୨ରେ ସମ୍ବଲପୁର ଆସିବେ ମୁଖ୍ୟମନ୍ତ୍ରୀ, ବିଜେଡି କରୁଛି ଜୋରଦାର ପ୍ରସ୍ତୁତି

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଳ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ଆଳରେ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ତାରିଖରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ବ୍ଲକଗୁଡ଼ିକଠୁ ଶିଳାନ୍ୟାସ ଓ ଉଦଘାଟନ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଚୂଡ଼ାନ୍ତ ତାଲିକା ମଗାଯାଇଥିବା ଜଣାପଡ଼ିଛି । […]

Chief-Minister-Naveen-Patnaik

Ordigital Desk
  • Published: Wednesday, 27 October 2021
  • , Updated: 27 October 2021, 10:09 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଳ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ଆଳରେ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ତାରିଖରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ବ୍ଲକଗୁଡ଼ିକଠୁ ଶିଳାନ୍ୟାସ ଓ ଉଦଘାଟନ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଚୂଡ଼ାନ୍ତ ତାଲିକା ମଗାଯାଇଥିବା ଜଣାପଡ଼ିଛି । ଆଉ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ରାଜନୀତିକ ଫାଇଦା ନେବା ପାଇଁ ବିଜେଡି ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚାଲିଛି । ତେବେ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଏବେ ବିଜେପି ଓ କଂଗ୍ରେସ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନଭେମ୍ବର ୨ତାରିଖରେ ପ୍ରସ୍ତାବିତ ଗସ୍ତ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ନଭେମ୍ବର ୨ତାରିଖରେ ସମ୍ବଲପୁର ଗସ୍ତରେ ଯାଇ ଜିଲ୍ଲାରେ ବିଜୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ପ୍ରାୟ ୭୦୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ସମ୍ବଲପୁରରେ ବିଜେଡିର ସଂଗଠନ ଦୁର୍ବଳ ଥିବାରୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ମାଧ୍ୟମରେ ବିଜେଡିର ନେତା ଓ ମନ୍ତ୍ରୀମାନଙ୍କୁ ଦଳ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ମଧ୍ୟ କୁହାଯାଇଛି । ଯେଉଁଥିପାଇଁ ଜିଲ୍ଲାର ସମସ୍ତ ୯ ବ୍ଲକ ଓ ୨ଟି ଏନଏଏସି ଏବଂ ଗୋଟିଏ ମହାନଗର ନିଗମ ଅଂଚଳରେ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି । ମନ୍ତ୍ରୀଙ୍କ ସମେତ ଦଳର ପ୍ରାୟ ୨୫ରୁ ଅଧିକ ନେତା ଏହି ସବୁ ବ୍ଲକ ଓ ପୌରାଂଚଳରେ ଉପସ୍ଥିତ ରହି ସ୍ମାର୍ଟ କାର୍ଡ ବାଣ୍ଟିବା ସହ ବିଜେଡି ସରକାରଙ୍କ ସପକ୍ଷରେ ଲୋକଙ୍କୁ ପ୍ରବର୍ତ୍ତାଇବେ । ଏହି ନେତାମାନଙ୍କୁ ୧ତାରିଖ ସନ୍ଧ୍ୟା ସୁଦ୍ଧା ଆବଣ୍ଟିତ ବ୍ଲକ ଓ ପୌରାଂଚଳରେ ପହଂଚିବାକୁ ନିର୍ଦ୍ଦେଶ ମିଳିଛି ।

ସୂଚନାଯୋଗ୍ୟ, ମମିତା ମେହେର ମାମଲାକୁ ନେଇ ରାଜ୍ୟବ୍ୟାପୀ ବିରୋଧୀ ଦଳ ବିକ୍ଷୋଭ ଓ ପ୍ରତିବାଦ କରୁଥିବାବେଳେ ସମ୍ବଲପୁରକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଆଶଙ୍କା ମଧ୍ୟ ରହିଛି । କରୋନା କଟକଣା ମଧ୍ୟରେ ବି ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ପାଇଁ ମାଲକାନଗିରି, ସୁନ୍ଦରଗଡ଼, ବଲାଙ୍ଗିର, ଗଜପତି, ପୁରୀ ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଥିବାବେଳେ ଭର୍ଚୁଆଲ ମୋଡରେ ଦେବଗଡ଼ ଜିଲ୍ଲାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

Related story