ପହଞ୍ଚିଲେ ନବୀନ: ସ୍ୱାଗତ ପାଇଁ ବିମାନ ବନ୍ଦରରେ ନାହିଁ ନଥିବା ଆୟୋଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁନେ ସ୍ଥିତ ଏମ୍ଆଇଟି ଓ୍ୱାଲର୍ଡ ପିସ୍ ୟୁନିଭରସିଟି ପକ୍ଷରୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ର ସମ୍ମାନ ଗ୍ରହଣ କରିବା ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ। ପରେ ବିଜେଡି କର୍ମୀ, ବିଧାୟକ ଓ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଭ୍ୟାନ୍‌ରେ ବିରାଟ୍‌ ଶୋଭାଯାତ୍ରାରେ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ […]

cm odisha

Rakesh Mallick
  • Published: Monday, 22 January 2018
  • , Updated: 22 January 2018, 03:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁନେ ସ୍ଥିତ ଏମ୍ଆଇଟି ଓ୍ୱାଲର୍ଡ ପିସ୍ ୟୁନିଭରସିଟି ପକ୍ଷରୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ର ସମ୍ମାନ ଗ୍ରହଣ କରିବା ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ। ପରେ ବିଜେଡି କର୍ମୀ, ବିଧାୟକ ଓ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଭ୍ୟାନ୍‌ରେ ବିରାଟ୍‌ ଶୋଭାଯାତ୍ରାରେ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ଛାଇଯାଇଛି ପୋଷ୍ଟର ଓ ବ୍ୟାନର୍। ଏହି ସମ୍ମାନ ପାଇବାର ମଉକାରେ ଭୁବନେଶ୍ୱରରେ ବିଜେଡି ତାର ଶକ୍ତି ପ୍ରଦର୍ଶନ କରିଛି। କ୍ରାନ୍ତିକାରୀ ବିଚାରଧାରା, ସ୍ୱଚ୍ଛ ଶାସନ ଓ ଭ୍ରଷ୍ଟାଚାର ବିରୋଧରେ ଲଢେଇ ପାଇଁ ନବୀନଙ୍କୁ ଏମ୍ଆଇଟି ଓ୍ୱାଲର୍ଡ ପିସ୍ ୟୁନିଭର୍ସିଟି ଏହି ସମ୍ମାନ ଦେଇଛି। ଗତବର୍ଷ ଅଗଷ୍ଟ ୧୯ରେ ଇଂରାଜୀ ପତ୍ରିକା ‘ଆଉଟଲୁକ’ ନବୀନଙ୍କୁ ଦେଇଥିଲା ‘ଶ୍ରେଷ୍ଠ ପ୍ରଶାସକ’ର ସମ୍ମାନ। ଶ୍ରେଷ୍ଠ ପ୍ରଶାସକ ଓ ଆଦର୍ଶ ମୁଖ୍ୟମନ୍ତ୍ରୀର ମୁକୁଟକୁ ନେଇ ନବୀନ ବ୍ରାଣ୍ଡକୁ ପୁଣି ଆଗରେ ରଖି ବିଜେପୁର ଯୁଦ୍ଧରେ ବିଜେଡି ଗୋଟି ଚଳାଇବ ବୋଲି ଚର୍ଚ୍ଚା ହେଉଛି।

Related story