କୃଷକଙ୍କ ରୋଜଗାର ଦ୍ୱିଗୁଣିତ ହୋଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୨୦ବର୍ଷର ଶାସନ ଭିତରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି। ଏହାସହ ଖାଦ୍ୟ ସମସ୍ୟାର ସମାଧାନ ହୋଇପାରିଛି। ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନବୀନ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, “ସରକାରକୁ ଆସିବା ବେଳେ ରାଜ୍ୟରେ ଖାଦ୍ୟାଭାବ। ଏବେ ଆମେ ଖାଦ୍ୟ ରପ୍ତାନୀ କରୁଛୁ। ୮୦ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା […]

cm

Jyoshna Pradhan
  • Published: Sunday, 24 February 2019
  • , Updated: 24 February 2019, 12:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୨୦ବର୍ଷର ଶାସନ ଭିତରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି। ଏହାସହ ଖାଦ୍ୟ ସମସ୍ୟାର ସମାଧାନ ହୋଇପାରିଛି। ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନବୀନ ଏହା କହିଛନ୍ତି।

ସେ ଆହୁରି କହିଛନ୍ତି, “ସରକାରକୁ ଆସିବା ବେଳେ ରାଜ୍ୟରେ ଖାଦ୍ୟାଭାବ। ଏବେ ଆମେ ଖାଦ୍ୟ ରପ୍ତାନୀ କରୁଛୁ। ୮୦ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଜାତିସଂଘ ଦ୍ୱାରା ପ୍ରଶଂସିତ ହୋଇଛୁ।”

Related story