ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପ୍ରସଙ୍ଗରେ ଦୀର୍ଘ ୨୦ବର୍ଷ ଧରି ଚୁପ୍ ବସିଥିବା ନବୀନ ପଟ୍ଟନାୟକ ଏବେ ଅଚାନକ ସକ୍ରିୟ ହୋଇ ଉଠିଛନ୍ତି । ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବିରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇବା ନିମନ୍ତେ ସେପ୍ଟେମ୍ବର ୨ତାରିଖରେ ରାଜ୍ୟ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯିବାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତକାଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖିବା ସହ ଓଡ଼ିଶୀ ସଙ୍ଗୀତ ସମ୍ପର୍କରେ ଏକ […]

naveen

naveen

Manoranjan Sial
  • Published: Friday, 25 September 2020
  • Updated: 25 September 2020, 08:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପ୍ରସଙ୍ଗରେ ଦୀର୍ଘ ୨୦ବର୍ଷ ଧରି ଚୁପ୍ ବସିଥିବା ନବୀନ ପଟ୍ଟନାୟକ ଏବେ ଅଚାନକ ସକ୍ରିୟ ହୋଇ ଉଠିଛନ୍ତି । ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବିରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇବା ନିମନ୍ତେ ସେପ୍ଟେମ୍ବର ୨ତାରିଖରେ ରାଜ୍ୟ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯିବାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତକାଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖିବା ସହ ଓଡ଼ିଶୀ ସଙ୍ଗୀତ ସମ୍ପର୍କରେ ଏକ ବିସ୍ତୃତ ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲେଖିଥିବା ଚିଠିରେ ଓଡ଼ିଶୀ ସଙ୍ଗୀତର ଇତିହାସ ଅତିକମରେ ୨ହଜାର ବର୍ଷ ପୁରୁଣା ଓ ଏହା ଶାସ୍ତ୍ର ଓ ନିଜସ୍ୱ ମୂଳ ରାଗ ଉପରେ ଆଧାରିତ। ଏହି ପାରମ୍ପରିକ ସଙ୍ଗୀତ ଶୈଳୀ ପୁରାତନ ଓ ଶାସ୍ତ୍ରାନୁସାରୀ ତଥା ଏହା ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକ ସଙ୍ଗୀତଠୁ ଭିନ୍ନ। ତେଣୁ ନିଃସନ୍ଦେହରେ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ପାଇବାକୁ ସମସ୍ତ ପ୍ରକାରର ଆବଶ୍ୟକ ମାନଦଣ୍ଡ ଓଡ଼ିଶୀ ସଙ୍ଗୀତର ରହିଛି। ଓଡ଼ିଶା ସରକାର ମଧ୍ୟ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସ୍ଥାପନ କରି ରାଜ୍ୟରେ ସଙ୍ଗୀତ, ନୃତ୍ୟ ଓ ଡ୍ରାମାକୁ ପ୍ରୋତ୍ସାହିତ କରୁଛନ୍ତି। ୧୯୯୯ ମସିହାରେ ଓଡ଼ିଶା ସରକାର ମଧ୍ୟ ଓଡ଼ିଶାର କଳା,ସଂସ୍କୃତି, ସଙ୍ଗୀତ ଓ ପରମ୍ପରାକୁ ପ୍ରୋତ୍ସାହିତ କରିବାକୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସ୍ଥାପନ କରିଥିଲେ। ଓଡ଼ିଶୀ ସଙ୍ଗୀତ ଭାରତୀୟ ସାଂସ୍କୃତିକ ପରିଦୃଶ୍ୟରେ ଉଲ୍ଲେଖନୀୟ ପ୍ରଭାବ ପକାଇଛି। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚଳିତମାସ ୨ତାରିଖରେ ରାଜ୍ୟ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା।

ଓଡ଼ିଶାର ସଙ୍ଗୀତପ୍ରେମୀଙ୍କ ଦୀର୍ଘଦିନର ସ୍ୱପ୍ନକୁ ସାକାର କରିବା ନିମନ୍ତେ ତଥା ଆମର ଐତିହ୍ୟ ଓ ଓଡ଼ିଶାୀ ସଙ୍ଗୀତର ଶାସ୍ତ୍ରୀୟ ଗୁଣକୁ ମାନ୍ୟତା ଦେବା ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିବା ସହ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀ ମାନ୍ୟତା ଦେବା ନିମନ୍ତେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ବିସ୍ତୃତ ରିପୋର୍ଟ ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠି ସହ ଏହି ବିସ୍ତୃତ ରିପୋର୍ଟକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପଟେଲଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story