ପାର୍ସଲ୍‌ ପେଟିରେ ନାଗ

ରାଇରଙ୍ଗପୁର:(ଓଡ଼ିଶା ରିପୋର୍ଟର): ପାର୍ସଲ ପେଟିରୁ ବାହାରିଲା ନାଗସାପ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଗତକାଲି ଏପରି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବିଷ୍ଣୁ ଶର୍ମା ନାମକ ଜଣେ ବ୍ୟକ୍ତି L&T କମ୍ପାନୀକୁ କିଛି ମାସ ତଳେ ତାଙ୍କ ଘର ଭଡ଼ାରେ ଦେଇଥିଲେ। ଗତକାଲି ଏକ ଟ୍ରକରେ ଆନ୍ଧ୍ର ପ୍ରଦେଶରୁ ଘରୋଇ ଜିନିଷପତ୍ର ଓ ଅନ୍ୟାନ୍ୟ କମ୍ପାନୀ ସାମଗ୍ରୀ ସହ କର୍ମଚାରୀ ଆସି ଘରେ ପହଞ୍ଚିଥିଲେ। ତେବେ ଆସିଥିବା ଜିନିଷପତ୍ର ପେଟିରେ ନାଗସାପ ପଶିଥିବା କର୍ମଚାରୀ ଜଣକ ଜାଣିବାକୁ […]

naga

Puspanjali Panda
  • Published: Sunday, 25 August 2019
  • , Updated: 25 August 2019, 06:12 PM IST

ରାଇରଙ୍ଗପୁର:(ଓଡ଼ିଶା ରିପୋର୍ଟର): ପାର୍ସଲ ପେଟିରୁ ବାହାରିଲା ନାଗସାପ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଗତକାଲି ଏପରି ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ବିଷ୍ଣୁ ଶର୍ମା ନାମକ ଜଣେ ବ୍ୟକ୍ତି L&T କମ୍ପାନୀକୁ କିଛି ମାସ ତଳେ ତାଙ୍କ ଘର ଭଡ଼ାରେ ଦେଇଥିଲେ।

ଗତକାଲି ଏକ ଟ୍ରକରେ ଆନ୍ଧ୍ର ପ୍ରଦେଶରୁ ଘରୋଇ ଜିନିଷପତ୍ର ଓ ଅନ୍ୟାନ୍ୟ କମ୍ପାନୀ ସାମଗ୍ରୀ ସହ କର୍ମଚାରୀ ଆସି ଘରେ ପହଞ୍ଚିଥିଲେ।

ତେବେ ଆସିଥିବା ଜିନିଷପତ୍ର ପେଟିରେ ନାଗସାପ ପଶିଥିବା କର୍ମଚାରୀ ଜଣକ ଜାଣିବାକୁ ପାଇଥିଲେ। ଏହାପରେ ସେ ରାଇରଙ୍ଗପୁର ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ନାଗସାପକୁ ଉଦ୍ଧାର କରି ନିକଟସ୍ଥ କୁଚେଇବୁଢୀ ଜଙ୍ଗଲରେ ଛାଡିଥିଲେ।

Related story