କରୋନା ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ୫ ଜିଲ୍ଲା ଓ ୮ ସହର ଲକଡାଉନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ୫ଟି ଜିଲ୍ଲା ଓ ୮ଟି ଟାଉନ୍‌କୁ ଲକ୍ ଡାଉନ୍ ଘୋଷଣା କଲେ ନବୀନ। ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ଲକ୍ ଡାଉନ୍ ଘୋଷଣା ହେଲା। ଏହି ୫ଟି ଜିଲ୍ଲାର ସବୁ ସହର ଓ ଗାଁ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା ହୋଇଛି। ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, […]

naveen-patnaik-1-2

Tapas Behera
  • Published: Saturday, 21 March 2020
  • , Updated: 21 March 2020, 06:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ୫ଟି ଜିଲ୍ଲା ଓ ୮ଟି ଟାଉନ୍‌କୁ ଲକ୍ ଡାଉନ୍ ଘୋଷଣା କଲେ ନବୀନ।

ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ଲକ୍ ଡାଉନ୍ ଘୋଷଣା ହେଲା। ଏହି ୫ଟି ଜିଲ୍ଲାର ସବୁ ସହର ଓ ଗାଁ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା ହୋଇଛି। ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍ ଆଦି ୮ଟି ଟାଉନ୍‌ ଲକ୍ ଡାଉନ୍ ଘୋଷଣା କଲେ ନବୀନ। ଆସନ୍ତା ୨୨ ସକାଳ ୭ଟାରୁ ୨୯ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ ହେବ। ସଂପୃକ୍ତ ଅଞ୍ଚଳରେ ସର୍ବାଧିକ ବିଦେଶ ଫେରନ୍ତା ଥିବାରୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏୟାରପୋର୍ଟ, ରେଲୱେ, ବସଷ୍ଟାଣ୍ଡ ଆଦି ଲକଡାଉନ୍ ମୁକ୍ତ ରହିବ।

ଅନ୍ୟ ସମସ୍ତ ଜରୁରୀକାଳୀନ ସେବା ଲକ୍ ଡାଉନ୍ ମୁକ୍ତ ରହିବ। ଗ୍ରୋସରୀ, ପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବ। ପେଟ୍ରୋଲ ପମ୍ପ, ମେଡିସିନ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ ମାର୍କେଟ ଖୋଲା ରହିବ। ହସ୍ପିଟାଲ, ବ୍ୟାଙ୍କ, ATM, ପୌର ସେବା ଜାରି ରହିବ। ପୁଲିସ, ଅଗ୍ନିଶମ, ଓଡ୍ରାଫ୍, ପାନୀୟ ଜଳ, ବିଦ୍ୟୁତ ସେବା ଜାରି ରହିବ। କେବଳ ଜରୁରୀ ଜିନିଷ ପାଇଁ ବାହାରକୁ ଯିବା କହିଲେ ମୁଖ୍ୟମନ୍ତ୍ରୀ

Related story