ନିର୍ବାଚନ ପୂର୍ବରୁ ନିଦ ଭାଙ୍ଗିଲା: ଗାଁ ଲୋକଙ୍କ ସହ ସିଧା କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଗାଁ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଫର୍ମୁଲା। ପଞ୍ଚାୟତିରାଜ ଦିବସରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି “ଆମ ଗାଁ ଆମ ବିକାଶ” ଯୋଜନା। ପ୍ରଥମ ଦିନରେ ୪ ପଞ୍ଚାୟତର ଜନପ୍ରତିନିଧି ଓ ଲୋକେ ସେମାନଙ୍କ ସମସ୍ୟା ଜଣାଇଥିବା ବେଳେ ସଂପୃକ୍ତ ପଞ୍ଚାୟତଗୁଡିକ ପାଇଁ ୩୨ଟି ପ୍ରକଳ୍ପ ଲାଗି ଅନୁଦାନ ପ୍ରଦାନ କରାଯାଇଛି।
ସଚିବାଳୟରୁ ପଞ୍ଚାୟତ ଜନପ୍ରତିନିଧି ଓ ଜନତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ଆଲୋଚନା। ଭିଡିଓ କନଫରେନସିଂ ମାଧ୍ୟମରେ ସେ ଯାଜପୁରର ଖଇରାବାଦ, ସମ୍ବଲପୁରର ରେଙ୍ଗାଲି, ଗଞ୍ଜାମର ସାନକୁଦ ଓ କୋରାପୁଟର ନାରାୟଣପାଟଣା ପଞ୍ଚାୟତବାସୀ ଓ ଜନ ପ୍ରତିନିଧିଙ୍କଠାରୁ ସମସ୍ୟା ଶୁଣିଲେ। ସମସ୍ତଙ୍କଠାରୁ ଅଭିଯୋଗ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ୪ ପଞ୍ଚାୟତର ୩୨ଟି ପ୍ରକଳ୍ପ ଲାଗି ୨କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ଅବସରରେ “ଆମ ଗାଁ ଆମ ବିକାଶ” ଯୋଜନା ଆରମ୍ଭ କରାଯାଇଛି। ଏଣିକି ସପ୍ତାହକୁ ଦୁଇ ଦିନ ଏଭଳି କାର୍ଯ୍ୟକ୍ରମ ହେବ। ପ୍ରକଳ୍ପ ଗୁଡ଼ିକର ସର୍ବନିମ୍ନ ମୂଲ୍ୟ ୧ଲକ୍ଷରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
କିଛିମାସ ତଳେ ପଂଚାୟତ ପ୍ରତିନିଧିଙ୍କ ସହ ଦଳୀୟ କାର୍ଯ୍ୟାଳୟରେ ସିଧାସଳଖ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଏବେ ପୁଣି ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରି ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି। ତେବେ ଏହି ନୂଆ ଫର୍ମୁଲା ଦଳ ପାଇଁ କେତେ ଲାଭ ଦେଉଛି ତାଉପରେ ସମସ୍ତଙ୍କ ନଜର।
https://youtu.be/vOvTqq9i8d4
Ordigital Desk
• Published: Monday, 05 March 2018
• Updated: 05 March 2018, 08:13 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos