ବନ୍ୟା ପାଇଁ ସରକାର ଦାୟୀ, ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ: ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନ୍ୟା ପାଇଁ ରାଜ୍ୟ ସରକାର ଦାୟୀ। ଏଥିପାଇଁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ। ବନ୍ୟା ପରିଚାଳନାରେ ସମନ୍ୱୟ ରହି ନଥିବା କହି ରାଜ୍ୟ ସରକାରଙ୍କ ଉପରେ ଏମିତି ବର୍ଷିଛି ରାଜ୍ୟ ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବନ୍ୟା ଜଳ ପରିଚାଳନାରେ ରାଜ୍ୟ ସରକାର ଅକ୍ଷମ ହୋଇଛନ୍ତି। ଚଳିତ ବର୍ଷର ବନ୍ୟା ଏକ ମନୁଷ୍ୟକୃତ ବନ୍ୟା ଥିଲା। ଛତିଶଗଡ଼ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ବର୍ଷକୁ ଦୁଇ […]

Odisha flood

Madhupriya Mistry
  • Published: Thursday, 01 September 2022
  • , Updated: 01 September 2022, 02:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନ୍ୟା ପାଇଁ ରାଜ୍ୟ ସରକାର ଦାୟୀ। ଏଥିପାଇଁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ। ବନ୍ୟା ପରିଚାଳନାରେ ସମନ୍ୱୟ ରହି ନଥିବା କହି ରାଜ୍ୟ ସରକାରଙ୍କ ଉପରେ ଏମିତି ବର୍ଷିଛି ରାଜ୍ୟ ବିଜେପି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବନ୍ୟା ଜଳ ପରିଚାଳନାରେ ରାଜ୍ୟ ସରକାର ଅକ୍ଷମ ହୋଇଛନ୍ତି। ଚଳିତ ବର୍ଷର ବନ୍ୟା ଏକ ମନୁଷ୍ୟକୃତ ବନ୍ୟା ଥିଲା। ଛତିଶଗଡ଼ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ବର୍ଷକୁ ଦୁଇ ଥର ସମନ୍ୱୟ ବୈଠକ ବସେ। ପ୍ରି-ମନ୍‌ସୁନ୍‌ ବେଳେ ଏହି ବୈଠକ ବସେ। ଯେଉଁଥିରେ ବନ୍ୟାଜଳ ପରିଚାଳନା ନେଇ ଆଲୋଚନା ହୁଏ। କିନ୍ତୁ ୩-୪ ବର୍ଷ ହେଲା ବୈଠକ ବସିନାହିଁ।

ସେ କହିଛନ୍ତି, ହୀରାକୁଦ ରୁଲକ୍‌ର୍ଭ ପାଳନ ହୋଇନାହିଁ। ପ୍ରଥମେ EIC କହିଲେ ବନ୍ୟା ହେବନି, ପରେ ମନ୍ତ୍ରୀ କହିଲେ ଛୋଟ ବନ୍ୟା ହେବ। ତା'ପରେ ଦୁଇ ଦିନ ପରେ SRC କହିଲେ ବଡ଼ ବନ୍ୟା ଆସୁଛି। ଏହା ହିଁ ବନ୍ୟା ପରିଚାଳନା ପାଇଁ ସମନ୍ୱୟ ନଥିବା ଦର୍ଶାଉଛି। ଲୋକେ ପ୍ରସ୍ତୁତ ନଥିଲେ। ତା'ଠାରୁ ଅଧିକ ଅପ୍ରସ୍ତୁତ ଥିଲେ ରାଜ୍ୟ ସରକାର। ବନ୍ୟା ମୁକାବିଲାରେ ରାଜ୍ୟ ସରକାର ପୂରା ବିଫଳ ହୋଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଆଗରେ ହାତ ଯୋଡି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।

ଫ୍ଳଡ ମ୍ୟାନେଜମେଣ୍ଟ ବଦଳରେ ଚାଲିଛି ଫ୍ଲସ୍‌ ବିଲ୍‌। କେବଳ ଦୁର୍ନୀତିରେ ଚାଲିଛି ବନ୍ୟା ମୁକାବିଲା ବୋଲି ବିଜେପି ଅଭିଯୋଗ କରିଛି।

ବନ୍ୟା ସ୍ଥିତି ଅନୁଧ୍ୟାନ ପରେ ବିଜେପି ଟିମ୍ ଏକ ରିପୋର୍ଟ ତଥା ଚାର୍ଜଶିଟ୍‌ ପ୍ରସ୍ତୁତ କରିଛି। ଏହି ଚାର୍ଜଶିଟ୍‌ ବିଜେପି ସଭାପତିଙ୍କୁ ଦିଆଯାଇଛି। ଲୋକଙ୍କ ପାଖରେ ଏହାକୁ ପହଞ୍ଚାଯିବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ତେବେ ଏ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Related story