ସିଏମସି ୨୧ ନମ୍ବର ୱାର୍ଡ ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଆଜି ଶେଷ ଦିନ

କଟକ: ଜୁନ ୩ ତାରିଖରେ ହେବାକୁ  ସିଏମସି ୨୧ ନମ୍ବର ୱାର୍ଡ ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଆଜି ଶେଷ ଦିନ। ଏଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ  ସମସ୍ତ ବ୍ୟବସ୍ଥା ହୋଇଛି। ଏଡିଏମ୍ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ଦିନ ୧୧ଟାରୁ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ସମୟ ରହିଛି। ଅପରାହ୍ନ ୪ଟାରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଗତ ୧୬ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପାଇଁ ନିର୍ଦ୍ଧାରିତ ହୋଇଥିଲା। ଆସନ୍ତା ୨୦ ତାରିଖରେ ପ୍ରାର୍ଥୀପତ୍ର […]

Cmc-office

Rakesh Mallick
  • Published: Wednesday, 18 May 2016
  • , Updated: 03 June 2016, 03:43 AM IST

କଟକ: ଜୁନ ୩ ତାରିଖରେ ହେବାକୁ  ସିଏମସି ୨୧ ନମ୍ବର ୱାର୍ଡ ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଆଜି ଶେଷ ଦିନ। ଏଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ  ସମସ୍ତ ବ୍ୟବସ୍ଥା ହୋଇଛି। ଏଡିଏମ୍ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ଦିନ ୧୧ଟାରୁ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ସମୟ ରହିଛି। ଅପରାହ୍ନ ୪ଟାରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ।

ଗତ ୧୬ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପାଇଁ ନିର୍ଦ୍ଧାରିତ ହୋଇଥିଲା। ଆସନ୍ତା ୨୦ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୨୩ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଜୁନ୍‌ ୩ରେ ନିର୍ବାଚନ ହେବ। ଉପନିର୍ବାଚନ ପାଇଁ  ମୈଦାନରେ ୩ ପ୍ରମୁଖ ଦଳର ପ୍ରାର୍ଥୀ ଅଛନ୍ତି। ବିଜେଡିରୁ ତୁଳସୀ ବେହେରା, କଂଗ୍ରେସରୁ ଗୌରୀ ଦାସ ଓ ବିଜେପିରୁ ପଦ୍ମିନୀ ବେହେରା ପ୍ରାର୍ଥୀ ହୋଇଛନ୍ତି।

Related story