍ବରୁ କୋଭିଡ୍ ନମୂନା ପରୀକ୍ଷା କରି ନେଗେଟିଭ୍ ସାର୍ଟିଫିକେଟ୍ ଆଣିବା ଜରୁରୀ। ମଂଚରେ ଥିବାବେଳେ ସମ୍ପୃକ୍ତ ଅଧିକାରୀ ମାସ୍କ ଓ ଗ୍ଲୋଭସ ପିନ୍ଧିବେ। ପୁଲିସ୍ ବ୍ୟାଣ୍ଡରେ ଜାତୀୟ ସଙ୍ଗୀତ ବୋଲାଯିବା ପରେ ପରେଡ୍ କମାଣ୍ଡରଙ୍କ ଦ୍ୱାରା ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଦିଆଯିବ। ମୁଖ୍ୟ ଅତିଥି ନିଜର ଅଭିଭାଷଣ ରଖିବା ପରେ ପରେଡ୍ କମାଣ୍ଡରଙ୍କ ଦ୍ୱାରା ଦେଶତ୍ମାବୋଧକ ସ୍ଲୋଗାନ ଓ ଜୟହିନ୍ଦ ଦିଆଯିବ। ତା’ପରେ ମୁଖ୍ୟ ଅତିଥି ସଭାସ୍ଥଳ ଛାଡ଼ିବେ ବୋଲି ସୂଚନା ମିଳିଛି।

ଚଳିତଥର ସ୍ୱାଧୀନତା ଦିବସ ପାଳନବେଳେ ବିଲକୁଲ୍ ପରେଡ ହେବ ନାହିଁ। କେବଳ ଗାର୍ଡ ଅଫ ଅନର ପ୍ରଦାନ କରାଯିବ। ପୁଲିସ୍ ବ୍ୟାଣ୍ଡ ଦଳ ବ୍ୟତୀତ ଓଏସଏପି, ଓଡ୍ରାଫ ଓ ଏସଏସ୍ ବାଟାଲିୟନ ଏହି ସମାରୋହରେ ସାମିଲ ହେବେ। ଯାହାର ସଂଖ୍ୟା ସର୍ବାଧିକ ୧୨୦ଜଣ ରହିବ। ଏଥିରେ ସାମିଲ ହେଉଥିବା ସମସ୍ତ କର୍ମଚାରୀ କୋଭିଡ୍ ନମୂନା ପରୀକ୍ଷା କରିବେ ଓ ପରେଡ୍ ସ୍ଥଳରେ ସାମାଜିକ ଦୂରତ୍ୱ ବଜାୟ ରଖିବେ। ଅନ୍ୟ ଅତିଥି ଭାବେ ୩୦ଜଣ କୋଭିଡ୍ ଯୋଦ୍ଧା(ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର ଓ ଅନ୍ୟ କର୍ମଚାରୀମାନେ)ଙ୍କ ସମେତ ମନ୍ତ୍ରୀ, ସ୍ଥାନୀୟ ବିଧାୟକ, ପୁଲିସ୍ ଅଧିକାରୀ, ସାମ୍ବିଧାନିକ ମୁଖ୍ୟଙ୍କ ସମେତ ମୋଟ୍ ୭୦ଜଣ ଅନ୍ୟ ଅତିଥି ଉପସ୍ଥିତ ରହିବେ। ଏମାନଙ୍କୁ ସହଯୋଗ ପାଇଁ ବିଏମସି ପକ୍ଷରୁ ଅନ୍ୟ ୧୦ରୁ ୧୫ଜଣ କର୍ମଚାରୀ ମଧ୍ୟ ମୁତୟନ ହେବେ। ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଛି।

ସୂଚନାଯୋଗ୍ୟ, ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜୁନ୍ ୨୩ତାରିଖ ପରେ ପ୍ରଥମଥର ନିମନ୍ତେ ନବୀନ ନିବାସରୁ ବାହାରକୁ ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story