କଟକରେ ଡେଙ୍ଗୁ ମଶାଙ୍କୁ ପାରୁନି ସିଏମସି

କଟକ (ଓଡ଼ିଶା ରିପୋର୍ଟର): କଟକ ସହରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରେଗୀଙ୍କ ସଂଖ୍ୟା।ପ୍ରତ୍ୟେକ ଦିନ ନୂଆ ନୂଆ ଡେଙ୍ଗୁରେଗୀ ଚିହ୍ନଟ ହେଉଛନ୍ତି। କଟକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତୁଳସୀପୁର ଓ ଥୋରିଆ ସାହିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।ହେଲେ ସିଏମସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସହର ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କଟକ ଥୋରିଆ ସାହି ଅଞ୍ଚଳର ଚାରିଆଡେ ଖାଲି ଗଦା ହୋଇ ପଡିରହିଛି କୁଢ଼ କୁଢ଼ ଅଳିଆ […]

676

676

Tapas Behera
  • Published: Thursday, 08 July 2021
  • Updated: 08 July 2021, 05:49 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ସହରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରେଗୀଙ୍କ ସଂଖ୍ୟା।ପ୍ରତ୍ୟେକ ଦିନ ନୂଆ ନୂଆ ଡେଙ୍ଗୁରେଗୀ ଚିହ୍ନଟ ହେଉଛନ୍ତି। କଟକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତୁଳସୀପୁର ଓ ଥୋରିଆ ସାହିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।ହେଲେ ସିଏମସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସହର ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କଟକ ଥୋରିଆ ସାହି ଅଞ୍ଚଳର ଚାରିଆଡେ ଖାଲି ଗଦା ହୋଇ ପଡିରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ପୁରା ଅଞ୍ଚଳ । ଗୋଟେ ପଟ କରୋନା ସଂକ୍ରମଣ ଭୟ ଥିବା ବେଳେ ଅନ୍ୟପଟେ ବଢି ଚାଲିଛି ଡେଙ୍ଗୁ ରେଗୀଙ୍କ ସଂଖ୍ୟା। ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ଡେଙ୍ଗୁ।

ତେବେ କଟକ ସହରର ତୁଳସୀପୁର ଓ ଥୋରିଆ ସାହିରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।ବେଶ କିଛିଦିନ ହେବ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସହରରେ ବୃଦ୍ଧିପାଇ ୫ରେ ପହଁଚିଛି । ତେବେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ସହରବାସୀ। ତେବେ ଏହି ଅଞ୍ଚଳରେ ସିଏମସି ପକ୍ଷରୁ ସଫେଇ କରାଯାଉନାହିଁ କି ମଶା ତେଲ ପକାଯାଉନାହିଁ।  ଯେଉଁଥିପାଇଁ ଡେଙ୍ଗୁ ବ୍ୟାପୁଛି। ମଶା ମାଛିଙ୍କ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ରାତି ତ ରାତି ଦିନରେ ମଧ୍ୟ ମଶାଙ୍କ ଉପଦ୍ରବ ରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ଲୋକେ।

କଟକ ସହରର ୨୩ ନମ୍ବର ୨୪ ନମ୍ବର ୱାର୍ଡ ଠାରୁ ଆରମ୍ଭ କରି ବିଡାନାସି ,ଥୋରିଆ ସାହି ରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।ହେଲେ ଏଦିଗରେ କଟକ ମହାନଗର ନିଗମ କୌଣସି ପ୍ରକାର ପଦକ୍ଷେପ ନେଉନଥିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ସହରର ୱାର୍ଡ ଗୁଡିକ ରୁ ଅଳିଆ ଆବର୍ଜନା ସଠିକ ଭାବେ ଉଠୁନାହିଁ । ଏଥିସହ ଡ୍ରେନରୁ ମଧ୍ୟ ପଙ୍କ ଉଦ୍ଧାର କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଛି ।

ଫଳରେ ଏବେ ସହରରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି ବୋଲି କହିଛନ୍ତି ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ । ଅନ୍ୟପଟେ ସିଏମସି କମମିଶନର କହିଛନ୍ତି ଏହି ଅଞ୍ଚଳରେ ଡେଙ୍ଗୁ ବ୍ୟାପୁଥିବା ଯୋଗୁଁ ଲୋକଙ୍କୁ ସଚେତନତା କରାଯାଉଛି।ଅଙ୍ଗନବାଡ଼ି ଓ ଆଶାକର୍ମୀମାନେ ଘରେ ଘରେ ବୁଲି ଲୋକଙ୍କୁ ହାଲୋଜିନ ବଟିକା ବଣ୍ଟନ କରିବା ସହ ସଚେତନତା କରୁଛନ୍ତି।ସେହି ସ୍ଥାନରେ ମଶାତେଲ ଓ ବ୍ଲିଚିଂ ପାଉଡର ପକାଯାଉଛି। ଦିନକୁ ଦୁଇ ଥର ସଫେଇ କରାଯିବା ସହ ଫଗିଙ୍ଗ କରାଯାଉଥିବା କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ। ତେବେ କଟକ ସହରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏପର୍ଯ୍ୟନ୍ତ ଏସସିବି ମେଡ଼ିକାଲ ରେ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos