‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’ ରାଜ୍ୟବାସୀଙ୍କୁ ଉତ୍ସର୍ଗ କଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଶ୍ରେଷ୍ଠ ପ୍ରଶାସକ’ ପୁରସ୍କାର ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଛନ୍ତି ‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’। କ୍ରାନ୍ତିକାରୀ ବିଚାରଧାରା, ସ୍ୱଚ୍ଛ ଶାସନ ଓ ଭ୍ରଷ୍ଟାଚାର ବିରୋଧରେ ଲଢେଇ ପାଇଁ ନବୀନଙ୍କୁ ଏହି ସମ୍ମାନ ମିଳିଛି। ପୁନେର ଏମ୍ଆଇଟି ଓ୍ୱାଲର୍ଡ ପିସ୍ ବିଶ୍ୱବିଦ୍ୟାଳୟ ନବୀନଙ୍କୁ ଏହି ସମ୍ମାନ ଦେଇଛି। ମୁଖ୍ୟମନ୍ତ୍ରୀ ଏହି ସମ୍ମାନକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି।  ନବୀନ କହିଥିଲେ-“ଓଡ଼ିଶାବାସୀଙ୍କ ଭଲ ପାଇବା ମୋତେ ରୁଣୀ କରିଛି। ସେଥିପାଇଁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନକୁ ମୁଁ […]

cm-odisha-

Rakesh Mallick
  • Published: Monday, 22 January 2018
  • , Updated: 22 January 2018, 05:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଶ୍ରେଷ୍ଠ ପ୍ରଶାସକ’ ପୁରସ୍କାର ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଛନ୍ତି ‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’। କ୍ରାନ୍ତିକାରୀ ବିଚାରଧାରା, ସ୍ୱଚ୍ଛ ଶାସନ ଓ ଭ୍ରଷ୍ଟାଚାର ବିରୋଧରେ ଲଢେଇ ପାଇଁ ନବୀନଙ୍କୁ ଏହି ସମ୍ମାନ ମିଳିଛି। ପୁନେର ଏମ୍ଆଇଟି ଓ୍ୱାଲର୍ଡ ପିସ୍ ବିଶ୍ୱବିଦ୍ୟାଳୟ ନବୀନଙ୍କୁ ଏହି ସମ୍ମାନ ଦେଇଛି। ମୁଖ୍ୟମନ୍ତ୍ରୀ ଏହି ସମ୍ମାନକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି।  ନବୀନ କହିଥିଲେ-“ଓଡ଼ିଶାବାସୀଙ୍କ ଭଲ ପାଇବା ମୋତେ ରୁଣୀ କରିଛି। ସେଥିପାଇଁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନକୁ ମୁଁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରୁଛି। ସମଗ୍ର ଦେଶରେ ଓଡ଼ିଶାକୁ ନମ୍ୱର-୧ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବା। ରାଜ୍ୟକୁ ବିକାଶ ପଥରେ ନେଇଯିବା।”

‘ଆଦର୍ଶ ମୁଖ୍ୟମନ୍ତ୍ରୀ’ର ସମ୍ମାନ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଫେରିଛନ୍ତି। ସେଥିପାଇଁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ବ୍ୟବସ୍ଥା କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏଲ୍‌ସିଡିର ବ୍ୟବସ୍ଥା କରାଯାଇଥିଲା। ନବୀନ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେଡି କର୍ମୀ, ବିଧାୟକ ଓ ମନ୍ତ୍ରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଏକ ଭ୍ୟାନରେ ରୋଡ୍‌ ଶୋ’ କରି ନବୀନ ନିବାସରେ ପହଞ୍ଚି ଥିଲେ। ଏହି ସମୟରେ ହଜାର ହଜାର କର୍ମୀଙ୍କ ଅଭିବାଦନ ଗ୍ରହଣ କରିଥିଲେ। ବିମାନ ବନ୍ଦରରେ ଏପରି ଭବ୍ୟ ଆୟୋଜନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଶେଷରେ ବନ୍ଦେ ଉତ୍କଳ ଜନନୀ ଓ ଜୟ ଜଗନ୍ନାଥ କହିଥିଲେ ନବୀନ ଅଭିଭାଷଣ ସାଙ୍ଗ କରିଥିଲେ।

Related story