ସିଏମସି ବୈଠକରେ ବିଜେଡି ଓ କଂଗ୍ରେସ କର୍ପୋରେଟର ହାତାହାତି

କଟକ: କଟକ ମହାନଗର ନିଗମ (ସିଏମସି) ବୈଠକରେ ଆଜି ବିଜେଡି ଓ କଂଗ୍ରେସ କର୍ପୋରେଟର ହାତାହାତି ହୋଇଛନ୍ତି। ଡେଙ୍ଗୁ ମୁକାବିଲାରେ ସିଏମସି ବିଫଳ ହୋଇଥିବା ଅଭିଯୋଗ କରି ଆଜି ବିରୋଧୀ କର୍ପୋରେଟର ପ୍ରତିବାଦ କରିଥିଲେ। ସେମାନେ ବୈଠକ ସ୍ଥଳରେ ମଶାରି ଟାଙ୍ଗି ଧାରଣା ଦେଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। କଂଗ୍ରେସ କର୍ପୋରେଟର ଅରୁଣ ସେଠୀ ବିଜେଡି କର୍ପୋରେଟର ଇତିଶ୍ରୀ ବେହେରାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଜେଡି କର୍ପୋରେଟର ଇତିଶ୍ରୀ ବେହେରା କହିଛନ୍ତି, “ବୈଠକ […]

cmc metting

Rakesh Mallick
  • Published: Friday, 29 July 2016
  • , Updated: 29 July 2016, 10:19 PM IST

କଟକ: କଟକ ମହାନଗର ନିଗମ (ସିଏମସି) ବୈଠକରେ ଆଜି ବିଜେଡି ଓ କଂଗ୍ରେସ କର୍ପୋରେଟର ହାତାହାତି ହୋଇଛନ୍ତି। ଡେଙ୍ଗୁ ମୁକାବିଲାରେ ସିଏମସି ବିଫଳ ହୋଇଥିବା ଅଭିଯୋଗ କରି ଆଜି ବିରୋଧୀ କର୍ପୋରେଟର ପ୍ରତିବାଦ କରିଥିଲେ। ସେମାନେ ବୈଠକ ସ୍ଥଳରେ ମଶାରି ଟାଙ୍ଗି ଧାରଣା ଦେଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। କଂଗ୍ରେସ କର୍ପୋରେଟର ଅରୁଣ ସେଠୀ ବିଜେଡି କର୍ପୋରେଟର ଇତିଶ୍ରୀ ବେହେରାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ବିଜେଡି କର୍ପୋରେଟର ଇତିଶ୍ରୀ ବେହେରା କହିଛନ୍ତି, “ବୈଠକ ଚାଲିଥିବା ବେଳେ  ଗିରିମାଳା ଅପାଙ୍କୁ  ଶାନ୍ତ ହୋଇ ବସିବାକୁ କହିଲାବେଳେ  ଅରୁଣ ସେଠୀ ମୋ ସହିତ ଖରାପ ବ୍ୟବହାର କରିଥିଲେ। ମୋ ଡ୍ରେସ ଘୋଷାଡ଼ିବା ସହ ମୋତେ ଠେଲାପେଲା କରିଥିଲା।”

ବିଜେଡି ଓ କଂଗ୍ରେସ ପକ୍ଷରୁ ଏ ନେଇ ଥାନାରେ ପୃଥକ ପୃଥକ ଭାବେ ଏତଲା ଦିଆଯାଇଛି।

Related story