କଟକକୁ ମୁଖ୍ୟମନ୍ତ୍ରୀଙ୍କ ସୌଖୀନ ହେଲିକପ୍ଟର ଯାତ୍ରା

ସ୍ୱାତୀ ଜେନା ଭୁବନେଶ୍ୱରରୁ କଟକ ହେଲିକପ୍ଟରରେ ସୌଖୀନ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ। ମାତ୍ର ୨୦ ରୁ୨୫ କିଲୋମିଟର ବାଟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦରକାର ପଡ଼ିଲା ହେଲିକପ୍ଟର। ସେଥିପାଇଁ ସ୍ୱତନ୍ତ୍ର ଭାବେ ହେଲିପ୍ୟାଡ୍ ପ୍ରସ୍ତୁତ କରାଯାଇଥିଲା।। ଏହାର ଚାରିପଟେ ମାଳମାଳ କର୍ମୀ ଓ ନେତାଙ୍କ ସହ ବାଜାବାଣ ରୋଷଣୀର ଆୟୋଜନ କରାଯାଇଥିଲା। ଆଉ ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ସରକାରୀ ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ବସି ମାତ୍ରା ୧୦ ମିନିଟ୍‌ରୁ କମ୍ ସମୟରେ ପହଁଚି […]

Naveen

Ordigital Desk
  • Published: Wednesday, 10 August 2022
  • , Updated: 10 August 2022, 05:37 PM IST

ସ୍ୱାତୀ ଜେନା

ଭୁବନେଶ୍ୱରରୁ କଟକ ହେଲିକପ୍ଟରରେ ସୌଖୀନ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ। ମାତ୍ର ୨୦ ରୁ୨୫ କିଲୋମିଟର ବାଟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦରକାର ପଡ଼ିଲା ହେଲିକପ୍ଟର। ସେଥିପାଇଁ ସ୍ୱତନ୍ତ୍ର ଭାବେ ହେଲିପ୍ୟାଡ୍ ପ୍ରସ୍ତୁତ କରାଯାଇଥିଲା।। ଏହାର ଚାରିପଟେ ମାଳମାଳ କର୍ମୀ ଓ ନେତାଙ୍କ ସହ ବାଜାବାଣ ରୋଷଣୀର ଆୟୋଜନ କରାଯାଇଥିଲା।

ଆଉ ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ସରକାରୀ ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ବସି ମାତ୍ରା ୧୦ ମିନିଟ୍‌ରୁ କମ୍ ସମୟରେ ପହଁଚି ଯାଇଥିଲେ ଭୁବନେଶ୍ୱର-କଟକ ଦ୍ୱୈତନଗରୀର ଅଂଶବିଶେଷ କଟକ ଇନ୍‌ଡୋର ଷ୍ଟାଡିୟମରେ। ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ତମ ବର୍ଷପୂର୍ତ୍ତିର ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ସୌଖୀନ ସରକାରୀ ଯାତ୍ରା ନେଇ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରିବା ସ୍ୱାଭାବିକ।

୨୦୨୨ ଅଗଷ୍ଟ ୮ ତାରିଖ ସୋମବାର ସେହି ସମାନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କଟକ ଯାଇଥିଲେ। ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଅମିତ ଶାହ ରୋଡରେ ହିଁ ଗଲେ। ପ୍ରୋଟୋକଲ ଅନୁଯାୟୀ ରାଜ୍ୟ ପୁଲିସ ପକ୍ଷରୁ ତାଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। କିନ୍ତୁ ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରକ୍ଷା ଭୟରେ ହେଲିକପ୍ଟରରେ ଗଲେ। କଥାଟି ହଜମ କରିବାକୁ କଷ୍ଟ ଲାଗିପାରେ।

ଭୁବନେଶ୍ୱର- କଟକରେ କମିଶନରେଟ ପୁଲିସର ଟିମ୍ ସହ ତାଙ୍କ ଅଧୀନରେ ରହିଛି ଗୋଟିଏ ସ୍ପେସିଆଲ୍ ସିକ୍ୟୁଟିଟି ବାଟାଲିୟନ୍। ଏହା ଛଡା ଓଡ଼ିଶା ସରକାରଙ୍କ ଅଧୀନରେ ରହିଛି ୮ଟି ଓଏସଏପି ବାଟାଲିୟନ, ୪ଟି ଓଏସଏପିର ସ୍ପେସିଆଲ୍ ସିକ୍ୟୁରିଟି ବାଟାଲିୟନ୍, ୬ଟି ଇଣ୍ଡିଆନ୍ ରିଜର୍ଭ ବାଟାଲିୟନ ଓ ୩ଟି ସ୍ପେସିଆଲାଇଜ୍ଡ ଇଣ୍ଡିଆନ୍ ରିଜର୍ଭ ବାଟାଲିୟନ। ନବୀନ ପଟ୍ଟନାୟକ ଦୀର୍ଘ ୨୨ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ସହ ଗୃହ ବିଭାଗର ମୁଖିଆ ଅଛନ୍ତି। କିନ୍ତୁ ଭୁବନେଶ୍ୱରରୁ- କଟକ ମାତ୍ର ୨୫ କିଲୋମିଟର ରାସ୍ତା ଯିବା ପାଇଁ ସେ ବୋଧହୁଏ ଏହିସବୁ ରିଜର୍ଭ ପୁଲିସ ବଳ ଉପରେ ଭରସା କରିପାରିଲେ ନାହିଁ। ତେଣୁ ରାଜ୍ୟ ରାଜକୋଷରୁ ଲକ୍ଷ୍ୟାଧିକ ଟଙ୍କା ଖର୍ଚ୍ଚ କରି ହେଲିକପ୍ଟରରେ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କଟକ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଗତ ଦିନଗୁଡ଼ିକରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଏହିପରି ସୌଖୀନ ହେଲିକପ୍ଟର ଯାତ୍ରାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ସୂଚନା ଅଧିକାର ଆଇନ୍ ଦ୍ୱାରା ମିଳିଥିବା ତଥ୍ୟ କହୁଛି, ୨୦୧୧-୧୫ ମଧ୍ୟରେ ୫ ବର୍ଷରେ କେବଳ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାତ୍ରାରେ ଖର୍ଚ୍ଚ ହୋଇଛି ୨୩ କୋଟି ଟଙ୍କା। ଗସ୍ତ ବାବଦକୁ ଡେକାନ ଚାର୍ଟର ପ୍ରାଇଭେଟ୍ ଲିମିଟେଡ୍‌କୁ ଏହି ଅର୍ଥ ପ୍ରଦାନ କରାଯାଇଥିଲା।

ସେହିପରି ବିଧାନସଭାରେ ତତ୍କାଳୀନ ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଦେଇଥିବା ଲିଖିତ ଉତ୍ତର ଅନୁଯାୟୀ ୨୦୧୫ରୁ ୨୦୧୭ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋଟ୍ ୧୦୪ ଥର ହେଲିକପ୍ଟରରେ ଯାତ୍ରା କରିଥିଲେ ଏବଂ ସେଥିରୁ ଓଡ଼ିଶା ବାହାରକୁ ମାତ୍ର ୨୦ ଥର ଯାଇଥିଲେ। ଆଉ ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଥିଲା ମୋଟ୍ ୨୨.୫୫ କୋଟି ଟଙ୍କା।

ଏ ସବୁ ଗସ୍ତର ମୋଟ ଖର୍ଚ୍ଚକୁ ବିରୋଧୀ ପ୍ରଶ୍ନ ଉଠାଇବା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ଏହି ସୌଖୀନ ଖର୍ଚ୍ଚର କୌଣସି ଚିଠା ନା ବିଧାନସଭାରେ ପ୍ରଦାନ କରାଯାଉଛି ନା ସୂଚନା ଅଧିକାର ଆଇନ ବଳରେ ମିଳୁଛି।

ଏ ସବୁ ପରେ ବି ସବୁଠାରୁ ବଡ଼ କଥା ହେଲା, ପ୍ରଜାତନ୍ତ୍ରର କାର୍ଯ୍ୟକ୍ରମ କଟକର କଟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜନ କରାଯାଇଥିଲା। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ୍ କଟକ ବାରବାଟୀ ଗେଟ୍‌ ସମ୍ମୁଖରେ ହିଁ ନିର୍ମାଣ କରାଯାଇଥିଲା। ବାରବାଟୀ ଦୁର୍ଗ ଓଡ଼ିଶାର ଅନ୍ୟତମ ଐତିହ୍ୟ। ପ୍ରାଚୀନ କିର୍ତ୍ତୀରାଜି ଭାବେ ଏହା ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ସୁରକ୍ଷା ବଳୟ ମଧ୍ୟରେ ରହିଛି। ୨୦୧୬ ଫେବୃୟାରୀରେ କଟକକୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଗସ୍ତକୁ ନେଇ ଏହି କାରଣରୁ ପ୍ରଶ୍ନ ଉଠିଥିଲା। ସେତେବେଳେ ମଧ୍ୟ ଏହି ଆଇନ ଉଲଙ୍ଘନ ନେଇ ଅଭିଯୋଗ କରିଥିଲେ ଐତିହ୍ୟ କର୍ମୀ ଓ ପରିବେଶବିତ୍। ତେବେ ସେଥର ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଦୁର୍ଗ ଭିତରେ ଅବତରଣ କରିଥିଲା। ଏଥର ତାହା ଦୁର୍ଗ ବାହାରେ ଗେଟ୍‌ ପାଖରେ ଓହ୍ଲାଇଛି। ପ୍ରାଚୀନ କିର୍ତ୍ତୀରାଜି ସଂରକ୍ଷଣ ଆଇନ୍ ୧୯୦୪ ଏବଂ ଓଡ଼ିଶା ପ୍ରାଚୀନ କିର୍ତ୍ତୀରାଜି ସଂରକ୍ଷଣ ଆଇନ୍ ୧୯୫୬ ଅନୁସାରେ ଅନେକ ପ୍ରାଚୀନ କିର୍ତ୍ତୀରାଜି ଉପରେ ହେଲିକପ୍ଟର ଉଡ଼ାଣ ନେଇ କିଛି କିଛି କଟକଣା ରହିଛି। ଏଠାରେ ସେହି ପ୍ରଶ୍ନ ଉଠୁ ନଥିଲେ ମଧ୍ୟ ସାଧାରଣ କରଦାତାଙ୍କ ଅର୍ଥରେ ମୁଖ୍ୟମନ୍ତ୍ରୀଙ୍କ ଏହି ସୌଖୀନ ହେଲିକପ୍ଟର ଯାତ୍ରା କାହା ସ୍ୱାର୍ଥରେ?

Related story