ମଇଦାନକୁ ଯିବେନି, ଘରୁ ଶଙ୍ଖ ଫୁଙ୍କିବେ ନବୀନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ବାଲେଶ୍ୱର ଓ ତିର୍ତ୍ତୋଲରେ ପ୍ରଚାର ଅଭିଯାନ ସେତିକି ସରଗରମ ହେଉଛି। ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବାକୁ କାଲିଠୁ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ଦଳସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ସିଧାସଳଖ ମତଦାତାଙ୍କ ପାଖକୁ ଯିବେନି, ବରଂ ଭର୍ଚୁଆଲ ପ୍ରଚାର କରିବେ। ତିର୍ତ୍ତୋଲରେ ଆସନ୍ତାକାଲି ଓ ୨୯ରେ ବାଲେଶ୍ୱରରେ ନବୀନଙ୍କ ଡିଜିଟାଲ ପ୍ରଚାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ବାଲେଶ୍ୱର ଆସନରେ ୨୯ ତାରିଖ ଅପରାହ୍ନ ସାଢ଼େ ୪ଟାରୁ […]

naveen

naveen

Ranjit Kumar Jena
  • Published: Tuesday, 27 October 2020
  • Updated: 27 October 2020, 07:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ବାଲେଶ୍ୱର ଓ ତିର୍ତ୍ତୋଲରେ ପ୍ରଚାର ଅଭିଯାନ ସେତିକି ସରଗରମ ହେଉଛି। ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବାକୁ କାଲିଠୁ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ଦଳସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ସିଧାସଳଖ ମତଦାତାଙ୍କ ପାଖକୁ ଯିବେନି, ବରଂ ଭର୍ଚୁଆଲ ପ୍ରଚାର କରିବେ। ତିର୍ତ୍ତୋଲରେ ଆସନ୍ତାକାଲି ଓ ୨୯ରେ ବାଲେଶ୍ୱରରେ ନବୀନଙ୍କ ଡିଜିଟାଲ ପ୍ରଚାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ବାଲେଶ୍ୱର ଆସନରେ ୨୯ ତାରିଖ ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୫ଟା ଘଣ୍ଟାଏ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ନବୀନଙ୍କ ଭର୍ଚୁଆଲ୍ ରାଲିରେ ଅଧିକରୁ ଅଧିକ କର୍ମୀ ଓ ଭୋଟରଙ୍କୁ ଯୋଡ଼ିବାକୁ ଚେଷ୍ଟା ଚାଲିଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ୍ ରାଲିର କୌଣସି ପ୍ରଭାବ ମତଦାତାଙ୍କ ଉପରେ ପଡ଼ିବ ନାହିଁ ବୋଲି କହିଛନ୍ତି ବିଜେପି ଓ କଂଗ୍ରେସ। ତେବେ ନବୀନଙ୍କ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ୨୩ ଓ ୨୪ରେ ଭର୍ଚୁଆଲ୍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗି ସାରିଛନ୍ତି।

ଘନଘନ ପ୍ରଚାରରେ ଏବେ କମ୍ପୁଛି ବାଲେଶ୍ୱର ଆସନ। ଭୋଟରଙ୍କ ମନ ଜିଣିବାକୁ ବି ତିନି ଦଳର ପ୍ରାର୍ଥୀ କଳ-ବଳ-କୌଶଳ ଲଗାଇ ଦେଇଛନ୍ତି। ଗଦା ଗଦା ପ୍ରତିଶ୍ରୁତି ବି ଦେଉଛନ୍ତି। ତେବେ ବଡ଼ କଥା ହେଲା ଏହି ଆସନରେ ଏଥର ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି, ବିଜେଡି ଓ କଂଗ୍ରେସ ସବୁ ଦଳର ପ୍ରାର୍ଥୀ ନୂଆ ମୁହଁ। ତେଣୁ ସେମାନଙ୍କଠାରୁ ଅନେକ କିଛି ଆଶା ରଖିଛନ୍ତି ଯୁବ ଓ ମହିଳା ଭୋଟର।

ସିନ୍ଧିଆ ପଞ୍ଚାୟତର ମଧୁସୂଦନପୁର ଗାଁରେ ଯେଉଁଠି ତିନି ପ୍ରମୁଖ ଦଳର ବ୍ୟାନର ପୋଷ୍ଟର ତ ଲାଗିଛି ହେଲେ ଗତ ସାଧାରଣ ନିର୍ବାଚନ ସହ ଏଥର ଉପନିର୍ବାଚନରେ କିନ୍ତୁ ସେଭଳି କିଛି ବିଶେଷ ଫରକ୍ ଅନୁଭବ କରୁନାହାନ୍ତି। ସ୍ଥାନୀୟ ଭୋଟରଙ୍କ ମତରେ ଭୋଟ୍ ବେଳେ ସମସ୍ତେ ଭାଇ ଭାଇ, ହେଲେ ଭୋଟ୍ ସରିଗଲା ପରେ କାହାରି ଦେଖା ନାହିଁ। ସମସ୍ୟା ସମାଧାନର ପ୍ରତିଶ୍ରୁତି ସବୁବେଳେ ସେମାନଙ୍କ ପାଇଁ ପାଣିର ଗାର।

ସେପଟେ ବାଲେଶ୍ୱର ଭଳି ସରଗରମ ପ୍ରଚାରରେ ପଡୁଛି ଉଠୁଛି ତିର୍ତ୍ତୋଲ। ହାତରେ ମାତ୍ର ଅଳ୍ପ ଦିନ ଥିବାରୁ ମୈଦାନରେ ଥିବା ପ୍ରମୁଖ ତିନି ଦଳ ବିଜେପି, କଂଗ୍ରେସ ଏବଂ ବିଜେଡି ପ୍ରଚାରକୁ ଜୋର କରିଛନ୍ତି। ଦଳ ବଳ ଧରି ପ୍ରାର୍ଥୀମାନେ ଗାଁ ଗାଁ ବୁଲି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଜୀ ଜାନ୍ ଲଗାଇ ଦେଇଛନ୍ତି। ନଭେମ୍ବର ୩ରେ ନିର୍ବାଚନ ଅନୁଷ୍ଠିତ ହେବ, ତେଣୁ ୧ ତାରିଖରେ ପ୍ରଚାର ସରିବ। ଘର ଘର ବୁଲି ଭୋଟରଙ୍କୁ ନିଜ ମୁଦ୍ଧା ସମ୍ପର୍କରେ ଅବଗତ କରିଛନ୍ତି।

ଆଜି ବିଜେପିର ବରିଷ୍ଠ ନେତା ବିରିଡି ବ୍ଲକର ବିଭିନ୍ନ ଅଞ୍ଚଳକୁ ଯାଇ ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି। କଂଗ୍ରେସ ରଘୁନାଥପୁର ବ୍ଲକରେ ବାଇକ୍ ରାଲି କରି ପ୍ରଚାରକୁ ତ୍ୱରାନୀତ କରିଛନ୍ତି। ସେହିଭଳି ବିଜେଡିର ତୁଙ୍ଗ ନେତା ପହଞ୍ଚି ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ କ୍ୟାମ୍ପେନିଂ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story