ମନ୍ତ୍ରୀ ଅଲୋଡ଼ା, ବିଭାଗୀୟ ସଚିବମାନଙ୍କୁ ହିସାବ ମାଗିଲା ସିଏମଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକ ସରକାରର ପଂଚମ ପାଳିରେ ବ୍ୟୁରୋକ୍ରାଟଙ୍କ ଶାସନ ଚାଲିଛି, ଏପରିକି ବିଭାଗୀୟ ମନ୍ତ୍ରୀମାନଙ୍କୁ ଅଲୋଡ଼ା ଓ ଗୁରୁତ୍ୱହୀନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସିଧାସଳଖ ସବୁ ବିଭାଗର କାର୍ଯ୍ୟକୁ ତଦାରଖ କରୁଛି ବୋଲି ପାୱାର କରିଡରରେ ଚାଲିଥିବା ଚର୍ଚ୍ଚା ଉପରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ମୋହର ଲଗାଇଛି । ମନ୍ତ୍ରୀମାନଙ୍କୁ ଅଣଦେଖା କରି ସେମାନଙ୍କର ଅଜାଣତରେ ବିଭାଗ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର ସଂକ୍ଷିପ୍ତ ବିବରଣୀ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ପଠାଇବାକୁ ବିଭାଗୀୟ […]

odisha secretariat

odisha secretariat

Ordigital Desk
  • Published: Friday, 24 June 2022
  • Updated: 24 June 2022, 08:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକ ସରକାରର ପଂଚମ ପାଳିରେ ବ୍ୟୁରୋକ୍ରାଟଙ୍କ ଶାସନ ଚାଲିଛି, ଏପରିକି ବିଭାଗୀୟ ମନ୍ତ୍ରୀମାନଙ୍କୁ ଅଲୋଡ଼ା ଓ ଗୁରୁତ୍ୱହୀନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସିଧାସଳଖ ସବୁ ବିଭାଗର କାର୍ଯ୍ୟକୁ ତଦାରଖ କରୁଛି ବୋଲି ପାୱାର କରିଡରରେ ଚାଲିଥିବା ଚର୍ଚ୍ଚା ଉପରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ମୋହର ଲଗାଇଛି । ମନ୍ତ୍ରୀମାନଙ୍କୁ ଅଣଦେଖା କରି ସେମାନଙ୍କର ଅଜାଣତରେ ବିଭାଗ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର ସଂକ୍ଷିପ୍ତ ବିବରଣୀ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ପଠାଇବାକୁ ବିଭାଗୀୟ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକି ପରୋକ୍ଷରେ ନିଜର ସହଯୋଗୀ ମନ୍ତ୍ରୀମାନଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନଥିବାକୁ ପ୍ରମାଣିତ କରାଉଛି । ବିଭାଗୀୟ କାର୍ଯ୍ୟ ସମ୍ବନ୍ଧରେ ମନ୍ତ୍ରୀମାନେ ଉତ୍ତରଦାୟୀ ରହିଥିବାବେଳେ ସେମାନଙ୍କଠୁ ବିଭାଗର ଭଲମନ୍ଦ ତଥ୍ୟ ନଆଣି ସିଧାସଳଖ ସଚିବମାନଙ୍କୁ ମୁଖ୍ୟମନ୍ତ୍ରୀ ରିପୋର୍ଟ ମାଗିବା ହିଁ ନବୀନ ସରକାରରେ ମନ୍ତ୍ରୀମାନଙ୍କର ଅସହାୟତା ଓ ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ଲଗାଇଛି ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨ତାରିଖରୁ ଷୋଡ଼ଶ ବିଧାନସଭାର ଦଶମ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ବିଧାନସଭାରେ ବିଭାଗ ସମ୍ବନ୍ଧୀୟ ସମ୍ଭାବ୍ୟ ଆଲୋଚନା ପାଇଁ ପ୍ରମୁଖ ବିଷୟବସ୍ତୁଗୁଡ଼ିକ ଉପରେ ସଂକ୍ଷିପ୍ତ ବିବରଣୀ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅବଗତି ପାଇଁ ସପ୍ତାହକ ସୁଦ୍ଧା ପଠାଇବାକୁ ସବୁ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଆଦିତ୍ୟ ମହାପାତ୍ର ଜୁନ୍ ୧୮ତାରିଖରେ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ବିଧାନସଭା ଅଧିବେଶନ କାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ବିଧାୟକମାନଙ୍କ ଦ୍ୱାରା ଧ୍ୟାନଆକର୍ଷଣକାରୀ ପ୍ରସ୍ତାବ, ମୁଲତବୀ ପ୍ରସ୍ତାବ ଆକାରରେ ବିଧାନସଭାରେ ଆଲୋଚନା ପାଇଁ ଆଗତ କରାଯାଇପାରେ । ଏହାବାଦ୍ ନିର୍ବାଚନ ଇସ୍ତାହାରରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ସେ ସମ୍ବନ୍ଧରେ ବି ଆଲୋଚନା ହୋଇପାରେ । ତେଣୁ ବିଭାଗ ସମ୍ବନ୍ଧୀୟ ପ୍ରମୁଖ ବିଷୟବସ୍ତୁ ଉପରେ ସମ୍ଭାବ୍ୟ ଆଲୋଚନାର ସଂକ୍ଷିପ୍ତ ବିବରଣୀ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ପଠାଇବାକୁ ସଚିବମାନଙ୍କୁ କୁହାଯାଇଛି ।

ପ୍ରଶ୍ନ ଉଠୁଛି, ବିଧାନସଭା ଅଧିବେଶନ କାଳରେ ବିଭାଗ ସମ୍ବନ୍ଧୀୟ ସମ୍ଭାବ୍ୟ ଆଲୋଚନା, ଜବାବ ଓ ସ୍ପଷ୍ଟୀକରଣ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ ଗୃହରେ ଦେଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏନେଇ ସଚିବମାନଙ୍କୁ ରିପୋର୍ଟ କାହିଁକି ମାଗିଲା? ମୁଖ୍ୟମନ୍ତ୍ରୀ ଯଦି କୌଣସି ବିଭାଗର କାର୍ଯ୍ୟ ସମ୍ପର୍କରେ ଜାଣିବାକୁ ଚାହିଁବେ, ନିଜେ ନିଯୁକ୍ତି ଦେଇଥିବା ମନ୍ତ୍ରୀମାନଙ୍କୁ ଡାକି ତା’ଉପରେ ବିସ୍ତୃତ ତଥ୍ୟ ମାଗିପାରିବେ କିମ୍ବା ତାଙ୍କୁ ପରାମର୍ଶ ଦେଇପାରିବେ, ମାତ୍ର ତାହା ନକରି ସଚିବମାନଙ୍କୁ ସିଧାସଳଖ ରିପୋର୍ଟ ମାଗିବା ପଛରେ କାରଣ କ’ଣ ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ? ମୁଖ୍ୟମନ୍ତ୍ରୀ ହୁଏତ ବିଭାଗୀୟ କାର୍ଯ୍ୟ ସଂକ୍ରାନ୍ତରେ ନିଜର ସହଯୋଗୀ ମନ୍ତ୍ରୀଙ୍କ ଉପରେ ଭରସା କରିପାରୁନାହାନ୍ତି ଅବା ପୁଣି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉଦ୍ଦେଶ୍ୟମୂଳକ ଭାବେ ମନ୍ତ୍ରୀମାନଙ୍କୁ ଗୁରୁତ୍ୱହୀନ କରିବା ନିମନ୍ତେ ସିଧାସଳଖ ସଚିବମାନଙ୍କୁ ରିପୋର୍ଟ ମାଗିଛି?

ସୂଚନାଯୋଗ୍ୟ, ବିଧାନସଭା ଅଧିବେଶନ କାଳରେ ଏଭଳି ଚିଠି ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ କିମ୍ବା ସଂସଦୀୟ ବ୍ୟାପାର ବିଭାଗ ଲେଖିଥାଏ ଓ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥାଏ । ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରଥମଥର ମନ୍ତ୍ରୀ, ମୁଖ୍ୟ ସଚିବ ଓ ସଂସଦୀୟ ବ୍ୟାପାର ବିଭାଗକୁ ଅଣଦେଖା କରି ଏଭଳି ଚିଠି ଲେଖିଛି । ଯାହାକୁ ନେଇ ଏବେ ପାୱାର କରିଡରରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story