ଭୂତ ଖାଉଛି ଭତ୍ତା: ବିଏମ୍‌ସି ପରେ ସିଏମ୍‌ସିରେ ବି ଦୁର୍ନୀତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭତ୍ତା ଦେବା ନାଁରେ ହରିଲୁଟ୍। ସରକାରୀ ବାବୁଙ୍କ ମିଲିଭଗତରେ କେଳେଙ୍କାରୀ। ଭୁବନେଶ୍ୱର ମହାନଗର ନିଗମ ପରେ ଏବେ ପୁଣି ଥରେ ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ମହାନଗର ନିଗମରେ। କଟକ ୩୦ନମ୍ବର ଓ୍ୱାର୍ଡରେ ସ୍ୱାମୀ ନାଁରେ ସ୍ତ୍ରୀକୁ ମିଳୁଛି ଭତ୍ତ। ନବଘନ ମହାରଣାଙ୍କ ମୃତ୍ୟୁ ଦୁଇ ବର୍ଷ ହେଲାଣି ହେଲେ ମଲା ପରେ ବି ତାଙ୍କ ସ୍ତ୍ରୀଙ୍କୁ ମିଳୁଛି ଭତ୍ତା। ଦସ୍ତାବିଜ ଅନୁସାରେ ୨୦୧୫ ନଭେମ୍ବର ୧୫ ରେ ନବଘନ ପ୍ରାଣ […]

cmc

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 09:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭତ୍ତା ଦେବା ନାଁରେ ହରିଲୁଟ୍। ସରକାରୀ ବାବୁଙ୍କ ମିଲିଭଗତରେ କେଳେଙ୍କାରୀ। ଭୁବନେଶ୍ୱର ମହାନଗର ନିଗମ ପରେ ଏବେ ପୁଣି ଥରେ ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ମହାନଗର ନିଗମରେ। କଟକ ୩୦ନମ୍ବର ଓ୍ୱାର୍ଡରେ ସ୍ୱାମୀ ନାଁରେ ସ୍ତ୍ରୀକୁ ମିଳୁଛି ଭତ୍ତ। ନବଘନ ମହାରଣାଙ୍କ ମୃତ୍ୟୁ ଦୁଇ ବର୍ଷ ହେଲାଣି ହେଲେ ମଲା ପରେ ବି ତାଙ୍କ ସ୍ତ୍ରୀଙ୍କୁ ମିଳୁଛି ଭତ୍ତା। ଦସ୍ତାବିଜ ଅନୁସାରେ ୨୦୧୫ ନଭେମ୍ବର ୧୫ ରେ ନବଘନ ପ୍ରାଣ ହରାଇଥିଲେ। ହେଲେ ୨୦୧୬ ପର୍ଯ୍ୟନ୍ତ ତାଙ୍କ ନାଁରେ ଭତ୍ତା ଟଙ୍କା ଉଠିଥିବା ସିଏମସି ରିପୋର୍ଟରେ ଦର୍ଶାଇଛି।  ଖାଲି ନବଘନ ନୁହଁନ୍ତି ମୃତ କିଶୋର ପରିଡାଙ୍କା ନାଁରେ ମଧ୍ୟ  ଭତ୍ତା ଟଙ୍କା ଉଠିଥିବା ଦେଖିବାକୁ ମିଳିଛି। ଓ୍ୱାର୍ଡର ଅନେକ ଲୋକଙ୍କୁ ବର୍ଷର ଅନେକ ମାସରେ ଭତ୍ତା ଟଙ୍କା ମୁଳିନଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ତାଲିକାରେ ରହିଛନ୍ତି ଜଣେ ଇଞ୍ଜିନିୟରଙ୍କ ସ୍ତ୍ରୀ।

ସିଏମସିର ୩୦ ନମ୍ବର ଓ୍ୱାର୍ଡରେ ଭତ୍ତାକୁ ନେଇ ଦୁର୍ନୀତି ହେଉଥିବା ଜାଣିବାକୁ ପାଇଥିଲେ କିଛି ସ୍ଥାନୀୟ ବାସିନ୍ଦା। ଏହାପରେ ଘଟଣାର ସତ୍ୟତା ଜାଣିବା ପାଇଁ ଜଣେ ମହିଳା ଆରଟିଆଇ ମାଧ୍ୟମରେ ଦୁଇ ବର୍ଷର ବିଭିନ୍ନ ତଥ୍ୟ ମାଗିଥିଲେ। ଏହାପରେ ସିଏମସିର ଖୋଲିଥିଲା ଅସଲି ଚେହେରା। ସେପଟେ ଘଟଣାର ତଦନ୍ତ କରାଯାଇ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମସି କମିଶନର କହିଛନ୍ତି।

Related story