ନିଯୁକ୍ତି ଭେଳିକି: ଦେଢ଼ବର୍ଷ ପରେ ମୁଖ୍ୟମନ୍ତ୍ରୀ ପୁଣି କରିବେ ସମୀକ୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ଥିର ଓ ସୁଦୃଢ଼ ସରକାର ରହିଥିଲେ ମଧ୍ୟ ଶିକ୍ଷିତ ଯୁବକଯୁବତୀଙ୍କୁ ନିଯୁକ୍ତି ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟରେ ୧.୩୧ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିବାବେଳେ କର୍ମ ନିୟୋଜନ ସଂସ୍ଥାରେ ୧୦ ଲକ୍ଷରୁ ଅଧିକ ଯୁବକଯୁବତୀ ନାଁ ପଞ୍ଜିକରଣ କରି ସରକାରୀ ଚାକିରି ଅପେକ୍ଷାରେ ରହିଛନ୍ତି। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଏହି ଖାଲି ପଦବୀଗୁଡ଼ିକ ପୂରଣ […]

naveen

naveen

Manoranjan Sial
  • Published: Thursday, 26 September 2019
  • Updated: 26 September 2019, 07:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ଥିର ଓ ସୁଦୃଢ଼ ସରକାର ରହିଥିଲେ ମଧ୍ୟ ଶିକ୍ଷିତ ଯୁବକଯୁବତୀଙ୍କୁ ନିଯୁକ୍ତି ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟରେ ୧.୩୧ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିବାବେଳେ କର୍ମ ନିୟୋଜନ ସଂସ୍ଥାରେ ୧୦ ଲକ୍ଷରୁ ଅଧିକ ଯୁବକଯୁବତୀ ନାଁ ପଞ୍ଜିକରଣ କରି ସରକାରୀ ଚାକିରି ଅପେକ୍ଷାରେ ରହିଛନ୍ତି। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଏହି ଖାଲି ପଦବୀଗୁଡ଼ିକ ପୂରଣ ହୋଇପାରୁନି କି ନିଯୁକ୍ତି ପ୍ରକ୍ରିୟା ଦାୟିତ୍ୱରେ ଥିବା ସଂସ୍ଥାଗୁଡ଼ିକ ସକ୍ରିୟ ଭୂମିକା ଗ୍ରହଣ କରିପାରୁନଥିବା ଜଣାପଡ଼ିଛି। ଶେଷଥର ପାଇଁ ଗତବର୍ଷ ମେ’ ମାସରେ ସମୀକ୍ଷା କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ପୁଣିଥରେ ସରକାରୀ ସ୍ତରରେ ଖାଲି ପଡ଼ିଥିବା ପଦବୀ ପୂରଣ ଓ ନିଯୁକ୍ତି ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୨୦୧୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଉତ୍କଟ ବେକାର ସମସ୍ୟାକୁ ନେଇ ଶିକ୍ଷିତ ଯୁବକଯୁବତୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିମାସରେ ନିଯୁକ୍ତି ସ୍ଥିତିର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜ୍ୟରେ ସରକାରୀ ପଦପଦବୀରେ ନିଯୁକ୍ତି ପ୍ରକ୍ରିୟା ଧିମାକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିବା ସହ ୨୦୧୫ ମେ’ ୨୮ ତାରିଖରେ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରି ତୁରନ୍ତ ୪୦ ହଜାର ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନିୟମିତ ବ୍ୟବଧାନରେ ସମୀକ୍ଷା କରିଥିଲେ ମଧ୍ୟ ମଝିରେ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଏହି ସମୀକ୍ଷା ବନ୍ଦ କରିଦେଇଥିଲେ। ପରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସ୍ଥିତିର ସମୀକ୍ଷା କଲେ। ଶେଷଥର ୨୦୧୮ ମେ’ ମାସରେ ଏହି ସମୀକ୍ଷା ବୈଠକ କରି ଖାଲି ପଡ଼ିଥିବା ପଦପଦବୀରେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଗତ ସପ୍ତାହରେ ଜାତୀୟ ଗଣମାଧ୍ୟମରେ ଓଡ଼ିଶାର ନିଯୁକ୍ତି ପ୍ରକ୍ରିୟାର ଭେଳିକିକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସରକାରୀ ପଦପଦବୀରେ ନିଯୁକ୍ତି ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା ପାଇଁ ସମୟ ଧାର୍ଯ୍ୟ ହୋଇଛି। ଆସନ୍ତାକାଲି ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା କରିବେ। ଶେଷଥର ୨୦୧୮ ମେ’ ୭ତାରିଖରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ ଆଧାରରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ ପାଇଁ ଓଡ଼ିଶା ଲୋକସେବା ଆୟୋଗ, ଷ୍ଟାଫ ସିଲେକ୍ସନ୍ କମିଶନ ଓ ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

ରିପୋର୍ଟ ଅନୁସାରେ, ୨୦୧୭ ମସିହାରେ ଓଡ଼ିଶା ସରକାରଙ୍କ ଯୋଗାଣ ନିରୀକ୍ଷଣ ପଦବୀରେ ନିଯୁକ୍ତି ପାଇ ବିଜ୍ଞାପନ ବାହାରିଥିଲା। ୨୦୧୮ ନଭେମ୍ବର ମାସରେ ଏନେଇ ପରୀକ୍ଷା ହେଲା,କିନ୍ତୁ ଏପର୍ଯ୍ୟନ୍ତ ଫଳ ପ୍ରକାଶ ପାଇନି। ସେହିପରି ୨୦୧୬ ଡିସେମ୍ବର ୨୪ରେ ପୁଲିସ୍ ଏସଆଇ ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା ଓ ୩ ବର୍ଷ ପରେ ଅର୍ଥାତ ୨୦୧୯ ସେପ୍ଟେମ୍ବର ୮ ତାରିଖରେ ଏହାର ପରୀକ୍ଷା ହେଲା। ସେହିପରି ଆସିଷ୍ଟାଣ୍ଟ କର୍ମସିଆଲ ଟ୍ୟାକ୍ସ ଅଫିସର ପଦବୀ ପାଇଁ ୨୦୧୬ ମସିହାରେ ବିଜ୍ଞାପନ ବାହାରିଥିଲା। ୨୦୧୭ ମସିହାରେ ଏହାର ପ୍ରିଲିମିନାରୀ ପରୀକ୍ଷା ହେଲା, କିନ୍ତୁ ଏପର୍ଯ୍ୟନ୍ତ ଅନ୍ୟ ପରୀକ୍ଷା ହୋଇନି।

ଏପଟେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ଓଡ଼ିଶା ସରକାରଙ୍କର ମୋଟ ମଞ୍ଜୁରୀପ୍ରାପ୍ତ ୫.୮୩ ଲକ୍ଷ ପଦବୀ ମଧ୍ୟରୁ ୧.୩୧ ଲକ୍ଷ ପଦବୀ ଖାଲି ପଡ଼ିଛି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରାୟ ୫୦ ହଜାର ପଦ ଖାଲି ପଡ଼ିଛି। ପ୍ରଥମ ଶ୍ରେଣୀ ବର୍ଗର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ୮୬ ହଜାର ପଦବୀରୁ ୨୩ ହଜାର ଖାଲି ପଡ଼ିଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୮୦ ହଜାରରୁ ୨୫ ହଜାର ଖାଲି ପଡ଼ିଛି। ସେହିପରି ତୃତୀୟ ଶ୍ରେଣୀରେ ୩.୧୬ ଲକ୍ଷ ପଦବୀରୁ ୨୨ ହଜାର ଏବଂ ଚତୁର୍ଥ ଶ୍ରେଣୀରେ ୭୭ ହଜାରରୁ ୨୨ହଜାର ପଦ ଖାଲି ପଡ଼ିଛି। ରାଜ୍ୟରେ ପଞ୍ଜିକୃତ ଶିକ୍ଷିତ ଯୁବକଯୁବତୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବାବେଳେ ନବୀନ ସରକାର ନିଜର ପ୍ରଥମ ଦୁଇ ପାଳି କାର୍ଯ୍ୟକାଳରେ ୪୧,୬୩୫ଟି ସରକାରୀ ପଦବୀକୁ ଉଚ୍ଛେଦ କରିବାକୁ ପଛାଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story